ପୁରୁଣା ପେନସନ୍ ପାଇଁ ଦିଲ୍ଲୀରେ ସବୁ ରାଜ୍ୟର ୫ ଲକ୍ଷ କର୍ମଚାରୀ ଙ୍କ ମହାସମାବେଶ । କେନ୍ଦ୍ର ସରକାର ପୁରୁଣା ପେନସନ୍ ଲାଗୁ ପାଇଁ ନେବେ କି ବୃହତ୍ ନିଷ୍ପତ୍ତି

0
132

ଦିଲ୍ଲୀ,୦୧/୧୦/୨୦୨୩ : ଆଜି ଐତିହାସିକ ଦିଲ୍ଲୀର ରାମଳୀଳା ମଇଦାନରେ ନୂତନ ପେନସନ୍ ଭୁକ୍ତ କର୍ମଚାରୀ ମାନଙ୍କର ମହାସମାବେଶ ହୋଇଯାଇଛି। ଏଥିରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ପାଞ୍ଚ ଲକ୍ଷ ଉର୍ଦ୍ଧ କର୍ମଚାରୀ ଯୋଗଦେବା ସହିତ ଓଡିଶାର ବିଭିନ୍ନ ସଂଗଠନରୁ ପାଞ୍ଚ ହଜାରରୁ ଉର୍ଦ୍ଧ୍ଵ କର୍ମଚାରୀ ଯୋଗ ଦେଇଥିଲେ। ଦେଶରେ ବିଭିନ୍ନ ରାଜ୍ୟ ନିଜ କର୍ମଚାରୀମାନଙ୍କ ଲାଗି ନୂତନ ପେନସନ୍ ଯୋଜନା ଉଚ୍ଛେଦ କରି ପୁରୁଣା ପେନସନ୍ ଲାଗୁ କରିଛନ୍ତି। ଏହି କର୍ମଚାରୀ ମାରଣ (କଳା) ଯୋଜନାକୁ କେନ୍ଦ୍ର ସରକାର ୨୦୦୫ମସିହାରେ ଓ ତତ୍ ସହିତ ରାଜ୍ଯ ସରକାର କାର୍ଯ୍ୟକାରୀ କରିଥିଲେ, ପର୍ଯ୍ୟାୟକ୍ରମେ ଏହାର ଭାୟାଭୟତା ହୃଦୟଙ୍ଗମ କରି କିଛି ରାଜ୍ୟ ତଥା ଛତିଶଗଡ,ରାଜସ୍ଥାନ,ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡରେ ଏହାକୁ ଉଚ୍ଛେଦ କରି ପୂରୁଣା ପେନସନ ଯୋଜନା ଲାଗୁ କରିଛନ୍ତି ଏବଂ ଅନ୍ୟ କିଛି ରାଜ୍ୟ ତଥା ସରକାର ମଧ୍ୟ ତାଙ୍କ ରାଜ୍ୟରେ ଏହାକୁ ଲାଗୁ କରିବା ପାଇଁ ମୌଖିକ ଘୋଷାଣ କରିଛନ୍ତି, ଏଯାବତ୍ କେନ୍ଦ୍ର ସରକାର ଏହି ଦିଗରେ ଉଦାସୀନ ମନୋଭାବ ପୋଷଣ କରି ଆସୁଛନ୍ତି, ଆସନ୍ତା ନଭେମ୍ବର ମାସରେ କିଛି ରାଜ୍ଯରେ ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ବୃହତ୍ ନିଷ୍ପତ୍ତି ଗ୍ରହଣ କରି ପାରନ୍ତି, ନୂତନ ପେନସନ ଯୋଜନାକୁ ବିରୋଧ କରି ଦେଶର ସବୁ କର୍ମଚାରୀ ମାନେ ଦିଲ୍ଲୀର ରାମଳୀଳା ମଇଦାନରେ ରଣହୁଂକାର କରିଥିଲେ, ବିଶେଷ ସୂତ୍ରରୁ ଜଣାପଡିଛି କି ଓଡ଼ିଶା ସରକାର ମଧ୍ୟ ରାଜ୍ୟ କର୍ମଚାରୀ ମାନଙ୍କ ପାଇଁ ପୁରୁଣା ପେନସନ୍ ଯୋଜନା ଲାଗୁ ଦିଗରେ ମାନସମନ୍ଥନ କରୁଛନ୍ତି। ଆସନ୍ତା ଦିନରେ ରାଜ୍ୟ ସରକାର ପୁରୁଣା ପେନସନ୍ ଲାଗୁ କରିବା ପାଇଁ ସବୁ ସଂଗଠନ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ଏହି ମହାସମାବେଶରେ ଏନ ଏମ ଓ ପି ଏସ ଓଡିଶାର ରାଜ୍ୟ ସଭାପତି ଶ୍ରୀ ବିଜୟ ମଲ୍ଲ ଓ ସମ୍ପାଦକ ଶ୍ରୀ ପ୍ରଯତ୍ନ ବରାଳ ଓ ଅନ୍ୟ ନେତୃମଣ୍ଡଳୀ ମାନେ ଦିଲ୍ଲୀ ଠାରେ ଉପସ୍ଥିତ ରହି ଏହି ସମାବେଶରେ ଓଡ଼ିଶାର ଭାଗିଦାରିତାକୁ ସଞ୍ଚାଳନ କରିଥିଲେ ଏଥିରେ ରାଜ୍ଯ ନେତୃମଣ୍ଡଳୀ ପ୍ରଶାନ୍ତ ରାଉତରାୟ, ବଙ୍କିମଚନ୍ଦ୍ର ସାଗର, କ୍ଷିତିଶ ପଣ୍ଡା, ପ୍ରିୟବ୍ରତ ନାୟକ,ଜୀବନ ମହାନ୍ତି, ଶଶିକାନ୍ତ ସାହୁ, ଅଶୋକ ଦତ୍ତା, ଉତ୍ତମ୍ ଦାସ, ବ୍ରହ୍ମାନନ୍ଦ ଭୋଇ ସହ ଅନ୍ୟ ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here