ମହାମାୟୀ କଲେଜରେ କ୍ୟାରିୟର ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ

0
112

ବ୍ରହ୍ମପୁର,୦୬/୧୦/୨୦୨୩
ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟରେ, କେ.ଏଲ ବିଶ୍ଵବିଦ୍ୟାଳୟ ସହଯୋଗୀତାରେ ଏକ କ୍ୟାରିୟର ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । କଲେଜ ଅଧ୍ୟକ୍ଷା ଶ୍ରୀମତୀ କବିତା ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ କଲେଜ କ୍ୟାରିୟର ସେଲ ସଂଯୋଜିକା ଡ. ବାଣୀ ପଟ୍ଟନାୟକ ଏବଂ ସ୍ଵର୍ଣ୍ଣଲତା ପଟ୍ଟନାୟକ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେ. ଏଲ୍ ଯୁନିଭରସିଟି ଜୋନାଲ ହେଡ୍‌ ଆର. ଶିବ କୁମାର ଙ୍କ ସହ ସି.ଏଚ୍ ରାମବାବୁ, କେ ଗୌରୀ ପ୍ରସାଦ ପଟ୍ଟନାୟକ, ପ୍ରଗତି ଦାସ, ଯାଜ୍ଞସେନୀ ସ୍ୱାଇଁ ପ୍ରଭୃତି ଆସି +୨ ପରେ ବିଭିନ୍ନ କ୍ୟାରିୟର ଚୟନ ସମ୍ବନ୍ଧରେ ପରାମର୍ଶ ଦେଇଥିଲେ । ଏଥିରେ ଶତାଧିକ ଛାତ୍ରୀଙ୍କ ସମେତ ଅଧ୍ୟାପିକା ସମିତ ସାହୁ, ସୁନିତା ଜେନା ଏବଂ ଶୁଭଶ୍ରୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here