ଏସ ବି ଆଇ ଆଞ୍ଚଳିକ କାର୍ଯ୍ୟାଳୟ ରେ ପି ଏମ କିଷାନ ଉର୍ଜ୍ଜା ସୁରକ୍ଷା କର୍ମଶାଳା

0
103

ଆସିକା,୧୪/୧୦/୨୦୨୩: ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଆଞ୍ଚଳିକ କାର୍ଯ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ କିଷାନ ଉର୍ଜ୍ଜl ସୁରକ୍ଷା ଏବଂ ଉଥାନ ମାହାଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି ଶାଖା ଅଧୀନରେ ଅନ୍ତର୍ଭୁକ୍ତ ସମସ୍ତ ୪୧ ଶାଖା ର କ୍ଷେତ୍ର ଅଧିକାରୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପି ଏମ କୁଶମ ଯୋଜନା ଉପରେ ତାଲିମ ପ୍ରଦାନ କାରାଯlଇଥିଲା l ଏହି କର୍ମଶାଳା ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ର ଆଞ୍ଚଳିକ ପରିଚାଳିକା ଜ୍ୟୋତ୍ସ୍ନା ରାଣୀ ମହାରଣା , ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି କୃଷି ଓ କୃଷକ ମାନଙ୍କ ପ୍ରଗତି ରେ ଏହି ଯୋଜନା ର ଉପାଦେୟତା ସମ୍ପର୍କରେ ସୂଚନା ଦେଇଥିଲେ l କୃଷକ ମାନଙ୍କୁ ଜଳ ସେଚନ ପାଇଁ ସୌର ଶକ୍ତି ଚାଳିତ ପମ୍ପ ଋଣ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ଏହି ଯୋଜନା ଫଳପ୍ରଦ ହେଲେ , ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଅସୁବିଧା ବହୁ ମାତ୍ରାରେ ଦୂର ହେଇ ପାରିବ ବୋଲି ସେ କହିଥିଲେ । ସୁଇଚ ଅନ ସଂଗଠନ ର ଓଡ଼ିଶା ଶାଖା ପ୍ରବନ୍ଧକ ମିହିର କୁମାର ବାରିକ ଏହି ଯୋଜନା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଦେଇ ଥିଲେ । ଏହି ଯୋଜନାରେ ୬୦ ପ୍ରତିଶତରୁ ଉର୍ଦ୍ଧ ସବସିଡି ମିଳିବା ସହିତ ସହଜରେ ବ୍ୟାଙ୍କ୍ ଋଣ ସୁବିଧା ଥିବାରୁ କ୍ଷୁଦ୍ର ,ନାମ ମାତ୍ର ତଥା ଅନ୍ୟାନ୍ୟ ବହୁତ୍ କୃଷକ ଏହି ଯୋଜନାରେ ଉପକୃତ ହୋଇପାରିବେ ବୋଲି , ବ୍ୟାଙ୍କିଙ୍ଗ ପରାମର୍ଶ ଦାତା ବ୍ରଜ କିଶୋର ନାୟକ କହିଥିଲେ ।ବ୍ୟାଙ୍କ ର ପ୍ରଶାନ୍ତ କୁମାର ପ୍ରଧାନ ,ମୁଖ୍ୟ ପରିଚାଳକ (ଋଣ), ଏହି ଯୋଜନାକୁ ପ୍ରତି ଶାଖାରେ ଲାଗୁ କରିବାକୁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here