ଧରାକୋଟ ବନାଞ୍ଚଳରୁ ବେଆଇନ ଜମି ଜବରଦଖଲକାରୀ ଗିରଫ

0
216

ଧରାକୋଟ,୨୧/୧୦/୨୦୨୩:
ଧରାକୋଟ ବନକ୍ଷେତ୍ର ଅଞ୍ଚଳର ଆଠଘରିଆ ନିକଟସ୍ଥ ଜଙ୍ଗଲ ରେ ବେଆଇନ ଭାବରେ ଗଛ କାଟିବା ଓ ଜମି ଜବରଦଖଲ କରିବା ସଂପର୍କରେ ବିଶେଷ ସୂତ୍ରରୁ ଖବର ପାଇଁ ଧରାକୋଟ ବନପାଳଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ଏକ ଠକ ବାବାଜି କୁ ଗିରଫ କରିଛି l ଠକ ବାବାଜୀ ଜଣଙ୍କ ହେଲେ କବିସୂଯ୍ୟନଗର ଥାନା ଅନ୍ତର୍ଗତ ମହାଛାଇ ଗ୍ରାମର କୃଷ୍ଣ ସାହୁ (୩୬) ତାକୁ ଆଜି ଗିରଫ କରାଯାଇଥିବା କଥା ବନ ବିଭାଗ ପ୍ରକାଶ କରିଛି l ଗତ କିଛି ଦିନ ହେଲା ଛଦ୍ମବେଶୀ ବାବାଜୀ ବେଶରେ ବରାଡ଼ବିଲି ପଞ୍ଚାୟତ ର ଆଠ ଘରିଆ ଡି ପି ଏଫ ପାଖ ରେ କିଛି ମୂଲ୍ୟବାନ ଗଛ ହାଣି ସେ ବଣ ସଫାକରୀ ଆଶ୍ରମ ତିଆରି କରୁଥିଲା । ଆଜି ଧରାକୋଟ ବନାଞ୍ଚଳ ଅଧିକାରୀ ଅକ୍ଷୟ ତ୍ରିପାଠୀ ଙ୍କ ନେତୃତ୍ୱ ରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଠକ ବାବା କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ଡା ପ୍ରକାଶ କରିଛନ୍ତି l ଠକ ବାବା ବିରୁଦ୍ଧରେ ଓଡିଶା ବନ ଆଇନ ୧୯୮୦ ଅନୁଯାଇ କେସ ନଂ ୧୪୨/୨୩-୨୪ ରେ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରାଯାଇଛି l

LEAVE A REPLY

Please enter your comment!
Please enter your name here