ଆସିକା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ରେ କର୍ମଚାରୀଙ୍କ ତିନିଦିନିଆ ଧାରଣା ଆରମ୍ଭ

0
222

ଆସିକା,୨୫/୧୦/୨୦୨୩:ଆସିକା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ର ୧୫ ଗୋଟି ଶାଖା ର ୫୮ ଜଣ କର୍ମଚାରୀ ମାନେ ହାଟପଦା ମୁଖ୍ୟ କାର୍ଯ୍ୟାଳୟ ଫାଟକ ଆଗରେ ଧାରଣା ରେ ବସିଛନ୍ତି l ରାଜ୍ୟ ସରକାର ଓଡିଶା ର କାର୍ଯ୍ୟରତ ୧୭ ଗୋଟି କେନ୍ଦ୍ରୀୟ ସମବାୟ ବ୍ୟଙ୍କ ର ଶହ ଶହ କର୍ମଚାରୀ ସେମାନଙ୍କ ୫ ଦଫା ଦାବୀ ନେଇ ଧାରଣା ଦେଇଛନ୍ତି l ରାଜ୍ୟ ସରକାର ଗତ ଜାନୁଆରୀ ପହିଲା ୨୦୧୬ ଠାରୁ ସପ୍ତମ ବେତନ କମିଶନ ର ବକେୟା ଅର୍ଥ ପ୍ରଦାନ, କର୍ମଚାରୀ ମାନଙ୍କ କର୍ପାସ ପେନସନ ପାଣ୍ଠି ଗଠନ, କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଗୁଡିକ ତ୍ରି ସ୍ତରୀୟ ବଦଳରେ ଦୁଇ ସ୍ତରୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ପୁନଃ ଗଠନ,ଓଡିଶା ରାଜ୍ୟ ସମବାୟ କେନ୍ଦ୍ରୀୟ ବ୍ୟାଙ୍କରେ ସ୍ଥାନୀୟ ସମବାୟ ସମିତି ର ଜମା ଖାତା ନଖୋଲିବା, ରାଜ୍ୟ ସରକାର କରିଥିବା କ୍ୟାଡର ପାଣ୍ଠି ର ପ୍ରତ୍ୟାହାର କରିବାକୁ ସରକାର ଙ୍କୁ ଦାବୀ ଜଣାଇଛନ୍ତି l ଏହି କର୍ମଚାରୀ ମାନେ ତିନିଦିନ ଧରି ଧାରଣାରେ ବସିବେ l ଏହି ଆନ୍ଦୋଳନ ରେ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ସଂଘ ର ଉପସଭାପତି ଗୀତାଞ୍ଜଳି ବେହେରା, ସବ୍ୟସାଚ୍ଚି ମଲ୍ଲ, ମୋନାଲିସା ଦାସ, ଯୋଗେନ୍ଦ୍ର ଚନ୍ଦ୍ର ସାମନ୍ତରାୟ, ପ୍ରଦୀପ ରଥ, ଶ୍ୱେତପ୍ରଭା ଜେନା, ଦିଲ୍ଲୀପ ଗୌଡ଼, ଶରତ କୁମାର ନାହାକ, ପିତାମ୍ବର ସେନାପତି, ପ୍ରଦୀପ କୁମାର ସାମଲ, ଅଭିନାଶ ବିଶ୍ୱଜିତ, କ୍ରିଷ୍ଣା ଚନ୍ଦ୍ର ମିଶ୍ର ପ୍ରମୁଖ ବ୍ୟାଙ୍କ ଆଗରେ ଧାରଣା ରେ ବସିଥିଲେ । ଆଜିର ବ୍ୟାଙ୍କ କର୍ମଚାରୀ ମାନଙ୍କ ଧାରଣା ଦ୍ୱାରା ୨୦ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ନେଣ ଓ ଦେଣ କାରବାର ଠପ୍ ହୋଇଥିବା ବ୍ୟାଙ୍କ ସମ୍ପାଦକ ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here