ଭୁବନେଶ୍ୱର,୨୬/୧୦/୨୦୨୩: ବରିଷ୍ଠ ବିଜେପି ନେତା ସତୀଶ ପାତ୍ରଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ହୋଇଥିଲା । ସ୍ୱର୍ଗତଃ ପାତ୍ରଙ୍କୁ ଗତକାଲି ରାତିରେ ବ୍ରହ୍ମପୁର ଭାପୁର ବଜାର ଦଳୁଆ ସାହିରେ ଥିବାବେଳେ ଛାତିରେ ଯନ୍ତ୍ରଣା ହେବାରୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
ସ୍ୱର୍ଗତଃ ପାତ୍ରଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରାର୍ଥନା କରିଛନ୍ତି ।





