ଧୂମଧାମରେ ମେଲାଣି ନେଲେ କାଶୀପୁର ମାଁ ଗଜଲକ୍ଷ୍ମୀ

0
32

ରାୟଗଡା,୦୪/୧୧/୨୦୨୩: ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଅତି ଆନନ୍ଦ ଉଲ୍ଲାସ ସହିତ ମେଲାଣି ଦେଇଛନ୍ତି କାଶୀପୁର ମା ଗଜଲକ୍ଷ୍ମୀ ଦେବୀ ଙ୍କୁ।ପ୍ରାୟ ୧ ସପ୍ତାହ ଧରି ଲାଗି ରହିଥିଲା ଏହି ଲକ୍ଷ୍ମୀ ପୂଜା ଏବଂ ଗତକାଲି ଅତି ଧୁମଧାମ ସହିତ ମେଲାଣି ଦେଇଛନ୍ତି l କାଶୀପୁର ବ୍ଲକ ରେ ଦୀର୍ଘ ୨୫ ବର୍ଷ ଧରି ଏହି ଲକ୍ଷ୍ମୀ ପୂଜା ପାଳନ କରାଯାଉଛି।ଏହି ବର୍ଷ ମୂର୍ତ୍ତି କାରିଗର ମାନେ ମଥୁରା ରୁ ଆସି ମୂର୍ତ୍ତି କରିଥିବାର ପୂଜକ ମାନେ କହିଥିଲେ, ପ୍ରତ୍ୟେକ ବର୍ଷ ପରି ଏହିବର୍ଷ ମଧ୍ୟ ମେଡ଼ ସାଜସଜ୍ଜାରେ କିଛି ବି କମି ନଥିଲା ଯେମିତି କି ବିଭିନ୍ନ ପ୍ରକାର ର ଆଲୋକି କରଣ ସହିତ ବିଭିନ୍ନ ପ୍ରକାରର ସାଜସଜ୍ଜା ରେ କମ୍ପିଉଠିଥିଲା ମା ଲକ୍ଷ୍ମୀଙ୍କ ମେଡ଼। ଏହି ମେଡ଼ ଦେଖିବାକୁ ପ୍ରତିଦିନ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଗତକାଲି କାଶୀପୁର ବସ୍ତି ରେ ବାଜା ବାଣ ସହିତ ନାଚ ଗୀତରେ ଶ୍ରଦ୍ଧାଳୁ ମାନେ ଝୁମି ଥିଲେ ଏହା ଦେଖିବାକୁ କାଶୀପୁର ନିକଟରେ ଥିବା ଅଞ୍ଚଳର ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା l

LEAVE A REPLY

Please enter your comment!
Please enter your name here