ଆସିକା ପ୍ରାଣୀ ଚିକିତ୍ସାଳୟ ଅବ୍ୟବସ୍ଥାର ସୁଧାର ଆସିବ କେବେ !

0
73

ଆସିକା,୨୦/୧୧/୨୦୨୩:ଆସିକା ସହରର ମଧ୍ୟ ଭାଗରେ ଥିବା ଗୋଷ୍ଠି ପ୍ରାଣୀ ଚିକିତ୍ସାଳୟ ର ଅବ୍ୟବସ୍ଥା କଥା ଶୁଣିବାକୁ କେହି ନାହାନ୍ତି l ଆସିକା ବ୍ଲକ ଅଧୀନରେ ଥିବା ୨୭ ଗୋଟି ପଞ୍ଚାୟତ ରେ ହଜାର ହଜାର ସଂଖ୍ୟକ ବିରଳ ପ୍ରଜାତିର କୃଷ୍ଣସାର ମୃଗ,ଜାତୀୟ ପକ୍ଷୀ ମୟୁର, ମାଙ୍କଡ଼, ଗୋରୁ ଗାଈ, ମଇଁଷି, ଛେଳି, ବାରହା, ଛେଳି, କୁକୁଡ଼ା, ଆଦି ହଜାର, ହଜାର, ପଶୁ ପକ୍ଷୀ ଚିକିତ୍ସା ପାଈଁ ଭେଟନଇ, ହରିଡ଼ାପଦର, ନିମିନା, ଗୁଣ୍ଠାପଡା, ବାଲିଛାଇ, ବାଲିସିରା ଭଳି ଅନେକ ସ୍ଥାନରେ ପ୍ରାଣୀ ନିରୀକ୍ଷଣ କେନ୍ଦ୍ର ଖୋଲାଯାଇଛି l ଆସିକା ଗୋଷ୍ଠି ପ୍ରାଣୀଚିକିତ୍ସା କେନ୍ଦ୍ରର ବ୍ଲକ ପ୍ରାଣୀଚିକିତ୍ସା ଅଧିକାରୀ ରବି ନାରାୟଣ ସାହୁ କୁ ଭିଜିଲାନ୍ସ ଧରିବା ପରେ ବୁଗୁଡ଼ା ଅଧିକାରୀ ଦାୟିତ୍ୱ ରେ ଥିଲେ l ଗତ କିଛି ମାସ ହେଲା ବ୍ଲକ ପଶୁ ଚିକିତ୍ସାଧିକାରୀ ଖାଲି ପଡ଼ିଥିବା ବେଳେ ଜଣେ ନୂତନ ଭାବେ ନିଯୁକ୍ତି ପାଇଥିବା ଡାକ୍ତର ଙ୍କୁ ଦାୟିତ୍ୱ ଦିଆଯାଇଛି l ଆସିକା ଏକ ସମ୍ବେଦନ ସହର ଏବଂ ବ୍ଲକ ରହିଥିବା ବେଳେ ଏହି ଚିକିତ୍ସାଳୟ ରେ ବ୍ଲକ ପଶୁ ଚିକିତ୍ସାଧିକାରୀ, ଜଣେ ପଶୁ ଚିକିତ୍ସାଅଧିକାରୀ ସହିତ ପ୍ରାଣୀ ନିରୀକ୍ଷକ ଏବଂ ଆଟେଣ୍ଡେଣ୍ଟ ନାହାନ୍ତି l ଅପରପକ୍ଷେ ପ୍ରାଣୀ ଚିକିତ୍ସାଳୟ କୋଠା ଠିକ ନଥିବା ଦେଖାଯାଉଛି l କାନ୍ଥ ଫାଟି ରହିଥିବା ବେଳେ ବର୍ଷା ହେଲେ ଛାତରୁ ପାଣି ବୋହୁଥିବା ସହ ପୁରୁଷ ଏବଂ ମହିଳା ଅଧିକାରୀ ମାନଙ୍କ ନିମନ୍ତେ ଶୌଚାଳୟ ବ୍ୟବସ୍ଥା ସଠିକ ନଥିବା ମଧ୍ୟ ଏଭଳି ସମସ୍ୟା ଲାଗି ରହିଛି l ଏସମ୍ପକରେ ଭଞ୍ଜନଗର ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ ଡା ପ୍ରଦୀପ କୁମାର ସାହୁଙ୍କୁ ଏସମ୍ପର୍କରେ ପଚରିବାରୁ ବ୍ଲକ ପ୍ରାଣୀଚିକିତ୍ସା ଅଧିକାରୀ ଅଳ୍ପ ଦିନ ମଧ୍ୟରେ ନିଯୁକ୍ତି ହେବେ ବୋଲି ପ୍ରତିଶୁତି ଦେଇଥିଲେ l ଅତିଶୀଘ୍ର ଆସିକା ରେ ଜାଗା ଖୋଜା ଚାଲିଛି, ସ୍ଥାନ ଚି଼ହ୍ନଟ ପରେ ନୂତନ କୋଠା ତିଆରି ହେବ ବୋଲି କହିଛନ୍ତି l ପୁରୁଣା କୋଠା କୁ ଅତିଶୀଘ୍ର ମରାମତି ହେବ ବୋଲି ମଧ୍ୟ କହିଛନ୍ତି l ଆଶ୍ଚଯ୍ୟର ବିଷୟ ହେଲା ଯେ ଆସିକା ରୋଡ ଏବଂ କୋଠାବାଡ଼ି ବିଭାଗର କନିଷ୍ଠ ଯନ୍ତ୍ରୀ କୁ ପଚାରିବା ରୁ ଲିଖିତ ଅଭିଯୋଗ ଆସିଲେ ତିଆରି କରାଯିବ ବୋଲି କହିଛନ୍ତି l

LEAVE A REPLY

Please enter your comment!
Please enter your name here