ଆସିକା,୨୪/୧୧/୨୦୨୩:
ଆସିକା ଟି ପି ଏସ ଓ ଡ଼ି ଏଲ ଡିଭିଜନ-୧ ପକ୍ଷରୁ ବିଦ୍ୟୁତ କର୍ମଚାରୀ ମାନଙ୍କୁ ନେଇ ଏକ ସୁରକ୍ଷା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଆସିକା ଡିଭିଜନର ନିର୍ବାହୀ ଅଧିକାରୀ ତପନ କୁମାର ସୁଆର ଙ୍କ ତତ୍ୱାଅବଧାନ ରେ ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର ସିଂ, କନିଷ୍ଠ ଯନ୍ତ୍ରୀ ରାକେଶ କୁମାର ପାତ୍ର, ଡିଭିଜନ ର ବରିଷ୍ଠ କିରାଣୀ ଚନ୍ଦନ କୁମାର ଶତପଥୀ, ସୁରକ୍ଷା ଅଧିକାରୀ ସତ୍ୟ ରଞ୍ଜନ ଦାଶ, ନରୋତ୍ତମ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ l ଟି ପି ଏସ ଓ ଡ଼ି ଏଲ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ନିଜ ନିଜର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସମୟରେ ମୁଣ୍ଡରେ ହେଲମେଟ ପରିଧାନ କରିବା, ଖାଲିପାଦ ରେ କାମ ନକରିବା,ସବୁବେଳେ ହାତରେ ଗ୍ଲୋବ ପିନ୍ଧି କାମ କରିବା ସହ କାର୍ଯ୍ୟ କରୁଥିବା ସ୍ଥାନକୁ ସୁରକ୍ଷା ବଳୟ ପ୍ରସ୍ତୁତ କରି କାର୍ଯ୍ୟ କରିବା କୁ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ । ଏଥି ସହିତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ବିଦ୍ୟୁତ ତାର ଉପରେ ଓଦା ଲୁଗା ନଶୁଖାଇବା, ବିଦ୍ୟୁତ ଚୋରି ନକରିବା, ବନ୍ୟ ଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ନବେଢାଇବା, କର୍ମଚାରୀ ମାନେ କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ନରହି କାମ କରୁଥିଲେ ୧୯୧୨ ଟୋଲ ଫ୍ରି ନମ୍ବର ରେ ଜଣାଇବା କୁ ଏକ ସଚେତନତା ରାଲି ବାହାରିଥିଲା l ଆସିକା ସତ୍ୟନାରାୟଣ ମନ୍ଦିର ରେ ଥିବା ଟି ପି ଏସ ଓ ଡ଼ି ଏଲ କାର୍ଯ୍ୟାଳୟ ରୁ ରାଲି ବାହାରି ତାଳୁକା ଅଫିସ ପର୍ଯ୍ୟନ୍ତ ଆସିଥିଲେ l ଏହି ରାଲି ରେ ୫୦ ଜଣ ବିଦ୍ୟୁତ କର୍ମଚାରୀ ଯୋଗ ଦେଇଥିଲେ l





