ଆସିକା,୨୪/୧୧/୨୦୨୩:
ଆସିକା ବ୍ଲକ ର ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ, କେନ୍ଦୁପଦର ଠାରେ ଜାତୀୟ ସ୍ତରରେ ଖୋ – ଖୋ ଖେଳିବା ପାଇଁ ବାଳିକା ବିଭାଗ ଚୟନ କରାଯାଇଛି l ଦୁଇ ଦିନ ଧରି ଚାଲିଥିବା ଚୟନ ଶିବିର ର ଆଜି ଉଦଯାପିତ ହୋଇଛି lଏହି କାର୍ଯ୍ୟକ୍ରମ ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଦକ୍ଷିଣାଞ୍ଚଳ ଜୋନ ବ୍ରହ୍ମପୁର ର ଉପ ସଚିବ-ଡ଼. କୁଳମଣି ଓଝା, ନିମିନା କେନ୍ଦୁପଦର କଲେଜ ର ଅଧକ୍ଷ ହରି ଶଙ୍କର ପାଣ୍ଡେ, କଲେଜ ପରିଚାଳନା କମିଟି ର କାର୍ଯ୍ୟକାରିଣୀ ସଦସ୍ୟ ସଚ୍ଚିଦାନନ୍ଦ ଦାସ, ଏଥେଲେଟିକ କ୍ଳବ ର ଉପ ସଭାପତି ପ୍ରମୋଦ କୁମାର ଅପଟ, କଲେଜ ର ପି ଟି ଶିକ୍ଷକ ସୁଶାନ୍ତ କୁମାର ବେହେରା, ପ୍ରମୁଖ ଉପସ୍ଥିତ ରହିଥିଲେ l ରାଜ୍ୟ ରୁ ପାଞ୍ଚ ଗୋଟି ଜୋନ ରୁ ଆସିଥବା 60 ଜଣ ବାଳିକା ଖୋ – ଖୋ ଖେଳାଳି ମାନଙ୍କ ମଧ୍ୟରୁ ଜାତୀୟ ସ୍ତରରେ ଖେଳିବା ପାଇଁ ୧୨ ଜଣ ଖେଳାଳି କୁ ଚୟନ କରାଯାଇଥିବା ବେଳେ ୫ ଜଣଙ୍କୁ ଅତରିକ୍ତ ଖେଳାଳି ରୂପେ ଚୟନ କରିଛନ୍ତି l ଡିସେମ୍ବର ମାସରେ ନାସିକ ରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ lଏହି ବାଳିକା ଖୋ ଖୋ ପ୍ରତିଯୋଗିତା ରେ ରେଫେରୀ ରୂପେ ସରୋଜ କୁମାର ପାଢୀ, କେ. ରଘୁନାଥ ରେଡି, କେ. ଶ୍ରୀନିବାସ ଦୋରା, ରାକେଶ ପାତ୍ର, ଉମା ମହେଶ୍ୱର ରାଓ, ମାଧବ ଖୁଣ୍ଟିଆ ପ୍ରମୁଖ ପରିଚାଳନା କରିଥିଲେ l ରାଜ୍ୟ ସ୍ତରୀୟ ବାଳିକା ଖୋ ଖୋ ଚୟନ ନିମନ୍ତେ ଇଲାଜl ପଟନାୟକ, ଗୀତାଶ୍ରୀ ସାମନ୍ତ, ସୁଚିତ୍ରା କୁମାର ସ୍ୱାଇଁ ଜୁରୀ ରୂପେ ଯୋଗ ଦେଇ ଭୁବେନେଶ୍ୱର କିସ କଲେଜ ର ରାଖୀ ମୁଣ୍ଡରାଇ, ଆଲିସନ ମିଞ୍ଜ, ଜାନକୀ ଭୋଇ, ଶ୍ରୀମତୀ ଶ୍ରୀକା, ସରୋଜିନୀ ମାଝୀ, ଗୌରୀ ମୁର୍ମୁ, ସରସ୍ବତୀ ଶବର, ଯାଜପୁର ରୁ ସରିତା ବେହେରା, କେନ୍ଦୁପଦର ରୁ ସୋନାଲି ବଢ଼େଇ, ମୁଣ୍ଡମରାଇ ରୁ ପୁଷ୍ପାଞ୍ଜଳି ପଣ୍ଡା ସମେତ ୧୨ ଜଣ ଖେଳାଳି କୁ ସେମାନଙ୍କ ଖେଳୁଆଡ଼ କୁ ଦେଖି ମନୋନୀତ କରିଛନ୍ତି l ଏଥି ସହିତ ସୋରଡ଼ା ରୁ ସସ୍ମିତା ଦଳାଇ, ମୁରିବାହାଲ ରୁ ଦୋଳେଶ୍ୱରୀ ମଲ୍ଲିକ, ଯାଜପୁର ରୁ ମାନସି ପୃଷ୍ଟି ଖୋର୍ଦ୍ଧା ରୁ ଶୁଭଲକ୍ଷ୍ମୀ ସାହୁ ଏବଂ ଦିଗପହଣ୍ଡି ରୁ ଚିନ୍ମୟୀ ବେହେରା କୁ ଅତରିକ୍ତ ଖେଳାଳି ରୂପେ ଚୟନ କରିଛନ୍ତି l ଏହି କାର୍ଯ୍ୟକ୍ରମ କୁ କଲେଜ ର ପ୍ରସାଦ କୁମାର ଆପଟ, ଡ଼. କୁନା ସିଂ, ସୁବ୍ରତ କୁମାର ଭୋଇ, ଅଜିତ ମହାପାତ୍ର, ମନୁ ସ୍ୱାଇଁ, ଅନୁପ କୁମାର ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ l





