ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେଡି ଦଳର ଶତାଧିକ କାର୍ଯ୍ୟକର୍ତା ବିଜେପିରେ ହେଲେ ସାମିଲ।ବିଜେପି ପ୍ରତି ଓଡ଼ିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଉଛି: ମନମୋହନ ସାମଲ

0
158

ଭୁବନେଶ୍ୱର,୩୦/୧୧/୨୦୨୩: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ବରଗଡ ଜିଲ୍ଲା ବିଜେଡିର ବରିଷ୍ଠ ସଂଗଠକ ଡା. ସୁଶିଲ କୁମାର ଶର୍ମା ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଲେ । ଶ୍ରୀ ଶର୍ମାଙ୍କ ସମେତ ତାଙ୍କର ଶତାଧିକ ସମର୍ଥକ ଓ ବିଜେଡିର ଶତାଧିକ ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ପ୍ରମୋଦ କୁମାର ଦେବତ, ସୁରେନ୍ଦ୍ର ସାହୁ, ନରେନ୍ଦ୍ର କୁମାର ସାହୁ, ସନାତନ ବଢ଼େଇ, ନନ୍ଦକିଶୋର ସାହୁ, ଡକ୍ଟର ବିଶ୍ୱାଳ, ପ୍ରମୋଦ କୁମାର ପଣ୍ଡା, ପ୍ରମିଳା ବଢ଼େଇ, ଉମାକାନ୍ତ ବଢ଼େଇ, ବାଶୁଦେବ ସାହୁ, ଲକ୍ଷ୍ମୀ ସେଠୀ, ଦମୟନ୍ତୀ ସାହୁ, ଗୌତମ ସାହୁ, ରାକେଶ ନେଗି, କରୁଣାକର ସାହୁ, ଯୁଗେଶ୍ୱର ସାହୁ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପି ସାମିଲ ହୋଇଛନ୍ତି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆସ୍ଥା ଓ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ନେତୃତ୍ୱ ଏବଂ ଦୃଢ଼ ସଂଗଠନ ପାଇଁ ଆଜି ପାର୍ଟିରେ ଯୋଗ ଦେଇଛି । ଆଗାମୀ ଦିନରେ ମୋଦିଜୀଙ୍କ ହାତ ମୁଠାକୁ ଦୃଢ଼ କରିବା ପାଇଁ ଯେଉଁ କାର୍ଯ୍ୟ ପାର୍ଟି ଦେବ ତାହା ମୁଁ କରିବି । ରାଜ୍ୟରେ ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର ବହୁ ବୃଦ୍ଧି ପାଇଛି । ବରଗଡ ଆଜି ବିଭିନ୍ନ ବିକାଶମୂଳକ କାର୍ଯ୍ୟରୁ ବଂଚିତ ରହୁଛନ୍ତି । ବହୁ ଶୀଘ୍ର ବରଗଡବାସୀ ଶାସକ ବିଜେଡିକୁ ଉଚିତ୍ ଜବାବ୍ ଦେବେ ବୋଲି ଡା. ଶର୍ମା କହିଛନ୍ତି ।
ଶ୍ରୀ ସୁଶୀଲ କୁମାର ଶର୍ମାଙ୍କ ସମେତ ଅନ୍ୟ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ । ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ମନୋଜ ମହାପାତ୍ର, ସମବାୟ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ପବିତ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here