ବିଜେଡ଼ି ସରକାର ର ମଦ ଦୁର୍ନିତୀ ଓ ଗଚ୍ଛିତ ବିପୁଳ କଳା ଟଙ୍କା ବିରୋଧରେ ବିଜେପି ପକ୍ଷରୁ”ପ୍ରତିବାଦ ସହ ବିକ୍ଷୋଭ” ପ୍ରଦର୍ଶନ

0
77

ବ୍ରହ୍ମପୁର, ୧୧/୧୨/୨୦୨୩ : ବିଜେଡ଼ି ସରକାରରେ ମଦର ଭୂ-ସ୍ୱର୍ଗ ପାଲଟିଛି ଓଡ଼ିଶା । ରାଜ୍ୟ ସରକାରଙ୍କ ଅନୁକମ୍ପାରେ “ସାହୁ ବ୍ରଦର୍ସ ଆଣ୍ଡ କୋ” ଠୁଳ କରିଛି ୫୦୦ କୋଟିର ନଗଦ କଳା ଟଙ୍କା । ବିଜୁ ଜନତା ଦଳର ଭ୍ରଷ୍ଟ ଶାସନରେ ଓଡ଼ିଶା ଆଜି ନିନ୍ଦିତ ହୋଇଛି । ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ସ୍ଥାନୀୟ କମାପଲ୍ଲୀ ଛକ ଠାରେ ବିଜେଡ଼ି ସରକାରର ମଦ ଦୁର୍ନିତୀ ଓ ଗଚ୍ଛିତ ବିପୁଳ କଳା ଟଙ୍କା ବିରୋଧରେ “ପ୍ରତିବାଦ ଜଣାଇ ବିକ୍ଷୋଭ” ପ୍ରଦର୍ଶନ କରାଯାଇଥିଲା । ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ ବିଜେପିର ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇ କଂଗ୍ରେସ ଏବଂ ବିଜେଡ଼ିର ଦୁର୍ନିତୀ ଓ ଭ୍ରଷ୍ଟାଚାର ଶାସନ ବିରୁଦ୍ଧରେ ବର୍ଷିଥିଲେ । ଯେଉଁଭଳି ଭାବରେ ଓଡ଼ିଶାରେ ବିଜୁ ଜନତା ଦଳ ସରକାରର ପ୍ରୋତ୍ସାହନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ବେଶ୍ ଘନିଷ୍ଠ ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧିରଜ ସାହୁଙ୍କ ଦ୍ୱାରା ଚାଲିଥିବା ମଦ ବ୍ୟବସାୟ ଉପରେ ଆୟକର ବିଭାଗ ଚଢ଼ାଉ କରି ୫୦୦ କୋଟିରୁ ଉର୍ଦ୍ଧ ବିପୁଳ ପରିମାଣର ନଗଦ କଳା ଟଙ୍କା ଜବତ କରିଛି ତାହା ଓଡ଼ିଶା ସମେତ ସାରା ଦେଶକୁ ଆଜି ବିଚଳିତ କରିଛି । ବିଜେଡ଼ି ସରକାରର ବିନା ପ୍ରୋତ୍ସାହନରେ କ’ଣ କେହି ୫୦୦ କୋଟିର ନଗଦ କଳା ଟଙ୍କା ନିର୍ଭୟରେ ଜମା ରଖିପାରିବ କି ବୋଲି ବିଜେପି ନେତୃବୃନ୍ଦ ପ୍ରଶ୍ନ କରିଛନ୍ତି । ଏହା ପଛରେ ବିଜୁ ଜନତା ଦଳ ସରକାରର ଅଭୟ ସୁରକ୍ଷା ରହିଆସିଛି ବୋଲି ବିଜେପି ନେତୃବୃନ୍ଦ କହିଛନ୍ତି । କେନ୍ଦ୍ରୀୟ ଏଜେନ୍ସି ଯଦି ଏହାର ଖବର ପାଇପାରିଲା ଓଡ଼ିଶା ପୁଲିସ, ଗୋଇନ୍ଦା ଓ ଅର୍ଥନୈତିକ ଅପରାଧ ଶାଖା କିଭଳି ଜାଣିପାରୁନଥିଲେ ବୋଲି ବିଜେପି ନେତୃବୃନ୍ଦ ପ୍ରଶ୍ନ କରିଛନ୍ତି । “ସାହୁ ବ୍ରଦର୍ସ ଆଣ୍ଡ କୋ”ଙ୍କ ସମେତ ମଦ ମାଫିଆ ମାନଙ୍କର ଯେଉଁ ଭଳି ଭାବରେ ଓଡ଼ିଶାରେ କଳା ଟଙ୍କାର ବେପାର ବଢ଼ିଛି ତା’ପଛରେ ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ଅବକାରୀ ନୀତି ଦାୟୀ । ରାଜ୍ୟ ସରକାର ଅବକାରୀ ନୀତିରେ ଦୁର୍ନିତୀ କରି ମଦ ମାଫିଆଙ୍କୁ ଅଜାଚିତ ଲାଭ ଦେଉଛନ୍ତି ଓ ସେହି କଳା ଟଙ୍କାରେ ବିଜୁ ଜନତା ଦଳ ନିର୍ବାଚନ ଲଢୁଛି । କେବଳ ସେତିକି ନୁହେଁ ମଦ ମାଫିଆଙ୍କ ସ୍ୱାର୍ଥରେ ଦୀର୍ଘ ୨୩ ବର୍ଷ ହେଲା ଦେଶୀ ମଦ ଭାଟିର ଟେଣ୍ଡର କରାନଯାଇ ବିଜେଡ଼ିର ମୁଷ୍ଟିମେୟ ଲୋକଙ୍କୁ ଲାଇସେନ୍ସ ପ୍ରଦାନ କରି ଓଡ଼ିଶାରେ ଦେଶୀ, ବିଦେଶୀ ମଦର ବନ୍ୟା ସୃଷ୍ଟି କରି ଓଡ଼ିଆଙ୍କୁ ଲୁଟୁଛନ୍ତି ରାଜ୍ୟ ସରକାର । ଅଣ ଓଡ଼ିଆ ମାନେ ଖଣି, ଚିଟଫଣ୍ଡରେ ଓଡ଼ିଶାକୁ ଲୁଟି ଚାଲୁଥିବା ବେଳେ,ଅଣ ଓଡ଼ିଆ ମଦ ବେପାରୀଙ୍କ ଓଡ଼ିଶା ଲୁଟିବା ବର୍ତ୍ତମାନ ପର୍ଦ୍ଦାଫାଶ ହୋଇଛି । ଏ‌ହା କ’ଣ ସ୍ୱପ୍ନର ନବୀନ ନୂଆ ଓଡ଼ିଶା କି ବୋଲି ବିଜେପି ନେତୃବୃନ୍ଦ ପ୍ରଶ୍ନ କରିଛନ୍ତି । ଏହାର ଜବାବ ଆଗାମୀ ଦିନରେ ସାଧାରଣ ଜନତା ଦେବେ ବୋଲି ବିଜେପି ନେତୃବୃନ୍ଦ କହିଥିଲେ । ଦୁର୍ନିତୀର କଳା ଟଙ୍କାକୁ ଗୋଟି ଗୋଟି କରି ଅସୁଲ କରାଯିବ, ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି ବୋଲି ବିଜେପି ନେତୃବୃନ୍ଦ କହିଛନ୍ତି । ବିଜେପି କାର୍ଯ୍ୟକର୍ତ୍ତା ମାନେ ପ୍ରତିବାଦ ଜଣାଇ ଆନ୍ଦୋଳନ କରିବା ସହ ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କିଛି ବିଜେଡ଼ି ନେତାଙ୍କ ବେଶ୍ ଘନିଷ୍ଠ କଂଗ୍ରେସ ସାଂସଦ ଧିରଜ ସାହୁଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ,ବରିଷ୍ଠ ନେତା ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ପରେଶ ଚନ୍ଦ୍ର ରଥ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦିକା ସୁଶିଳା ମଲ୍ଲିକ,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,କର୍ପୋରେଟର ବନିତା ସାହୁ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୋମନାଥ ପାତ୍ର,କେ.ଚନ୍ଦ୍ରଶେଖର ଦାସ,ବାପି ପ୍ରଧାନ, ବରିଷ୍ଠ ମହିଳା ନେତ୍ରୀ ଏସ୍.ରାଣୀ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା ପାଳ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସାମୁଏଲ୍ ବେହେରା,କମାପଲ୍ଲୀ ମଣ୍ଡଳ ସଭାପତି ଗୋପିନାଥ ପଣ୍ଡା,ଆସ୍କା ରୋଡ଼ ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ଗାନ୍ଧୀନଗର ମଣ୍ଡଳ ସଭାପତି ପ୍ରଫୁଲ୍ଲ ପାଣିଗ୍ରାହୀ,ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର,ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,ସାନ ବଜାର ମଣ୍ଡଳ ସଭାପତି ସରୋଜ ପାତ୍ର,ଶିଳ୍ପାଞ୍ଚଳ ମଣ୍ଡଳ ସଭାପତି ଅଭିମନ୍ୟୁ ସାହୁ,ଗେଟ୍ ବଜାର ମଣ୍ଡଳ ସଭାପତି ଧର୍ମରାଜ ପାଣିଗ୍ରାହୀ,ପ୍ରଶାନ୍ତ ପୁଜାରୀ,ବାସୁଦେବ ବିଷୋୟୀ,ସୀମାଞ୍ଚଳ ସାସମଲ,ଶିବରାମ ଜେନା,କେ.ଜଗଦୀଶ,ସୁମନ ଶତପଥି, ଗୋବିନ୍ଦ ସାହୁ,ସୁମନ ଶତପଥି,ପ୍ରଦୀପ ମିଶ୍ର, ରାମନାଥ ଗନ୍ତାୟତ,ଜଗଦୀଶ ପ୍ରଧାନ, ଏସ୍.ଶ୍ରୀନିବାସ,ଶଙ୍କର ମହାପାତ୍ର,ମାତା ପ୍ରସାଦ ନାୟକ,କମଲ ପାତ୍ର,ମନୋଜ ମହାରଣା,ସୁମିତ ପାତ୍ର,କିଶୋର କୁମାର ସାହୁ,ଶରତ ନାୟକ,ସୌମେନ୍ଦ୍ର ଦାସ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here