ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଶୀତକାଳୀନ ସ୍ବତନ୍ତ୍ର ଶିବିରର ଶୁଭାରମ୍ଭ ଓ ଜାତୀୟ ଯୁବ ଦିବସ ପାଳନ

0
70

ବ୍ରହ୍ମପୁର,୧୩/୦୧/୨୦୨୪:ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଶୀତକାଳୀନ ସ୍ବତନ୍ତ୍ର ଶିବିରର ଆୟୋଜନ କରାଯାଇଛି ଏହା ତା-୧୨.୦୧.୨୦୨୪ ରିଖ ରୁ ତା- ୧୮.୦୧.୨୪ ରିଖ ଦୀର୍ଘ ସାତଦିନ ଯାଏଁ ଅନୁଷ୍ଠିତ ହେବାକୁ ଯାଉଛି।ପ୍ରଥମ ଦିନରେ ସକାଳ ୭ ଘଟିକାରେ ଏକ ଯୋଗ ଶିବିରର ଆୟୋଜନ ହୋଇଥିଲା,ଯାହାର ଶୁଭାରମ୍ଭ ଏନ୍ଏସ୍ଏର ସଂଯୋଜକ ଡକ୍ଟର ଜୟନ୍ତ କୁମାର ପଣ୍ଡା କରିଥିଲେ। ସେ ସ୍ଵେଚ୍ଛାସେବୀମାନଙ୍କୁ ସ୍ଵତନ୍ତ୍ର ଶିବିରରେ ସ୍ୱେଚ୍ଛ ସେବୀ ଙ୍କ ଦାୟିତ୍ଵ ସହିତ ଯୋଗ ଓ ପ୍ରାଣାୟାମର ଉପକାରିତା ବିଷୟରେ ଅବଗତ କରାଇଥିଲେ। ଏହି ଯୋଗ ଶିବିର ପରେ ପରେ ଏକ ସ୍ଵଚ୍ଛ ଭାରତ ଅଭିଯାନ ମାଧ୍ୟମରେ ପରିବେଶକୁ ସଫା କରାଯାଇଥିଲା, ପରେ ପରେ ଏକ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା। ଏହି ଶିବିରରେ ୧୫୦ ସ୍ବେଚ୍ଛାସେବୀ ଓ ଏନ୍ଏସ୍ଏ ଅଧିକାରୀ-ଶକ୍ତି ରଞ୍ଜନ ଦାଶ, ଡଃ ଶଙ୍କର୍ଷଣ ମଲ୍ଲିକ, ଡଃ ଇତିଶ୍ରୀ ଗୀତା କୁମାରୀ ଯୋଗଦେଇଥିଲେ। ପ୍ରଥମ ପର୍ଯ୍ୟାୟର ଶେଷରେ ସକାଳ ଖାଦ୍ୟପେୟ ର ବ୍ୟବସ୍ଥା କରାଯାଇଥିଲା।ପୁଣି ଦ୍ବିତୀୟ ପର୍ଯ୍ୟାୟ ଅପରାହ୍ନ ୩ ଘଟିକାରୁ ଆରମ୍ଭ ହୋଇଥିଲା ଏବଂ ଏନ୍ଏସ୍ଏ ପକ୍ଷରୁ ଜାତୀୟ ଯୁବ ଦିବସ ପାଳନ କରାଯାଇଥିଲା।ଏଥିରେ ମୁଖ୍ଯ ଅତିଥି ଭାବେ ସଂକଳ୍ପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନିର୍ଦେଶକ ଶ୍ରୀଯୁକ୍ତ ସାର୍ଥକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଯୁବବର୍ଗଙ୍କ ମନୋବଳ କିପରି ଭାବେ ଦୃଢହେବ ସେହି ବାର୍ତ୍ତା ଦେଇଥିଲ ତତ୍ ସହିତ ଏନ୍ଏସ୍ଏ ସମସ୍ତ ଅଧିକାରୀ ଜାତୀୟ ଯୁବ ଦିବସ ଅବସର ଉପଲକ୍ଷେ ଅଭିଭାଷଣ ଉପସ୍ଥାପନ କରିଥିଲେ ସେଥିରେ ସେ ଯୁବ ସ୍ବେଚ୍ଛାସେବୀମାନକୁ ଉତ୍ସାହିତ ଓ ଆଗାମୀ ଭବିଷ୍ୟତ ପାଇଁ ପଥପ୍ରଦର୍ଶନ କରାଇଥିଲେ। ଏହି ସଭାରେ ଜାତୀୟ ସେବା ଯୋଜନା ର ଡିଇଓ ସୌମ୍ୟଶ୍ରୀ ସାହୁ ଯୋଗ ଦେଇ ସେଚ୍ଛାସେବିଙ୍କର ମନୋବଳ ବଢାଇଥିଲେ। ସଭାରେ ଶେଷରେ ଏକ ପ୍ରଶ୍ନ ଉତ୍ତର ର କାର୍ଯ୍ୟକ୍ରମ ରଖାଯାଇଥିଲା ଓ ଧନ୍ୟବାଦ ସହ ସଭାକୁ ଶେଷ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here