ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ରେ ଚାଲିଛି ଛତ୍ରପୁର ସ୍ଥିତ ଜନସ୍ବାସ୍ଥ୍ୟ ଡିଭିଜନ

0
110

ଛତ୍ରପୁର,୧୪/୦୧/୨୦୨୪: ରାଜ୍ୟ ସରକାର ସହରାଞ୍ଚଳରେ ପିଇବା ପାଣି ପାଇଁ ଯୋଜନା କରି କୋଟି କୋଟି ବ୍ୟୟବରାଦ କରୁଛନ୍ତି ଏବଂ ଏଥି ସହ ଏହାର ମରାମତି ଓ ଜଳ ଯୋଗାଣ ପରିଚାଳନା ପାଇଁ ମଧ୍ୟ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି। କିନ୍ତୁ କିଛି ଯନ୍ତ୍ରୀ ଓ ଠିକାଦାର ବେନିୟମ କାର୍ଯ୍ୟ ପାଇଁ ସରକାରୀ ଯୋଜନା ର ସଫଳ ରୂପାୟନ ହୋଇପାରୁନାହିଁ।ଏମିତି ଏକ ଉଦାହରଣ ଦେଖିବାକୁ ମିଳୁଛି ଛତ୍ରପୁର ସ୍ଥିତ ଭଞ୍ଜନଗର ଜନ ସ୍ବାସ୍ଥ୍ୟ ଡିଭିଜନ ଅଧିନରେ।ଏଠାରେ କାର୍ଯ୍ୟରତ ଅଧିକ୍ଷଣ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାସ ମହୋଦୟ ଠିକାଦାର ଙ୍କ ଠାରୁ ହିସାବ କରି ପ୍ରଥମେ ପି.ସି ଆଦାୟ କରି ବିଲ୍ ପାସ କରୁଥିବା ଭଳି ଗୁରୁତର ଅଭିଯୋଗ ହେଉଛି।ଉଲ୍ଲେଖଯୋଗ୍ୟ ଯେ, ଯନ୍ତ୍ରୀ ଜଣକ ଏଠାରେ ଭଲ ପି.ସି ଆଦାୟ କରୁଥିବା ନେଇ ଜନୈକ ଅଧସ୍ଥନ କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତ୍ତ ରେ ଏହା ପ୍ରକାଶ କରିଛନ୍ତି।ଉକ୍ତ କାର୍ଯାଳୟ ର ଅଧସ୍ଥନ କର୍ମଚାରୀ ମାନେ କୈଣସି ସମସ୍ୟା ନେଇ ଅଭିଯୋଗ କରିବା ପାଇଁ ଗଲେ ଯନ୍ତ୍ରୀ ମହୋଦୟ ସମୟ ଦେଉନଥିବା ବେଳେ ଠିକାଦାର ମାନଙ୍କୁ ନିଜ ଚାମ୍ବର ରେ ଦୀର୍ଘ ସମୟ ଧରି ବୈଠକ କରୁଥିବା ଅଭିଯୋଗ ହେଉଛି।ପୂର୍ବରୁ ସମାନ ଢଙ୍ଗରେ ବ୍ରହ୍ମପୁର ସ୍ଥିତ ଜନସ୍ବାସ୍ଥ୍ୟ ଡିଭିଜନର ତତ୍କାଳୀନ ଅଧିକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀ ଙ୍କ ଏପରି କାର୍ଯ୍ୟକଳାପ ଅଭିଯୋଗ ହେବାପରେ ପରବର୍ତ୍ତୀ ସମୟରେ ଭିଜିଲାନ୍ସ ଦ୍ବାରା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ।
ଆଗାମୀ କିଛି ଦିନ ମଧ୍ୟରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଚାନ୍ଦା/ଭେଦା ପାଇଁ ଏଠାରେ ମିଥ୍ୟା ବିଲ୍ ଜରିଆରେ ସରକାରୀ ରାଜସ୍ବ ହଡପ ପାଇଁ ଆଶଙ୍କା କୁ ଏଡାଇ ନ ଯାଇପାରେ।ଏଣୁ ଏହି ଡିଭିଜନ ଅଧିନରେ ହେଉଥିବା ସମସ୍ତ କାର୍ଯ୍ୟ କୁ ଭିଜିଲାନ୍ସ ବିଭାଗ ସହ ବିଭାଗୀୟ ତଦନ୍ତ କରିଲେ ବହୁ ଗୁମର ଖୋଲିବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here