ଜାନୁଆରୀ ୨୯ରୁ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ

0
67

ଭୁବନେଶ୍ବର, ୧୪/୦୧/୨୦୨୪: ସରକାର ରାଜ୍ୟରେ ଶିକ୍ଷକ କର୍ମଗରୀ ମାରଣ ନୀତି ଜାରି ରଖିଛନ୍ତି । ସରକାର ସମସ୍ତଙ୍କ ପାଇଁ ବହୁ ଯୋଜନା କରୁଥିବା ବେଳେ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକମାନଙ୍କ ପାଇଁ କୌଣସି ସୁଚିନ୍ତିତ ଯୋଜନା କରୁନାହାଁନ୍ତି । ମାଧ୍ୟମିକ ବିଦ୍ୟାଳୟକୁ ୫-ଟିରେ ରୂପାନ୍ତରିତ କରିଥିଲେ ମଧ୍ୟ ପ୍ରାଥମିକ ବିଦ୍ୟାଳୟକୁ ଏଥୁରେ ଅନ୍ତର୍ଭୁକ୍ତ କରାଯାଉ ନାହିଁ । ଶିକ୍ଷା ଅଧିକାର ଆଇନରେ ସମସ୍ତ ପଞ୍ଚମଶ୍ରେଣୀ ବିଶିଷ୍ଟ ବିଦ୍ୟାଳୟକୁ ଅଷ୍ଟମ ଶ୍ରେଣୀରେ ରୂପାନ୍ତରିତ କରିବା ଯାହା ଆଇନ ଥୁଲା, ତାହା ନାଲିଫିତା ତଳେ ଆଜି ପର୍ଯ୍ୟନ୍ତ ଗପିହୋଇ ରହିଛି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ ବ୍ୟୟ ବରାଦ ଅଧିକ ନ ହେବାରୁ ସେମାନେ ଅପପୁଷ୍ଟିର ଶିକାର ହେଉଛନ୍ତି । ଯାହାଦ୍ୱାରା ରାଜ୍ୟରେ ଗୁଣାତ୍ମକ ଶିକ୍ଷା ହୋଇପାରୁ ନାହିଁ । ଶିକ୍ଷା ଅଧ୍ବକାର ଅଧିନିୟମକୁ ଆମ ରାଜ୍ୟରେ ଆଦୌ କାର୍ଯ୍ୟକାରୀ କଲେ ନାହିଁ । ବିଭିନ୍ନ ଜିଲ୍ଲାରେ ପ୍ରଧାନ ଶିକ୍ଷକ, ଗ୍ରାଜୁଏଟ ଶିକ୍ଷକ ପଦବୀ ସଂଖ୍ୟା ବହୁ ସଂଖ୍ୟାରେ ଖାଲି ପଡ଼ିଥିଲେ ମଧ୍ୟ ପଦୋନ୍ନତି କରିବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି । ରାଜ୍ୟର ସମସ୍ତ ଠିକା କର୍ମଋରୀ ମାନଙ୍କୁ ୬ ବର୍ଷର ଠିକା କାର୍ଯ୍ୟକାଳକୁ ୬ଟି ଇନକ୍ରିମେଣ୍ଟ ଦେଇ ମୂଳ ଖରକିରରେ ଗଣନା କରିବା ସହିତ ସେମାନଙ୍କୁ ନିୟମିତ କରାଗଲା । ପ୍ରାଥମିକ ଶିକ୍ଷାରୁ ନା ଉଠିଲା ଠିକା ନିଯୁକ୍ତି ନା କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଗଲା । ଯେଉଁ ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକ ୨୦୦୧ ମସିହାରୁ ଆଜି ପର୍ଯ୍ୟନ୍ତ କମ୍ ଟଙ୍କା ପାରିତୋଷିକ ପାଇ ରାଜ୍ୟ ସରକାରଙ୍କ ରାଜକୋଷକୁ ଭରଣା କରିଥିଲେ ସେମାନଙ୍କର ୬ ବର୍ଷର ଠିକା କାର୍ଯ୍ୟକାଳକୁ ମୂଳ ଋକିରିରେ ଗଣନା କରାଗଲା ନାହିଁ । ଆମ ଦେଶର ପ୍ରାୟ ସବୁ ରାଜ୍ୟର ପ୍ରାଥମିକ ଶିକ୍ଷକ କେନ୍ଦ୍ରୀୟ ହାରରେ ଦରମା ପାଉଥିବା ବେଳେ ଆମ ରାଜ୍ୟର ପ୍ରାଥମିକ ଶିକ୍ଷକ ୨୨୦୦ ଗ୍ରେଡ୍‌ ପେରେ ଦରମା ପାଉଛନ୍ତି । ସର୍ବୋଚ୍ଚ ଅଦାଲତ ସମାନ କାମକୁ ସମାନ ଦରମା ଦେବା ପାଇଁ କହିଥିବା ବେଳେ ରାଜ୍ୟ ସରକାର ତାହାକୁ କାର୍ଯ୍ୟକାରୀ କରୁନାହାନ୍ତି |ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କୁ ସରକାର ବହୁ ଭାଗରେ ବିଭକ୍ତ କରି ଶୋଷଣ କରୁଛନ୍ତି । ଏକ୍ସ-କ୍ୟାଡ଼ର ମାନଙ୍କୁ କ୍ୟାଡ଼ରଭୁକ୍ତ କରୁନାହାଁନ୍ତି ଓ
କଳାକ୍ରିଡ଼ା ଶିକ୍ଷକ ମାନଙ୍କର କ୍ୟାରିଅର ଆଡ଼ଭାନସମେଣ୍ଟ ପଲିସ କରୁନାହାଁନ୍ତି । ଜଗତୀକରଣ, ଉଦାରୀକରଣ ଅର୍ଥନୀତି ଋପରେ କେନ୍ଦ୍ର ଓ ରାଜ୍ୟ ସରକାର ୨୦୦୫ ମସିହା ଠାରୁ ପୁରୁଣା ପେନସନ ବ୍ୟବସ୍ଥାକୁ ବନ୍ଦ କରି ଯେଉଁ ନୂତନ ପେନସନ ବ୍ୟବସ୍ଥା ପ୍ରଚଳନ କରିଛନ୍ତି, ଶିକ୍ଷକ କର୍ମଚାରୀ ମାନଙ୍କୁ ସେଥିରେ ବିଶେଷ କିଛି ଅବସରକାଳୀନ ସୁବିଧା ସୁଯୋଗ ମିଳୁନାହିଁ । ଜଣେ ଶିକ୍ଷକ ଅବସର ନେବା ପରେ ନୂତନ ପେନସନ ନିୟମ ଅନୁଯାୟୀ ସେମାନଙ୍କୁ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ମିଳୁଛି । ଯାହାଦ୍ୱାରା ଅବସରର ଅବଶିଷ୍ଟ ଜୀବନକାଳ ଦୁଃଖକଷ୍ଟରେ ଅତିବାହିତ କରିବାକୁ ପଡୁଛି । ୧ ଲକ୍ଷରୁ ଉର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ନଭେମ୍ବର-୨୦୨୨ରେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ
ସହିତ ଦୁଇଥର ଆଲୋଚନା ଓ ଲିଖୁତ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ ରଖାଗଲା । କିନ୍ତୁ ସରକାର ଦାବି ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କଲେ । ପ୍ରତିଶ୍ରୁତିର ୧୦ ମାସ ପରେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହି ସେପ୍ଟେମ୍ବର-୨୦୨୩ରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିଲେ । ମିନିଷ୍ଟେରିଆଲ କମିଟି ସହିତ ଆଲୋଚନା ଓ ୫-ଟି ଅଧକ୍ଷକଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନ କୁ ସ୍ଥଗିତ ରଖାଯାଇଥିଲା । ଡିସେମ୍ବର ମାସରେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକଙ୍କ ଦାବି ପୂରଣ କରାଯିବ ବୋଲି ସମସ୍ତେ ଆଶା ରଖିଥିଲେ । କିନ୍ତୁ ଡିସେମ୍ବରରେ କୌଣସି ଦାବି ପୂରଣ କରାଗଲା ନାହିଁ । ସରକାର ୩ଟି ମୁଖ୍ୟ ଦାବି ପୂରଣ ନକରି କ୍ୟାଡ଼ର ସଂଶୋଧନ କରୁଛନ୍ତି ବୋଲି ଶୁଣାଯାଉଛି । ଯଦି ସରକାର ଆସନ୍ତା ୨୭ ତାରିଖ ସୁଦ୍ଧା ଦାବି ପୂରଣ ନକରିବେ, ତେବେ ବାଧ୍ୟ ହୋଇ ପ୍ରାଥମିକ ଶିକ୍ଷକମାନେ ଜାନୁଆରୀ ୨୯ ତାରିଖ ଦିନ ସବୁବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଓ ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ଦିଲ୍ଲୀପ ସେଠୀ, ଦାପକ ସାହୁ, ଅଗାଧୁ ସେଠୀ,ଟୁଲୁ ଦେଇ, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ, ସଂଗଠନ ସମ୍ପାଦକ ଆଭାଲିନ ପରିଡ଼ା, ଜନ୍ମଞ୍ଜୟ ପରିଡ଼ା, ଝୁନା ମାନସିଂହ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here