ଭଞ୍ଜନଗର ଠାରେ ପାଳିତ ହେବ ବୀର ଚକରା ବିଷୋୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ

0
76

ଛତ୍ରପୁର,୧୫/୦୧/୨୦୨୪:
ଚଳିତ ବର୍ଷ ବୀର ଚକରା ବିଷୋୟୀଙ୍କ ଜନ୍ମ ଜୟନ୍ତୀ ରାଜ୍ୟସ୍ତରୀୟ ଉତ୍ସବ ଭଞ୍ଜନଗର ଠାରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାରଙ୍କ ପକ୍ଷରୁ ଦ୍ଵାରା ପାଳିତ ହେବ । ଏଥିନେଇ ଭଞ୍ଜନଗର ସ୍ଥିତ ଜଙ୍ଗଲ ବିଭାଗୀୟ ଅତିଥି ବଙ୍ଗଳା ଠାରେ ସୋମବାର ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ କର , ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ପ୍ରମୁଖ ଉପସ୍ଥିତ ରହି ଚଳିତ ମାସ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବୀର ଚକରା ବିଷୋୟୀ ଙ୍କ ଜନ୍ମ ଜୟନ୍ତୀ କିଭଳି ମହା ଆଡମ୍ବର ସହକାରେ ପାଳିତ ହେବ ସେଥି ସକାଶେ ସବିଶେଷ ଆଲୋଚନା କରିଥିଲେ । ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ନିଜ ବକ୍ତ୍ୟବରେ ଅବଗତ କରାଇଥିଲେ ଯେ ପ୍ରତିବର୍ଷ ଏହି ମହାନ ସ୍ୱାଧୀନତା ସଂଗ୍ରାମୀ ଙ୍କ ଜନ୍ମଜୟନ୍ତୀ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରାଜ୍ୟ ସ୍ତରରେ ଭୁବନେଶ୍ୱର ଜୟଦେବ ଭବନ ଠାରେ ପାଳିତ ହୋଇ ଆସୁଥିଲା । ଚଳିତ ବର୍ଷ ଏହି ମହାନ ଶହୀଦ ବୀରଙ୍କ ଜୟନ୍ତୀ ଭଞ୍ଜନଗର ସ୍ଥିତ ଟାଉନ ହଲ ତାଙ୍କ ନିଜ ଅଞ୍ଚଳରେ ପାଳିତ ହେବ । ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କ ପାଖରେ ଚକରା ବିଷୋୟୀ ଙ୍କ ବିଷୟରେ ଅଧିକ ସଚେତନତା ସୃଷ୍ଟି ହୋଇପାରିବ । ଏହି ଉପଲକ୍ଷେ ବୌଦ୍ଧିକ ଜ୍ଞାନର ବିକାଶ ତଥା ବୀର ଚକରା ବିଷୋୟୀ ଙ୍କ ଜୀବନ ଆଦର୍ଶ ସମ୍ପର୍କିତ ଜିଲ୍ଲାର ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷାରେ ବତକୃତା, ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ ହେବ । ପ୍ରତିଯୋଗିତାରେ ଅଂଶ ଗ୍ରହଣ ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ସମସ୍ତ ବିଦ୍ୟାଳୟ ଗୁଡିକୁ ସୁଚିତ କରାଯିବ । ସମସ୍ତ ପ୍ରତିଯୋଗିତା ଭଞ୍ଜନଗର ସ୍ଥିତ ଦୀନବନ୍ଧୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପାରିସରରେ ଚଳିତ ମାସ ୧୮ ତାରିଖରେ ଅନୁଷ୍ଠିତ ହେବ । ଜିଲ୍ଲାର ପ୍ରତିବିଦ୍ୟାଳୟରୁ ଚୟନ ହୋଇ ଛାତ୍ର ଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ସହଯୋଗ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଅଞ୍ଚଳରେ ରହିଥିବା ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ହେବ । ସନ୍ଧ୍ୟାରେ ସାଧାରଣ ସଭା ଆୟୋଜନ ହୋଇ ଚକରା ବିଷୋୟୀ ଙ୍କ ସ୍ମୃତି ଚାରଣ, ପୁରସ୍କାର ବିତରଣ, ଭଜନ ସମାରୋହ, ଚକରା ବିଷୋୟୀ ଙ୍କ ଉପରେ ପର୍ଯ୍ୟବେସିତ ନାଟକ ପରିବେଷଣ ହେବାର ବ୍ୟବସ୍ଥା, କଳାକାରଙ୍କ ରହଣି, ଆଇନ ଶୃଙ୍ଖଳା ପରିସ୍ଥିତି ଇତ୍ୟାଦି ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଥିଲା ।

LEAVE A REPLY

Please enter your comment!
Please enter your name here