ଦିବ୍ୟ ଜୀବନ ସଂଘର ପ୍ରତିଷ୍ଠା ଦିବସ ପାଳିତ

0
75

ବ୍ରହ୍ମପୁର,୧୬/୦୦୧/୨୦୨୪: ଦିବ୍ୟ ଜୀବନ ସଂଘ ମହିଳା ଶାଖା ପରିସର ରେ ଦିବ୍ୟ ଜୀବନ ସଂଘର ପ୍ରତିଷ୍ଠା ଦିବଦାହା ଆଡମ୍ବର ରେ ପାଳିତ ହୋଇଯାଇଛି। ପରମଗୁରୁଦେବ, ପରମକାରୁଣିକ ସ୍ବାମୀ ଶିବାନନ୍ଦ ସରସ୍ଵତୀ ମହାରାଜ ଙ୍କ ଦ୍ଵାରା ୧୯୩୬ ମସିହା ପବିତ୍ର ମକର ସଂକ୍ରାନ୍ତି ଦିନ ପ୍ରତିଷ୍ଠା କର ଯାଇଥିଲା। ବରିଷ୍ଠ ଗୁରୁ ଭାଇ ଅରୁଣ ଦାସଙ୍କ ତତ୍ତ୍ୱାବଧାନରେ ଦୈନିକ ସକାଳ ପୂଜା ପରେ ହନୁମାନ ଚାଳିଶା ଓ ନାରାୟଣ ସେବା, ସନ୍ଧ୍ୟା ରେ ସୁନ୍ଦରକାଣ୍ଡ ପାଠ କରାଯାଇଥିଲା। ଗୁରୁ ମହାରାଜଙ୍କ ପବିତ୍ର ବାଣୀ ‘ମାନବ ସେବା ହିଁ ମାଧବ ସେବା’ କୁ ପାଥେୟ କରି ଦିବ୍ୟ ଜୀବନ ସଂଘ ସମନ୍ୱୟ ସମିତିର କୋଷାଧ୍ୟକ୍ଷ ଶାନ୍ତିଭୂଷଣ ପଣ୍ଡା ଙ୍କ ଦ୍ଵାରା ପ୍ରାୟ ୪୨ ଜଣ ଅନାଥ ନାରାୟଣ ମାନଙ୍କୁ ସ୍ଵାଦିଷ୍ଟ ଭୋଜନ ସହିତ ଶୀତବସ୍ତ୍ର କମ୍ବଳ ପ୍ରଦାନ କରାଯାଇଥିଲା। ବରିଷ୍ଠ ଗୁରୁ ଭାଇ ଶ୍ରୀନିବାସ ପାତ୍ର ଦିବ୍ୟ ଜୀବନ ସଂଘର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ବର୍ଣ୍ଣନା କରିଥିଲେ। ଆସନ୍ତା ୧୬ ତାରିଖରୁ ୨୨ ତାରିଖ ଯାଏଁ ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆ ରେ ପବିତ୍ର ଭାଗବତ ସପ୍ତାହ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟା ରେ ଯୋଗ ଦେବା ପାଇଁ ଅନୁରୋଧ କରାଯାଇଥିଲା। ଏହି ସବୁ ଦିବ୍ୟ କାର୍ଯ୍ୟକ୍ରମ କୁ ସଂଘ ର ବରିଷ୍ଠ ସଦସ୍ୟ ରବୀନ୍ଦ୍ର ନାଥ ଦାସ, ମୁନା ପାଣିଗ୍ରାହୀ, ସୁରେଶ ବରାଡ଼, ମାମି ବେହେରା, ଅଲେଖ ବେହେରା, ଶଙ୍କର, ଶ୍ରୀନିବାସ ପାତ୍ର, ଉମାଚରଣ ମହାନ୍ତି, ଶିବାନୀ ବେହେରା, ପ୍ରଶାନ୍ତ କୁମାର ନନ୍ଦ, ଗୋବିନ୍ଦ ନାହାକ, ଫାର୍ମାସିଷ୍ଟ କ୍ରିଷ୍ଣା ଭାଇ ପ୍ରଭୃତି ରହି ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here