ପାଣି ପଞ୍ଚାୟତ ପକ୍ଷ-୨୦୨୪ ପାଳନ

0
77

ଛତ୍ରପୁର,୧୬/୦୧/୨୦୨୪:ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପାଣି
ପଞ୍ଚାୟତ ପକ୍ଷ ପାଳନ କରାଯାଉଅଛି । ୨୦୨୪ ଜାନୁୟାରୀ ୧୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହା ସାରା ରାଜ୍ୟରେ ପାଳିତ ହେଉଅଛି । ଜଳ ପରିଚାଳନା କ୍ଷେତ୍ରରେ ପାଣି ପଂଚାୟତ ସଂଗଠନ ର
ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ ଏହାର ସମସ୍ତ ସଦସ୍ୟ ଓ କୃଷକ ଭାଇ ଓ ଭଉଣୀ ମାନଙ୍କୁ ସ୍ଵୀକୃତୀ
ଜଣାଇବା ନିମନ୍ତେ ଏହା ଏକ ସୁନ୍ଦର କାର୍ଯ୍ୟକ୍ରମ । ରାଜ୍ୟ ସରକାର ଜଳସେଚନ ଭିତ୍ତିଭୁମି ନିର୍ମାଣ
ଦ୍ବାରା ଅଧିକ ଜମିକୁ ଜଳସେଚନ ସୁବିଧା କରିବା ସହିତ ପାଣି ପଞ୍ଚାୟତ ବ୍ୟବସ୍ଥାକୁ ମଧ୍ୟ ଆଇନଗତ ଭାବେ ସୁଦୃଢ କରିବା ପାଇଁ ପଦକ୍ଷେପ ନେଉଛନ୍ତି । ନ୍ୟାୟ ସଙ୍ଗତ ଓ ସମାନତା ଭିତ୍ତିରେ ବିଭିନ୍ନ ଜଳ ବ୍ୟବହାରକାରୀ ଙ୍କ ମଧ୍ୟରେ ଜଳ ବଣ୍ଟନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା,ଜଳସଂରକ୍ଷଣ, ଜଳ ପୁନଃ ବ୍ୟବହାର ସହିତ ଫସଲର ବିବିଧକରଣ ଜରିଆରେ ଅଧିକ ପ୍ରକାର ଫସଲ ଉତ୍ପାଦନ ପାଇଁ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ର ସଚେତନତା ସୃଷ୍ଟି କରିବା ଏହାର
ମୁଖ୍ୟ ଉଦ୍ଦେଶ୍ୟ ।ଏହି ଅବସର ରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁ ପାଣି ପଂଚାୟତ ରଥକୁ ଛତ୍ରପୁର ସ୍ଥିତ
ଜିଲ୍ଲା ପରିଷଦ ଠାରେ ଶୁଭାରମ୍ଭ କରିଥିଲେ । ଏହି ପାଣି ପଂଚାୟତ ରଥ ଜାନୁୟାରୀ ୧୬
ରୁ ୨୪ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ର ସମସ୍ତ ବୃହତ, ମାଧ୍ୟମ, କ୍ଷୁଦ୍ର ଓ ଉଠା ଜଳସେଚନ ପ୍ରକଳ୍ପ
ଗୁଡିକୁ ଯାଇ ମାନ୍ୟବର ମୁଖମନ୍ତ୍ରୀ ଙ୍କ ବାର୍ତ୍ତା ଓ ପାଣି ପଂଚାୟତ ର ଆଭିମୁଖ୍ୟ ର ପ୍ରଚାର ଓ
ପ୍ରସାର କରିବ । ଏହି ରଥ ଯାତ୍ରା ଆସନ୍ତା ଜାନୁଆରୀ ୨୪ ତାରିଖ ରେ ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ
ଠାରେ ଜିଲ୍ଲା ସ୍ତରୀୟ ସମାରୋହ ପାଳନ ଅବସରରେ ସମାପନ ହେବ।
ଏହି କାର୍ଯ୍ୟକ୍ରମକୁ ଜଳସମ୍ପଦ ବିଭାଗ ତରଫରୁ ଋଷିକୁଲ୍ୟା, ବାହୁଦା ଅବବାହିକା ଅତିରିକ୍ତ ମୂଖ୍ୟଯନ୍ତ୍ରୀ ଶ୍ରୀ ଜଗନ୍ନାଥ ପାଣି, ବ୍ରହ୍ମପୁର ଜଳସେଚନ ବିଭାଜନ ଅଧ୍ୟକ୍ଷଣ ଯନ୍ତ୍ରୀ, ଶ୍ରୀ ଜୟଦୀପ
ପଣ୍ଡା, ନିର୍ବାହୀ ଯନ୍ତ୍ରୀ ଶ୍ରୀ ଅଜିତ କୁମାର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ର ଶ୍ରୀ ଜଗନ୍ନାଥ ଦାସ ଓ
ଅନ୍ୟାନ୍ୟ କର୍ମକର୍ତା ମାନେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here