ଦ୍ଵିତୀୟ ଦିନରେ ଗଞ୍ଜାମ ଜିଲ୍ଲା ପ୍ରାଣୀ ଚିକିତ୍ସକଙ୍କ ସମୂହ ଛୁଟି

0
65

ବ୍ରହ୍ମପୁର,୨୦/୦୧/୨୦୨୪:ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣର ଏବଂ ତତ୍ ସଂକ୍ରାନ୍ତୀୟ ବିଭିନ୍ନ ଦାବୀ ସମ୍ପର୍କରେ ଓଡ଼ିଶା ସରକାର କର୍ଣ୍ଣପାତ ନ କରିବା ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ପ୍ରାଣୀ ଚିକିତ୍ସା ସେବା ସଂଘ ଆହ୍ଵାନରେ ଗତ କାଲି ଠାରୁ ଆରମ୍ଭ ହୋଇଥିବା ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ମାନଙ୍କ ସାମୁହିକ ଛୁଟି ଆଜି ଦ୍ଵିତୀୟ ପହଞ୍ଚିଛି । ଜିଲ୍ଲାର ସମସ୍ତ ୨୨ ଟି ବ୍ଲକରେ କାର୍ଯ୍ୟରତ ଡାକ୍ତରମାନେ ଜିଲ୍ଲା ମୁଖ୍ୟାଳୟରେ ଧାରଣାରେ ବସିଛନ୍ତି I
ସଂଘର ଡାକ୍ତର ମାନଙ୍କ ଠାରୁ ପ୍ରାପ୍ତ ବିବରଣୀ ଅନୁସାରେ ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣର ଆବଶ୍ୟକତା ସମ୍ପର୍କରେ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ ତରଫରୁ ବିଗତ ବର୍ଷ ବର୍ଷ ଧରି ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିବା ବେଳେ ରାଜ୍ୟ ସରକାର ଏଥୁପ୍ରତି କର୍ଣପାତ ନକରିବା ପରିତାପର ବିଷୟ ।
ସରକାରଙ୍କ ତରଫରୁ ଡାକ୍ତର ମାନଙ୍କ ଅନୁପସ୍ଥିତିରେ ଅଧସ୍ତନ କର୍ମଚାରୀଙ୍କ ଦ୍ଵାରା ଚିକିତ୍ସା ସେବା ଯୋଗାଇ ଦେବାକୁ ହୋଇଥିବା ଆଦେଶକୁ ସର୍ବଭାରତୀୟ ପ୍ରଣୀ ଚିକିତ୍ସକ ସଂଗଠନ ପ୍ରତିବାଦ ଜଣାଇଛି I ପ୍ରଣୀ ଚିକିତ୍ସକ ମାନଙ୍କ ଦାବୀ ଉପରେ ବିଚାର ନ କରି ଏପରି ବିଭ୍ରାନ୍ତିକର ଆଦେଶର ପ୍ରଦାନ ବିରୁଦ୍ଧରେ ରାଜ୍ଯ ସ୍ତରୀୟ ସଂଘ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପ୍ରସ୍ତୁତ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ I ରାଜ୍ୟର ପ୍ରାଣୀ ଚିକିତ୍ସକ ମାନେ ଚିକିତ୍ସା କାର୍ଯ୍ୟରୁ ଦୁରେଇ ରହିବା ଯୋଗୁଁ ପ୍ରାଣୀ ପାଳକ ମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ।ରାଜ୍ଯ ସରକାର ଜାରି କରିଥିବା “ମୋ ସରକାର “,କିଷାନ କଲ ସେଣ୍ଟର, ଏବଂ ପ୍ରାଣୀ ସହାୟତା ନମ୍ବର ଆଦି କୌଣସି ଠାରୁ ଚାଷୀ ମାନଙ୍କୁ ସହାୟତା ମିଳୁନାହିଁ I ପ୍ରାଣୀ ଚିକିତ୍ସକ ଓ ସରକାରଙ୍କ ମଧ୍ୟରେ ବିଭ୍ରାଟ ହେତୁ ଜନସାଧାରଣ ନାହିଁ ନଥିବା ହଇରାଣ ହେଉଛନ୍ତି I ଏ ସମସ୍ୟାର ସମାଧାନର ସୂତ୍ର ତୁରନ୍ତ ଖୋଜି ନୀରବ ପ୍ରାଣୀ ମାନଙ୍କ ଦୁର୍ଦ୍ଦଶା ଅନ୍ତ କରିବାକୁ ଜନସାଧାରଣ ଦାବୀ ଜଣାଇଛନ୍ତି I

LEAVE A REPLY

Please enter your comment!
Please enter your name here