ପାତ୍ରପୁର, ୨୧/୦୧/୨୦୨୪:
ଚିକିଟି ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଆମ୍ବପୁର ପଂଚାୟତ ସୋମନାଥପୁର ରେ ବି ଜେ ପି ର ମିଶ୍ରଣ ପର୍ବ ରେ ଯଶଶ୍ୱୀ ପ୍ରଧାନମନ୍ତ୍ରୀ ଙ୍କ ସୁଶାସନ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଂଜନ ଦ୍ୟାନ ସାମନ୍ତରା ଙ୍କ ନେତୃତ୍ୱ , ନୀତି ଓ ଆଦର୍ଶ ରେ ଖୁସି ବ୍ୟକ୍ତ କରି ୪୦ ପରିବାର ସ୍ଵତଃପୂର୍ତ ଭାବେ ବି ଜେ ଡି ଛାଡି ବି ଜେ ପି ରେ ଯୋଗ ଦେଇଥିଲେ। ଏହି ମିଶ୍ରଣ ପର୍ବ ରେ ବି ଜେ ପି ନେତ୍ରୀ ମିନା ଦ୍ୟାନ ସାମନ୍ତରା ,ବ୍ଳକ ଅଧ୍ୟକ୍ଷା ୱାଇ ସଂଯୁକ୍ତା, ଉପାଧ୍ୟକ୍ଷ ଅନାଦି ପଣ୍ଡିତ, ମଣ୍ଡଳ ସଭାପତି ଅଜିତ୍ ପ୍ରଧାନ, ବାଲାଜୀ ପ୍ରଧାନ, ଧନୁ ଶବର, ଆନନ୍ଦ ବେହେରା ଓ ଦିନବନ୍ଧୁ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିବା ବେଳେ ସୋମନାଥ ପୁର ଗ୍ରାମ ର ୪୦ ପରିବାର ବି ଜେ ଡି ଛାଡ଼ି ବିଜେପି ରେ ଯୋଗ ଦେଇଥିଲେ। ଆମ୍ବପୁର ପଂଚାୟତ ର ଏହି ମିଶ୍ରଣ ପର୍ବ ରେ ବି ଜେ ପି ର ଶକ୍ତି ବୃଦ୍ଧି ହୋଇଥିବା ଶ୍ରୀ ସାମନ୍ତରା ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ ରେ ଶତାଧିକ ବି ଜେ ପି କର୍ମୀ ଉପସ୍ଥିତ ଥିଲେ।