କୁଶଳୀ ମହିଳା ମାନଙ୍କୁ ବିଶ୍ୱକର୍ମା ଯୋଜନା ରେ ତାଲିମ ପ୍ରଦାନ

0
83

ବ୍ରହ୍ମପୁର,୨୧/୦୧/୨୦୨୪:
ଆଜି ସ୍ଥାନୀୟ ବିଜିପୁର ସ୍ଥିତ ସନ୍ତୋଷୀ ମାଁ ମନ୍ଦିର ପ୍ରାଙ୍ଗଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ବିଶ୍ୱକର୍ମା ଯୋଜନା ପାଇଁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଇଥିଲା lବିଜେପି ମହିଳା ମୋର୍ଚ୍ଚା ର ସାଧାରଣ ସମ୍ପାଦିକା ଅନୁଜା ନନ୍ଦ ବିଶ୍ୱାଳ ଙ୍କ ନେତୃତ୍ୱ ରେ ବହୁ ସଂଖ୍ୟାରେ ବିଭିନ୍ନ ବର୍ଗ ର କୁଶଳୀ ମହିଳା ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l
ବିଶ୍ୱକର୍ମା ଯୋଜନା ରେ ରେଜିଷ୍ଟ୍ରେସନ କରିବା ଏବଂ ଆଗକୁ ଅଧିକରୁ ଅଧିକ କେମିତି ରେଜିଷ୍ଟ୍ରସନ କରିବେ ସେଥିପାଇଁ ସ୍ୱତନ୍ତ୍ର ମହିଳା ଟିମ ଗଠନ କରାଯାଇଥିଲା ଏବଂ ସେହି ମାନେ ପ୍ରତ୍ୟେକ ସାହି କୁ ଯାଇ ମହିଳା ମାନଙ୍କୁ ବିଶ୍ୱକର୍ମା ଯୋଜନା ବିଷୟରେ ବୁଝେଇବା ନେଇ ତାଲିମ ଦିଆଯାଇଥିଲା l
ଏହି କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ସଭାପତି ଡାକ୍ତର ସୁବାଷ ସାହୁ ମହିଳା ମାନଙ୍କୁ ବିଶ୍ୱକର୍ମା ଯୋଜନା ବିଷୟରେ ଅବଗତ କରେଇଥିଲେ l ଗଞ୍ଜାମ ମହିଳା ମୋର୍ଚ୍ଚା ର ସାଧାରଣ ସମ୍ପାଦିକା ବର୍ଷା ବିଦୁସ୍ମିତା,୩୭ ୱାର୍ଡ ର କର୍ପୋରେଟର ବନିତା ସାହୁ, କରାପଲ୍ଲୀ ମଣ୍ଡଳର ସଭାନେତ୍ରୀ ମୋନିକା ପ୍ରହରାଜ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଯୋଜନାରେ ଅଂଶୀଦାର ହେଇଥିବା ତିନିଶହ ରୁ ଉର୍ଦ୍ଧ୍ବ ମହିଳା ମାନେ ବିଜପି ଦଳରେ ମିଶିଥିଲେ ଏବଂ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ l

LEAVE A REPLY

Please enter your comment!
Please enter your name here