ଜିଲ୍ଲା ଉପଭୋକ୍ତା ପରାମର୍ଶ କେନ୍ଦ୍ର ର ହସ୍ତକ୍ଷେପ – ବରିଷ୍ଠ ନାଗରିକଙ୍କୁ ଗ୍ୟାସ ବିତରକ ଯୋଗାଣ କରିଲା ରିଫିଲ୍ ଗ୍ୟାସ

0
41

ବ୍ରହ୍ମପୁର,୨୨/୦୧/୨୦୨୪:ଜିଲ୍ଲା ଉପଭୋକ୍ତା ପରାମର୍ଶ କେନ୍ଦ୍ର ର ହସ୍ତକ୍ଷେପ ଫଳରେ ଜଣେ ବରିଷ୍ଠ ନାଗରିକଙ୍କୁ ଗ୍ୟାସ ବିତରକ ଯୋଗାଣ କରିଲା ରିଫିଲ୍ ଗ୍ୟାସ।
ପ୍ରକାଶଥାଉକି, ବହୁ ମାସ ଧରି ବ୍ରହ୍ମପୁର ବାସିନ୍ଦା ତଥା ବରିଷ୍ଠ ନାଗରିକ ଶ୍ରୀ ଏସ୍. ଏନ୍. ପାଣିଗ୍ରାହୀଙ୍କୁ ଇଷ୍ଟଦିପ ଇଣ୍ଡେନ୍ ଗ୍ୟାସ୍ ବିତରକ ଠାରୁ କେବଳ ମୋବାଇଲ ରେ ମେସେଜ ପାଉଥିଲେ କିନ୍ତୁ ରିଫିଲ୍ ଗ୍ୟାସ ଯୋଗାଣ ହେଉନଥିଲା । ବହୁବାର ଅଭିଯୋଗ ପରେ ବି ଉକ୍ତ ଗ୍ୟାସ ବିତରକ କୈାଣସି ପଦକ୍ଷେପ ଗ୍ରହଣ କରିନଥିଲେ । ସଠିକ୍ ସମୟରେ ରିଫିଲ୍ ଗ୍ୟାସ ନ ପାଇ ଗ୍ୟାସ ଉପଭୋକ୍ତା ବହୁ ବାଧାବିଘ୍ନ ସମ୍ମୁଖୀନ ହୋଇଆସୁଥିଲେ । ଉପଭୋକ୍ତା ଶ୍ରୀ ଏସ୍.ଏନ.ପାଣିଗ୍ରାହୀ ଉପଭୋକ୍ତା ପରାମର୍ଶ କେନ୍ଦ୍ର କୁ ଅନଲାଇନରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବାର ଦୁଇ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ପରାମର୍ଶ କେନ୍ଦ୍ର, ବ୍ରହ୍ମପୁର ଏବଂ ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ର ମିଳିତ ହସ୍ତକ୍ଷେପ କରିବାପରେ ଉକ୍ତ ଇଷ୍ଟଦୀପ ବିତରକ ଶ୍ରୀ ପାଣିଗ୍ରାହୀ ଙ୍କ ଘରକୁ ନେଇ ରିଫିଲ୍ ଗ୍ୟାସ ସିଲିଣ୍ଡର ଯୋଗାଣ କରିଛି ।

LEAVE A REPLY

Please enter your comment!
Please enter your name here