ଖାରବେଳ ନଗର ବିକାଶ ପରିଷଦ ଓ ନୃତ୍ୟ ତରଙ୍ଗ ଦ୍ଵାରା ସାଂସ୍କୃତିକ ମହୋତ୍ସବ

0
73

ବ୍ରହ୍ମପୁର,୨୩/୦୧/୨୦୨୪: ଲୋଚା ପଡା ପଞ୍ଚାୟତ ଖାରବେଳ ନଗର ରେ ଗତକାଲି ଏକ ସାଂସ୍କୃତିକ ମହୋତ୍ସବ “ରଙ୍ଗ ପସରା”ନାମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡା , ସଭାପତି ସମାଜ ସେବୀ ଶ୍ରୀ ସାଧୂଚରଣ ସାବତ, ସମ୍ମାନିତ ଅତିଥି ଭାବେ କର୍ପୋରେଟର ଶ୍ରୀ ଟୁନା ପଟ୍ଟନାୟକ, ଜିଲ୍ଲା ପରିଷଦ ଶ୍ରୀମତୀ ଭାରତୀ ନାୟକ, ସାହିତ୍ୟିକ ଶ୍ରୀ ସୁଶାନ୍ତ ଦାସ, ପୂର୍ବତନ ବ୍ଲକ ଚେୟାରମ୍ୟାନ ଶ୍ରୀ ଦିଲ୍ଲୀପ ପାତ୍ର ଆଦି ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନ ରୁ ଯଥା ଶିକ୍ଷା,ସଂସ୍କୃତି, ସମାଜ ସେବା, ସଙ୍ଗୀତ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରତିଭା ଥିବା ବ୍ୟକ୍ତିଙ୍କୁ ପ୍ରଶଂସା ପତ୍ର ସହ ସମ୍ମାନିତ କରାଯାଇ ଥିଲା। କାର୍ଯ୍ୟକ୍ରମ କୁ ଅଧ୍ୟାପକ ,ଉପସ୍ଥାପକ ଓ ସାମ୍ବାଦିକ ସରୋଜ କୁମାର ମହାନ୍ତି ପରିଚାଳନା ଓ ସଂଯୋଜନା କରିଥିବା ବେଳେ ମହାଦେବ ମେଲୋଡ଼ି ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା। ଅନୁଷ୍ଠାନ ର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ଓ ଗାୟକ ଶ୍ରୀ ସୁଦୀପ ସାହୁ ସମ୍ମାନିତ ହେବା ସହିତ ଏକ ସଙ୍ଗୀତ ପରିବେଷଣ କରି ସମସ୍ତ ଦର୍ଶକ ଙ୍କୁ ବେଶ ଖୁସି କରିଥିଲେ। କୈଳାସ ପାତ୍ର, ହିମାଂଶୁ ପାତ୍ର,ମୁନା ପାତ୍ର, ସଞ୍ଜୟ ରଥ,ଶାନ୍ତୁନୁ ସାହୁ, ରାଜା ପାତ୍ର, କାଳିଆ ଆଦି ସହଯୋଗ କରିଥିବା ବେଳେ ଶେଷରେ ସିବୁନ ପାତ୍ର ଧନ୍ୟ ବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here