ସୁକୁଣ୍ଡା ମନ୍ଦିର ପରିସରରୁ ଅଜଗର ସାପ ଉଦ୍ଧାର

0
29

ବ୍ରହ୍ମପୁର,୨୮/୦୧/୨୦୨୪ :ସହର ଉପକଣ୍ଠ ସୁକୁଣ୍ଡା ନୃସିଂହ ମନ୍ଦିରର ପରିସର ରୁ ଏକ ଅଜଗର ସାପ ଉଦ୍ଧାର ହୋଇଛି। ସୂଚନା ମୁତାବକ ମନ୍ଦିର ପଛ ପାର୍ଶ୍ଵରେ ଗୃହ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି ସମୟରେ ସେଠାରେ ସାପଟିକୁ କାମ କରୁଥିବା ବ୍ୟକ୍ତି ମାନେ ଦେଖିଥିଲେ। ଏହାପରେ ସେମାନେ ସର୍ପ ଉଦ୍ଧାରକ କାଳିଆ ସାହୁ ଙ୍କୁ ଯୋଗାଯୋଗ କରିଥିଲେ। କାଳିଆ ସେଠାରେ ପହଞ୍ଚି କୌଶଳକ୍ରମେ ସାପଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ସାପଟି ଭାରତୀୟ ଅଜଗର ପ୍ରଜାତିର ହୋଇଥିବା ବେଳେ ତାହାର ଲମ୍ବ ୩ ଫୁଟ ରହିଛି। ଉଦ୍ଧାର ପରେ ସାପଟିକୁ ବ୍ରହ୍ମପୁର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି। ସାପଟିର ସ୍ବାସ୍ଥ୍ୟ ପରୀକ୍ଷା ପରେ ସାପଟିକୁ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯିବ ବୋଲି ବନାଞ୍ଚଳ ଅଧିକାରିଣୀ ମାଣିକେଶ୍ଵରୀ ହାଁସଦା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here