ପୋଲସରା ୩୦/୧/୨୪ ଗଞ୍ଜାମ ଜିଲ୍ଲାର ପୋଲସରା କୋଣାର୍କ କଲ୍ୟାଣ ମଣ୍ଡପରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଜାନୁଆରୀ ୩୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପୋଲସରା ନିର୍ବାଚନ ମଣ୍ଡଳୀ ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ସରକାରଙ୍କ ବିଭିନ୍ନ ଶ୍ରମିକ କଲ୍ୟାଣ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ମାନ୍ୟବର ବିଧାୟକ ଶ୍ରୀ ସାହୁ ୧୧୫୪ ( ଏଗାର ଶହ ଚଉବନ) ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ଚେକ ମାଧ୍ୟମରେ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୋଲସରା ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ ଓ ଝୁନୁ ଦାସ, ଶ୍ରମ ବିଭାଗ ଅଧିକାରୀ ସୁମିତ୍ରା ମାଝି, ବି.ହୃଷୀକେଶ ରାଓ, ଓ ରଶ୍ମିରେଖା ପଣ୍ଡା ଯୋଗଦେଇଥିଲେ। ଶ୍ରମ ବିଭାଗ କର୍ମଚାରୀ ବିଜୟ ମଲିକ ଓ ଦେବାଶିଷ ନାୟକ ପରିଚାଳନାରେ ସହଯୋଗ କରିଥିଲେ।