ସାଧାରଣ ନିର୍ବାଚନ ପାଇଁ ତାଲିମ ଶିବିର

0
33

ଭଞ୍ଜନଗର,୦୧/୦୨/୨୦୨୪: ସାଧାରଣ ନିର୍ବାଚନ -୨୦୨୪ଦୃଷ୍ଟି ରେ ରଖି ନିର୍ବାଚନ ପ୍ରସ୍ତୁତି ନିମନ୍ତେ , ଆଜି ତା ୦୧/୦୨/୨୦୨୪, ୧୨୩-ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ସେକ୍ଟର ଅଫିସର ଏବଂ ସେକ୍ଟର ପୋଲିସ ଅଫିସର ମଧ୍ୟରେ ତାଲିମ ଶିବିର ଉପ-ଜଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜନ କରାଯାଇଥିଲା । ଏହି ତାଲିମ ଶିବିରରେ ଉପ-ଜିଲ୍ଲାପାଳ,ଭଞ୍ଜନଗର ଶ୍ରୀ ଅନିଲ କୁମାର ସେଠୀ, ଅତିରିକ୍ତ ଉପ-ଜିଲ୍ଲାପାଳ ଶ୍ରୀ ବିଶ୍ବରଞ୍ଜନ କର, ଶ୍ରୀ ବିଶ୍ଵାମିତ୍ର ହରପାଲ, ଉପଖଣ୍ଡ ସ୍ତରୀୟ ପୋଲିସ ଅଧିକାରୀ, ଶ୍ରୀ ଉମା ଶଙ୍କର ବେହେରା, ତହସିଲଦାର,ଭ଼ଞ୍ଜନଗର, ଶ୍ରୀ କଳାକୃଷ୍ଣ ପ୍ରଧାନ, ତହସିଲଦାର ବେଲଗୁଣ୍ଠା, ଶ୍ରୀମତୀ ଦିପ୍ତିମଣୀ ପ୍ରଧାନ ,ଅତିରିକ୍ତ ଜିଲ୍ଲାପାଳ ଏବଂ ଶ୍ରୀ ରାମଚନ୍ଦ୍ର ମହାପାତ୍ର, ସହକାରୀ ଜିଲ୍ଲାପାଳ ଉକ୍ତ ତାଲିମ ସିବିରରେ ୧୨୩-ଭଞ୍ଜନଗରର ସେକ୍ଟର ଅଫିସର ଏବଂ ସେକ୍ଟର ପୋଲିସ ଅଫିସର ମାନଙ୍କୁ ତାଲିମ ପ୍ରଦାନ କରିଥିଲେ, ଏବଂ ଏହି ତାଲିମ ୩ ଦିନ ପର୍ଯ୍ୟନ୍ତ ଆୟୋଜନ ହୋଇଛି, ଯଥା୦୧/୦୨/୨୦୨୪(୧୨୩-ଭଞ୍ଜନଗର ନିର୍ବାଚନ ମଣ୍ଡଳୀ), ୦୨/୦୨/୨୦୨୪ (୧୨୮-ଆସ୍କା ନିର୍ବାଚନ ମଣ୍ଡଳୀ) ଏବଂ ଶେଷ ଦିନ ତା ୦୩/୦୨/୨୦୨୪ ( ୧୨୯-ସୋରଡା ନିର୍ବାଚନ ମଣ୍ଡଳୀ) ପାଇଁ ଆୟଜୋନ ହୋଇଛି, ଏହି ତାଲିମ ସିବିରରେ ଶ୍ରୀ ଅନିଲ କୁମାର ସେଠୀ, ଉପ-ଜିଲ୍ଲାପାଳ,ଭଞ୍ଜନଗର ସମସ୍ତ ସେକ୍ଟର ଅଫିସର ଏବଂ ସେକ୍ଟର ପୋଲିସ ଅଫିସର ମାନଙ୍କୁ ସୁଚାର ରୁପରେ କାର୍ଯ୍ୟ କରିବା ପାଇଁ ଆଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here