ଷଷ୍ଠ ଜୟ ବର୍ଦ୍ଧନ ବନ୍ଧୁତ୍ବପୂର୍ଣ୍ଣ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

0
78

ବ୍ରହ୍ମପୁର,୦୨/୦୨/୨୦୨୪: ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ସ୍ଥିତ ବେଡମିଣ୍ଟନ କୋର୍ଟ ପରିସରରେ ଷଷ୍ଠ ଜୟ ବର୍ଦ୍ଧନ ବନ୍ଧୁତ୍ବପୂର୍ଣ୍ଣ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏସପି ଡ଼ା ଶ୍ରବଣ ବିବେକ ଏମ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ପ୍ରମେୟ ଡିଜିଏମ ଅମ୍ବିକା ପ୍ରସାଦ ଦାସ, ସକାଳ ବ୍ରହ୍ମପୁର ଏଡିସନ୍ ମୁଖ୍ୟ ସକ୍ତିଧର ରାଜଗୁରୁ, ଡେପୁଟି ମେୟର ଇ ବିବେକ ରେଡ୍ଡୀ, ସମାଜସେବୀ ଉମାକାନ୍ତ ମିଶ୍ର, କର୍ପୋରେଟର ମଳୟ ବିଷୋୟୀ, ସାମ୍ବାଦିକ ସୁଦୀପ ସାହୁ, ପ୍ରହଲ୍ଲାଦ ସାହୁ, ଶିବରାମ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ। ଫଟୋ ସାମ୍ବାଦିକ ଗୋପାଳ ରେଡ୍ଡୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ରେଫରି ଭାବେ ଦୀପକ ତିବରିୱାଲ, ଶିବ ପ୍ରସାଦ ପାଢ଼ୀ, ସରୋଜ ଦୋରା ଯୋଗ ଦେଇଥିଲେ। ଏହି ଅବସରରେ ସାମ୍ବାଦିକ, ପୋଲିସ, କର୍ପୋରେଟର ଓ ମହାନଗର ନିଗମ କର୍ମଚାରୀଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମହିଳା ଯୋଡ଼ିରେ ବିଏମସି କୁ ହରାଇ ସାମ୍ବାଦିକ ଯୋଡ଼ି ବିଜୟୀ ହୋଇଥିଲେ। ସାମ୍ବାଦିକ ଙ୍କ ପକ୍ଷରୁ ମହିଳା ଯୋଡିରେ ସୋନାଲି ପ୍ରଧାନ, ବନିତା ବେହେରା ଖେଳିଥିବା ବେଳେ ବିଏମ୍ସି ପକ୍ଷରୁ କର୍ପୋରେଟର ସୋନାଲି ଗନ୍ତାୟତ ଓ ଗୋଷ୍ଟି ସଂଯୋଜିକା ଜୟଶ୍ରୀ ପାଣିଗ୍ରାହୀ ଖେଳିଥିଲେ। ସେହିପରି ପୁରୁଷ ଜୋଡ଼ିରେ ପୋଲିସ ୱାରିଅର ଓ ପୋଲିସ ଟାଇଗର ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ପୋଲିସ ଟାଇଗର ର ମୀନକେତନ ଦଳେଇ ଓ ସଞ୍ଜୟ କୁମାର ସେଠୀ ଙ୍କ ଦଳ ବିଜୟୀ ହୋଇଥିବା ବେଳେ ପୋଲିସ ୱାରିଅର ଦେବରାଜ ଶବର, ବାଳକୃଷ୍ଣ ସ୍ବାମୀ ରନର୍ ଅପ୍ ହେଇଥିଲେ। ସେହିପରି ପୁରୁଷ ଏକକତାରେ ସାମ୍ବାଦିକ ମନୋଜ ମହାରଣା ଓ ଟୁନା ପ୍ରଧାନ ଙ୍କ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ମନୋଜ ମହାରଣା ବିଜୟୀ ହୋଇଥିବା ବେଳେ ଟୁନା ପ୍ରଧାନ ରନର୍ ଅପ୍ ହେଇଥିଲେ। ସେହିପରି ଉଦଯାପନୀ ଉତ୍ସବରେ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ ବିବେକ ରେଡ୍ଡୀ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ସେହିପରି ବିଜେତାଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ସଚିନ୍ ବେହେରା, ଲକ୍ଷ୍ମୀ ବେଜ, ସ୍ଵାଧୀନ କୁମାର ସାହୁ, ବିଶ୍ଵନାଥ ମାରଣା , ଶିବ ପଣ୍ଡା , ଦୀନେଶ ପଟ୍ଟନାୟକ, ସୁବ୍ରମଣ୍ୟମ ସ୍ୱାମୀ , ବନିତା ବେହେରା , ସୋନାଲି ପ୍ରଧାନ ,ଚିକୁ ପ୍ରତିନିଧି ,ଲିକୁ ଡାକୁଆ , ରୀଙ୍କୁ ରେଡି , ଅମର ଦାସ ,ଉମା ଶଙ୍କର ମିଶ୍ର, ଶିବରାମ ଦଳେଇ, ଶୁଭେନ୍ଦୁ ସାହୁ, କୈଳାଶ ବେହେରା, ସତ୍ୟ ଚେତନ ପରିଡ଼ା, ମାନସ ବିଷୋୟୀ, ସାଗର ମହାରଣା, ସଞ୍ଜୟ ପଣ୍ଡା ପ୍ରମୁଖ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here