ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପୁରାତନ ଛାତ୍ର ସଂସଦ “”ଶତପର୍ଣ୍ଣା” ର ତୃତୀୟ ବନ୍ଧୁମିଳନ

0
93

ବ୍ରହ୍ମପୁର,୦୪/୦୨/୨୦୨୪ : ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ପୁରାତନ ଛାତ୍ର ସଂସଦ “ଶତପର୍ଣ୍ଣା” ର ତୃତୀୟ ବନ୍ଧୁ ମିଳନ ବିଶ୍ଵବିଦ୍ୟାଳୟର ଗଣେଶ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ୧୯୪୪ ମସିହାରେ ସ୍ନାତକ ଏବଂ ୧୯୮୧ ମସିହାରେ ସ୍ନାତକୋତ୍ତର ସ୍ତରରେ ଶିକ୍ଷାଦାନ ଆରମ୍ଭ ହୋଇଥିବା ଏହି ବିଭାଗରେ ୨୦୦୧ ରୁ ବାଇଓ ଟେକନୋଲୋଜି ରେ ସ୍ନାତକୋତ୍ତର ସ୍ତରରେ ଶିକ୍ଷାଦାନ ହୋଇ ଆସୁଛି । କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାସଙ୍କ ଅନୁମତି କ୍ରମେ ଅନୁଷ୍ଠିତ ଏହି ସଭାରେ ସଭାପତି ଡ. ସନ୍ତେ।ଷ ଦାସ ଅଧ୍ଯକ୍ଷତା କରିଥିବା ବେଳେ ଉପଦେଷ୍ଟା ଡ. ବିଜୟ ମହାନ୍ତି, ମୁଖ୍ୟବକ୍ତା ଡ. ସଚ୍ଚିଦାନନ୍ଦ ପାଢୀ, ସଂପାଦିକା ଡ. ସ୍ଵର୍ଣ୍ଣଲତା ପଟ୍ଟନାୟକ, ବିଭାଗୀୟ ମୁଖ୍ୟ ତଥା ସଂଯୋଜକ ଡ. ଗୌତମ ସାବତ, ସହ ସଂଯୋଜିକା ଡ. ସସ୍ମିତା ବେହୁରା, କୋଷାଧକ୍ଷା ଡ. ରଶ୍ମିତା ପାଢୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ସଭାରେ ୧୦ ଜଣ ପୁରାତନ ସଦସ୍ୟଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇ ଥିବା ବେଳେ ସମସ୍ତ ଆଜୀବନ ସଦସ୍ୟଙ୍କୁ ପ୍ରମାଣପତ୍ର ବଣ୍ଟନ କରିଯାଇଥିଲା । ସ୍ନାତକ ଏବଂ ସ୍ନାତକୋତ୍ତର ଶିକ୍ଷାରେ ପ୍ରଥମ ହୋଇଥିବା ୨୦୨୦ ରୁ ୨୦ ୨୩ ଶିକ୍ଷା ବର୍ଷର ୧୨ ଜଣ ଛାତ୍ରଛାତ୍ରୀଙ୍କୁ ପୁରାତନ ଛାତ୍ର ସଂସଦ ତରଫରୁ ପୁରସ୍କୃତ କରାଯାଇଥିଲା । ନୃତ୍ୟ ସଂଗୀତ ପରି ବିଭିନ୍ନ ପ୍ରତିଯୋଗିତା ରେ କୃତୀତ୍ଵ ଅର୍ଜନ କରିଥିବା ୪୮ ଜଣ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ୧୦୦ ରୁ ଉର୍ଦ୍ଧ୍ବ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ରହି ନିଜ ନିଜର ପଢ଼ା ବେଳର ସ୍ମୃତି ଚାରଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here