ବିଶ୍ଵ କର୍କଟ ରୋଗ ପାଳନ ଓ ସ୍ଵାସ୍ଥ୍ୟ ଶିବିର

0
78

ବ୍ରହ୍ମପୁର,୦୪/୦୨/୨୦୨୪: ଗୋସାଇଁନୂଆଗାଁ ସ୍ଥିତ ବରିଷ୍ଠ ନାଗରିକ ବିଚାର ମଞ୍ଚ ଠାରେ ବିଶ୍ଵ କର୍କଟ ରୋଗ ଦିବସ ଅବସରରେ ସଭାପତି ଇଂ. ପ୍ରଫୁଲ କୁମାର ପାତ୍ରଙ୍କ ନେତୃତ୍ବରେ ସଚେତନା ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଠାରେ ବରିଷ୍ଠ ଡା.ନକୁଳ ସାହୁ ଉପସ୍ଥିତ ରହି ବାର୍ଦ୍ଧକ୍ୟରେ ପ୍ରୋଷ୍ଟେଟ,ଗର୍ଭାଶୟ ମୁଖ, ସ୍ତନ ଓ ଯେଉଁ ମାନେ ତମାଖୁ, ମଦ୍ୟ ସେବନ କରୁଛନ୍ତି ସେମାନଙ୍କ ମୁଖ,ଅନ୍ତ୍ର କ୍ୟାନସର୍ ହେବାର ସମ୍ଭାବନା ଥିବାରୁ ଏହା ପରିହାର କରିବେ, ନିରାମିଷ, ସବୁଜ ପନିପରିବା,ଖାଇବାକୁ ପରାମର୍ଶ ଦେଇଥିଲେ l କାରଣ ଗୁଡିକୁ ଛାଡି,ଯେତିକି ହଜମ କରିପାରିବେ ସେତିକି ମାତ୍ର ଖାଇବେ।ଅମ୍ଳପିତ୍ତ ହେବାକୁ ଦେବେନାହିଁ।ଝାଡ଼ା ପରିଷ୍କାର ପାଇଁ ସବୁବେଳେ ଚେଷ୍ଟା କରିବେ।କ୍ୟାନସର୍ ଲକ୍ଷଣ ଦେଖାଗଲେ ମାଂସପରୀକ୍ଷା କରି ଶୀଘ୍ର ଚିକିତ୍ସା କରିବେ। କାଞ୍ଚନlର ଶାଗ,କଖାରୁରସ ପ୍ରତିଦିନ ଖାଇଲେ କ୍ୟାନସର ଅର୍ବୁଦ ନଷ୍ଟ ହୁଏ।ପ୍ରାୟୋଜକ ଥିଲେ ଯୁପିଟର ଫାର୍ମା ଓ ଶଙ୍କର ହର୍ବ ଇଣ୍ଡିଆ।
ପରିଚାଳନାରେ ଲୋକନାଥ ସାହୁ,କିଶୋର ଚନ୍ଦ୍ର ଚୌଧୁରୀ,ନୀଳାଞ୍ଚଳ ମିଶ୍ର ଗଙ୍ଗାଧର ପାଢି,ସତ୍ୟ ନାରାୟଣ ସାବତ,ଆପା ସ୍ଵାମୀ,ସୁରେନ୍ଦ୍ର ନାଥ ମହାପାତ୍ର,ଶଙ୍କର ଆଚାର୍ଯ୍ୟ, ଜଗଦୀଶ ସାବତ, ଡି. ଶ୍ରୀନିବାସ,ନରସିଂହ ପାଢି,ବିଶ୍ଵରଞ୍ଜନ ପାତ୍ର,ବଜୟ କୁମାର ଦାଶ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here