ସୁନାପୁର ବ୍ଲୁ ଫ୍ଲାଗ ବିଚ୍ ରେ ସର୍ପ ସଂରକ୍ଷଣ ସଚେତନତା ଅନୁଷ୍ଠିତ

0
86

ଚିକିଟି,୦୭/୦୨/୨୦୨୪ :ଆନ୍ତର୍ଜାତୀୟ ସୋନପୁର ବ୍ଲୁ ଫ୍ଲାଗ ବିଚ ପରିସରରେ ଗଞ୍ଜାମ ୱାଇଲ୍ଡ ଏନିମେଲ୍ସ ପ୍ରୋଟେକ୍ସନ୍ ଫୋର୍ସ ଏବଂ ଜଙ୍ଗଲ ଲୋର ଫାଉଣ୍ଡେସନର ମିଳିତ ସଂଯୋଜନାରେ ମଙ୍ଗଳବାର ଦିନ ଏକ ସର୍ପ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି lୱାଇଲ୍ଡ ଏନିମେଲ୍ସ ପ୍ରୋଟେକ୍ସନ୍ ଫୋର୍ସ ଗଞ୍ଜାମର ପରିଚାଳକ ଗଣପତି ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୁବ ବନ୍ୟପ୍ରାଣୀ ଗବେଷକ ଆଶିଷ କୁମାର ଦାସ ଯୋଗଦେଇଥିବା ବେଳେ ବନ୍ୟପ୍ରାଣୀ ବିଶେଷଜ୍ଞ ଆକାଶ ରଞ୍ଜନ ରଥ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର,ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ମହାପାତ୍ର ଏବଂ ମିଳିତ ଜାତିସଂଘ ଭାରତର ଯୁବ ଅଧିବକ୍ତା ସୌମ୍ୟ ରଞ୍ଜନ ବିଶ୍ଵାଳ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ଯୁବପିଢ଼ୀଙ୍କୁ ସାପ ସଂରକ୍ଷଣର ନେତୃତ୍ୱ ପାଇଁ ଆହ୍ବାନ ଦେଇଥିଲେ। ସରକାରୀ ତଥ୍ୟ ପ୍ରକାରେ ଓଡ଼ିଶାର ସାପ କାମୁଡାରେ ମଣିଷ ମୃତ ହାର ଅତ୍ୟନ୍ତ ଚିନ୍ତାଜନକ ହୋଇଛି । ୨୦୧୮-୧୯ ଠାରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶାରେ ଓଡ଼ିଶାରେ ୪,୮୭୦ ଲୋକେ ପ୍ରାଣ ହରାଇଛନ୍ତି,୨୦୧୮-୧୯ ମସିହାରେ ସାପ କାମୁଡାରେ ୧୦୨୬ ଲୋକେ ପ୍ରାଣ ହରାଇ ଥିବା ବେଳେ ୨୦୧୯-୨୦ ମସିହାରେ ୯୨୯ ଲୋକଙ୍କ ଜୀବନ ହାନି ହୋଇଛି ।ସେହିପରି ୨୦୨୦-୨୧ ମସିହାରେ ୧୧୮୫ ଲୋକେ ଜୀବନ ଯାଇଥିବା ବେଳେ ୨୦୨୧-୨୨ ମସିହାରେ ୯୮୪ ଏବଂ ୨୦୨୨-୨୩ ମସିହାରେ ୭୫୪ ଲୋକେ ପ୍ରାଣ ହରାଇଥିବା ସୂଚନା ରହିଛି । ଏହି ସ୍ଥିତିରେ ସରୀସୃପ ଜାତିର ଏହି ଯିବାର ସୁରକ୍ଷା ସହ ସେମାନଙ୍କ ଗତିବିଧିକୁ ଆକଳନ କରି ଆତ୍ମ ସୁରକ୍ଷା କରାଯିବା ନେଇ ସମ୍ମିଳିତ ଉପକୂଳ ଯୁବପିଢି , ମହିଳା ଏବଂ ବେଳାଭୂମିର ମନୋରମ ଦୃଶ୍ୟରାଜିକୁ ଉପଭୋଗ କରିବାକୁ ଆସୁଥୁବା ପର୍ଯ୍ୟଟକଙ୍କ ମଧ୍ୟରେ ସଚେତନତା କରାଯାଇଥିଲେ । ଆୟୋଜିତ ଏହି ସର୍ପ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ମହିଳା, ଯୁବକ,ପର୍ଯ୍ୟଟକ ମାନେ ଉପସ୍ଥିତ ରହି ସାପ ସଂରକ୍ଷଣ ଏବଂ ସାପ କାମୁଡ଼ା ସମୟରେ ଆବଶ୍ୟକ ଥିବା ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ । ଏଥିସହିତ କାର୍ଯ୍ୟକ୍ରମ ସମୟରେ ସାପ ସୁରକ୍ଷା ଓ ସାପ କାମୁଡା ପ୍ରତିହତ ସମ୍ପର୍କିତ ସୂଚନା ପତ୍ର ବଣ୍ଟା ଯାଇ ସଚେତନତା ସୃଷ୍ଟି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here