ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ରେ ୧୬ତମ ବାର୍ଷିକ ଉତ୍ସବ ମହା ଆଡମ୍ବର ରେ ପାଳିତ

0
102

ବ୍ରହ୍ମପୁର,୧୧/୦୨/୨୦୨୪ ସ୍ଥାନୀୟ ଲାଞ୍ଜିପଲି ଜାତୀୟ ରାଜପଥ ପାର୍ଶ୍ବସ୍ଥ ଅକ୍ସଫୋର୍ଡ଼ ପବ୍ଲିକ ସ୍କୁଲ ରେ ମହା ଆଡମ୍ବର ରେ ୧୬ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି ।ଏହି ଅବସରରେ ଆୟୋଜିତ ସଭା ମଞ୍ଚରେ ଅଧ୍ୟକ୍ଷତା କରି ଅନୁଷ୍ଠାନର ସଭାପତି ଡଃ. ପ୍ରମୋଦ ଅଗ୍ରୱାଲ ଅନୁଷ୍ଠାନ ର ସଫଳତା ଓ ପ୍ରଗତି ସମ୍ପର୍କେ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନ ର ନିର୍ଦ୍ଦେଶକ ଇଂ. ଅଶୋକ କୁମାର ପାଳ ଉତ୍ସବ ର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ସଂଜୟ କୁମାର ମିଶ୍ର ଭାରତୀୟ ସଂସ୍କୃତି ଓ ପରମ୍ପରା ଆଧାରିତ ଓଡ଼ିଶାର ଏକ ମାତ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅକ୍ସଫୋର୍ଦ ପବ୍ଲିକ ସ୍କୁଲ ର ଭୂୟସୀ ପ୍ରଶଂସା କରି ସାଂପ୍ରତିକ ପରିସ୍ଥିତି ରେ ଇଂରାଜୀ ମାଧ୍ୟମ ଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ ର ଅଭିବକ୍ତା ଡଃ. କେଦାର ନାଥ ତ୍ରିପାଠୀ ସାଂପ୍ରତିକ ପରିସ୍ଥିତି ରେ ବିଦ୍ୟାଳୟ ଶିକ୍ଷା ରେ ଆସୁଥିବା ସମସ୍ୟା ଓ ତାର ସମାଧାନ ଉପରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ,ଅନ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶଶିଭୂଷଣ ରଥ ମହା ବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ.ସଂଗୀତା ବାବୁ ଶିଶୁ ର ଭବିଷ୍ୟତ ଗଠନ ରେ ପରିବାର ଭୂମିକା ସମ୍ପର୍କେ ବକ୍ତବ୍ୟ ଦେଇଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଡଃ. ସନ୍ଧ୍ୟା ରାଣୀ ଦାଶ ସମ୍ରତିକ ପରିସ୍ଥିତି ରେ ଶିକ୍ଷାର ଅବନିତିରେ ମୋବାଇଲ ର ଭୂମିକା ସମ୍ପର୍କେ ଆଲୋଚନା କରିଥିଲେ । ଶେଷରେ ପୂର୍ବରୁ ଅନୁଷ୍ଠାନରେ ହୋଇଥିବା ଆଭ୍ୟନ୍ତରିଣ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାର ସଫଳତା ପ୍ରାପ୍ତ ଶିଶୁ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସଭା ଅନ୍ତେ ଅନୁଷ୍ଠାନ ର କୁନି କୁନି ଶିଶୁ ଙ୍କ ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ ପୂର୍ବକ କୁନି କଳାକାର ମାନଙ୍କ ବିଭିନ୍ନ ନୃତ୍ୟ ବିଚିତ୍ରା ଉପସ୍ଥିତ ଅଭିଭାବକ ଅଭିଭାବକ ତଥା ଅତିଥି ମାନଙ୍କୁ ଆକର୍ଷିତ କରିଥିଲା । ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ପ୍ରଶାସକ ରବି ପ୍ରସାଦ ସାହୁକାର,ରମାକାନ୍ତ ରଥ,ରଶ୍ମିରଞ୍ଜନ ସାହୁ,ପ୍ରଶାନ୍ତ ଚନ୍ଦ୍ର ମାଥାନ,ସରୋଜ ଆଚାର୍ଯ୍ୟ ସମେତ ସାଗରିକା ବରାଡ୍ ରଶ୍ମିତା ବିଶ୍ଵାଳ ଓ ପି. ସରିତା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଚିନ୍ମୟ ଓ ପ୍ରଶାନ୍ତ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here