ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରେ “୩୭ ତମ ପୂର୍ବାଞ୍ଚଳ ଆନ୍ତ ବିଶ୍ୱବିଦ୍ୟାଳୟ ଯୁବମହୋତ୍ସବ ‘ଉମଙ୍ଗ-୨୦୨୪’ ଉଦଘାଟିତ”

0
102

ବ୍ରହ୍ମପୁର,୧୬/୦୨/୨୦୨୪: ୩୭ ତମ ପୂର୍ବାଞ୍ଚଳ ଆନ୍ତ ବିଶ୍ଵବିଦ୍ୟାଳୟ ଯୁବମହୋତ୍ସବ ଶୁକ୍ରବାର ଉଦ୍ ଘାଟିତ ହୋଇଯାଇଛି । ଏହି ଅବସରରେ ଆଜି ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ପରିସରରେ ଦିନ ପ୍ରାୟେ ୧୦:୩୦ ଘଟିକା ସମୟରେ ଏକ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ଜାତୀୟ ପତାକା ଖମ୍ବ ଏବଂ ୨୦ ଫୁଟ୍ ଲମ୍ବ ଓ ୩୦ ଫୁଟ୍ ଚଉଡ଼ା ର ଏକ ଜାତୀୟ ପତକା ର ସ୍ଥାପନ ହୋଇଯାଇଛି, ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଅଶ୍ୱିନ କୁମାର ପାତ୍ର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ ଘାଟନ କରିଥିଲେ । ପରେ ପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ଆୟୋଜିତ ଯୁବମହୋତ୍ସବ ର ଉଦ୍ ଘାଟନୀ ଉତ୍ସବ ବିଶ୍ଵବିଦ୍ୟାଳୟ ର କ୍ରୀଡ଼ା ପ୍ରାଙ୍ଗଣ ରେ ଆରମ୍ଭ ହୋଇଥିଲା, ଏହି ଉଦ୍ ଘାଟନୀ ଉତ୍ସବ ରେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ମହୋଦୟ ଅଶ୍ୱିନ କୁମାର ପାତ୍ର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ଅଧକ୍ଷ ଡ଼ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ଓ ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ର ମାନ୍ୟବର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ଏବଂ ଏ .ଆଇ .ୟୁ ଦ୍ଵାରା ନିୟୋଜିତ ଏହି ଉତ୍ସବ ର ଦୁଇ ଜଣ ପର୍ଯ୍ୟବେକ୍ଷକ ଯଥା ଶ୍ରୀ ଦୀପକ ମିଶ୍ର ଓ ସୌରଭ ଲକ୍ଷ୍ମଣ ରାୟ, ଏବଂ ବିଶ୍ଵବିଦ୍ୟାଳୟ ର କୁଳସଚିବ ଓ ବିଶ୍ଵବିଦ୍ୟାଳୟ ର ପିଜି ପରିଷଦର ଅଧ୍ୟକ୍ଷ ଯୋଗଦେଇଥିଲେ ।
ପ୍ରଥମେ ସ୍ବାଗତ ଭାଷଣ ଦେଇ ପରିବେଶ ବିଜ୍ଞାନ ବିଭାଗ ର ଆସୋଷିଏଟ ପ୍ରଫେସର ଅଞ୍ଜନ କୁମାର ପୃଷ୍ଠି ଏହି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ । ସେ ତାଙ୍କ ଭାଷଣ ରେ ଆୟୋଜିତ ଯୁବ ମହୋତ୍ସବ ଉମଙ୍ଗ ର ନାମ କରଣ ଉପରେ ସବିଶେଷ ତଥ୍ୟ ଓ ଅର୍ଥ ବୁଝାଇ କହିଥିଲେ । ପରେ ପରେ ମଞ୍ଚ ରେ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ପରେ କାର୍ଯ୍ୟକ୍ରମ ର ସହ ସଂଜଯୋକ ଡ଼ ସରିତା ଦାସ ମଞ୍ଚ ଉପରେ ଉପସ୍ଥିତ ଥିବା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ, ପରେ ଯୁବ ମହୋତ୍ସବ ର ସଂଜଯୋକ ପ୍ରଫେସ ରଗଣେଶ ସେଠୀ ତାଙ୍କ ଅଭି ଭାଷଣ ରଖିଥିଲେ, ସେ ତାଙ୍କ ଭାଷଣ ରେ ଏ .ଆଇ. ୟୁ କୁ ଧନ୍ୟବାଦ୍ ଜ୍ଞାପନ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ଅଂଶ ଗ୍ରହଣକାରୀ ବିଶ୍ୱ ବିଦ୍ୟାଳୟ ମାନଙ୍କୁ କୃତଜ୍ଞତା ଜଣାଇଥିଲେ । ପରେ ଏ .ଆଇ. ୟୁ ଦ୍ଵାରା ନିୟୋଜିତ ପର୍ଯ୍ୟବେକ୍ଷକ ଶ୍ରୀ ସୌରଭ ଲକ୍ଷ୍ମଣ ରାୟ ନିଜ ଅଭି ଭାଷଣରେ ଛାତ୍ର ଛାତ୍ରୀ ମାନଙ୍କୁ ଦେଶର ଭବିଷ୍ୟତ କହି ସମ୍ବୋଧନ କରିଥିଲେ । ଓ ଉମଙ୍ଗ ପ୍ରତିଯୋଗିତା ରେ ପ୍ରଥମ, ଦ୍ଵିତୀୟ , ତୃତୀୟ ସ୍ଥାନ ହାସଲ କରିଲେ ଜାତୀୟ ସ୍ତରରେ ଅଂଶ ଗ୍ରହଣ କରିବାର ସୁଯୋଗ ମିଳିବ ବୋଲି କହିଥିଲେ । ଏହାପରେ ଉତ୍ସବର ମୁଖ୍ୟ ଅତିଥି ଶ୍ରୀ ଅଶ୍ୱିନ କୁମାର ପାତ୍ର ନିଜ ଅଭି ଭାଷଣରେ ଏ .ଆଇ. ୟୁ କୁ ଧନ୍ୟବାଦ୍ ଦେବା ସହ ଆୟୋଜକ ବିଶ୍ଵ ବିଦ୍ୟାଳୟ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁ ମଧ୍ୟ ଧନ୍ୟବାଦ୍ ଜ୍ଞାପନ କରିଥିଲେ, ଏତେ ବଡ କାର୍ଯ୍ୟକ୍ରମ କୁ ଆୟୋଜନ କରୁଥିବାରୁ, ସେ ଏଇ ପର୍ବକୁ ଏକତାର ପର୍ବ ବୋଲି କହି ସମ୍ବୋଧନ କରିଥିଲେ , ତା ସହ ସହ ପ୍ରଯୁକ୍ତି ବିଦ୍ୟା କୁ କିପରି ସଦୂପ ଭାବେ ଉପଯୁକ୍ତ ବ୍ୟବହାର କରିହେବ ସେ ବିଷୟରେ ସୁଚିନ୍ତିତ ମତାମତ ଉପ ସ୍ଥାପନ କରିଥିଲେ ।
ଶେଷରେ ଉତ୍ସବ ର ସଭାପତି ମାନ୍ୟବର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ନିଜର ଅଭି ବାଦନ ରଖିଥିଲେ । ସେ ତାଙ୍କ ଅଭି ବାଦନରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସମସ୍ତ କର୍ମ କର୍ତ୍ତା ଓ ଛାତ୍ର ଛାତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଓ ବିଶେଷ କରି ଏ. ଆଇ.ୟୁ କୁ ଧନ୍ୟବାଦ୍ ଜଣାଇଥିଲେ ।ଏ. ଆଇ. ୟୁ ଯୋଗୁଁ ହିଁ ବିଶ୍ଵ ବିଦ୍ୟାଳୟ ବିଶ୍ଵ ବିଦ୍ୟାଳୟ ମାନଙ୍କ ମଧ୍ୟରେ ଏକ ପରସ୍ପର ବୁଝାମଣା ଓ ଜ୍ଞାନ ର ଆଦାନ ପ୍ରଦାନ ସମ୍ଭବ ପର ହୋଇପାରୁଛି । ପରିଶେଷରେ ବିଶ୍ଵ ବିଦ୍ୟାଳୟ ର ପିଜି ପରିଷଦ ର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଧନ୍ୟବାଦ୍ ଅର୍ପଣ ଦେଇ ଉଦ୍ ଘାଟନୀ କାର୍ଯ୍ୟକ୍ରମ କୁ ସମାପ୍ତି କରିଥିଲେ ।
ଏହା ପରେ କିଛି ସମୟ ର ବିରତି ପରେ ଅର୍ଥାତ ମଧ୍ୟାହ୍ନ ବିରତି ସମୟ ପରେ ଅଂଶ ଗ୍ରହଣ କରିଥିବା ବିଶ୍ଵ ବିଦ୍ୟାଳୟ ମାନଙ୍କ ଦ୍ଵାରା ଧାଡ଼ି ବାନ୍ଧି ଗୋଟିଏ ପରେ ଗୋଟିଏ ବିଶ୍ୱ ବିଦ୍ୟାଳୟ ଦ୍ଵାରା ଏକ ସାଂସ୍କୃତିକ ଶୋଭାଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଯାହା କି ବିଶ୍ଵ ବିଦ୍ୟାଳୟ କ୍ରୀଡା ପ୍ରାଙ୍ଗଣ ରୁ ଆରମ୍ଭ ହୋଇ ବିଶ୍ଵ ବିଦ୍ୟାଳୟ ରାସ୍ତା ଦେଇ ବିଶ୍ଵ ବିଦ୍ୟାଳୟ ର ମୁଖ୍ୟ ପ୍ରଶାସନ କୋଠା ରେ ନିଜ ନିଜ ର ଲୋକ ନୃତ୍ୟ କୁ ପରିବେଷଣ କରି ବିଶ୍ଵ ବିଦ୍ୟାଳୟ ର ପରିକ୍ରମା କରିଥିଲେ । ପରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମୂର୍ଣ୍ଣ ବିଶ୍ଵ ବିଦ୍ୟାଳୟ ଝୁମିଥିଲା ଓ ଅଂଶ ଗ୍ରହଣ କରିଥିବା ବିଶ୍ଵ ବିଦ୍ୟାଳୟ ମାନେ ନିଜ ନିଜ ସଂସ୍କୃତି ର ଝଲକ୍ ଦେଖାଇ ସାରିବା ପରେ କାର୍ଯ୍ୟକ୍ରମ କୁ ପରି ସମାପ୍ତ କରିଥିଲେ ।ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ତରଫରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପାଞ୍ଚ ଦିନ ତଥା ଗତ୧୬ ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଆୟୋଜିତ ହେବ । ଏହି ଯୁବମହୋତ୍ସବ ରେ ଭାରତର ପୂର୍ବାଞ୍ଚଳ ର ଚାରୋଟି ରାଜ୍ୟରୁ ୧୬ ଟି ବିଶ୍ଵବିଦ୍ୟାଳୟ ରୁ ପାଖାପାଖି ୬୦୦ ରୁ ଅଧିକ ଛାତ୍ରଛାତ୍ରୀ ଓ ଟିମ୍ ମ୍ୟାନେଜର, ଅଧ୍ୟାପକ ମାନେ ଯୋଗ ଦେଇଛନ୍ତି । ଏହି ମହୋତ୍ସବ ପାଇଁ ଚାରୋଟି ରାଜ୍ୟର ୧୧୫ ଟି ବିଶ୍ଵବିଦ୍ୟାଳୟ ଓ ସେମାନଙ୍କ ମଧ୍ୟରେ ଅନୁବନ୍ଧିତ ଥିବା ୪୫୦୦୦ ମହାବିଦ୍ୟାଳୟ ଗୁଡ଼ିକୁ ନିମନ୍ତ୍ରଣ କରାଯାଇଥିଲା । ଏଥିମଧ୍ୟରୁ ୧୬ ଟି ବିଶ୍ଵବିଦ୍ୟାଳୟ ଯୋଗ ଦେଇଛନ୍ତି । ମହୋତ୍ସବ ରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ମାନେ ଯୁବ ପ୍ରତିଭା ପ୍ରଦର୍ଶନ ତଥା ନିଜ ରାଜ୍ୟର ସଂସ୍କୃତି ଓ ଲୋକକଳାକୁ ପ୍ରଦର୍ଶନ କରିବା ସହ ବିଭିନ୍ନ ପ୍ରତିଯୋଗିତା ରେ ଭାଗନେବେ ।

LEAVE A REPLY

Please enter your comment!
Please enter your name here