ଆସିକାରେ ଯାତ୍ରୀବାହୀ ବସ ସହ ସ୍କୁଟି ମୁହାଁମୁହିଁ ଧକ୍କା : ୨ ସ୍କୁଟି ଆରୋହୀ ମୃତ

0
84

ବ୍ରହ୍ମପୁର,୧୮/୦୨/୨୦୨୪:ଗଞ୍ଜାମ ଜିଲ୍ଲା କୋଟିନଡା ଥାନା କଲେଜ ଛକ ଡ଼ିପଲ ସ୍କୁଲ ନିକଟରେ ଏକ ଯାତ୍ରୀ ବାହୀ ବସ ସହ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି l ଫଳରେ ଦୁଇ ସ୍କୁଟି ଆରୋହୀ ଙ୍କ ଦୁର୍ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି।ସୁଚନା ଯୋଗ୍ୟ ଯେ, ଆଜି ଭୋର ସମୟରେ ଆସିକା ରୁ ଭୂବନେଶ୍ୱର ଅଭିମୁଖେ ଯାଉଥିବା “ଦୀପକ” ନାମକ ଏକ ଯାତ୍ରୀ ବାହୀ ବସ (ନଂ- ଓ ଆର ୨୨ ଏଫ ୩୧୯୮) ସହ ସ୍କୁଟି ଗାଡି(ନଂ-ଓ ଡି ୦୭ ଏ ଏନ ୧୯୬୫) ସହ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଉଭୟ ସ୍କୁଟି ଆରୋହୀ ଘଟଣା ସ୍ଥଳ ରେ ମୃତ୍ୟୁ ବରଣ କରିଛନ୍ତି। ଉଭୟ ମୃତକ ବ୍ରହ୍ମପୁର ଘୋଷାଣୀ ନୂଆଗାଁ ଅଞ୍ଚଳର କେ. ରାଜେଶ ଏବଂ କୁନାଲ ସାହୁ ବୋଲି ସୂଚନା ମିଳିଛି। କୋଟିନଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଓ ଡ୍ରାଇଭର ଙ୍କୁ ଅଟକ ରଖିଥିବା ଜଣାପଡିଛି।ତେବେ ଯାତ୍ରୀବାହୀ ବସ ର ସମ୍ମୁଖ ଭାଗ କ୍ଷତି ଗ୍ରସ୍ତ ହୋଇଥିବା ବେଳେ ଏହାର ଯାତ୍ରୀ ମାନେ ସୁରକ୍ଷିତ ଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here