ଓଡିଶା ରାଜ୍ୟ ରେଡ୍ଡି ମହାଜନ ସଂଘମ୍ ର ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

0
92

ବ୍ରହ୍ମପୁର, ୧୮/୦୨/୨୦୨୪: ଆଜି ଓଡିଶା ରାଜ୍ୟ ରେଡ୍ଡି ମହାଜନ
ସଂଘମ୍‌ର ଏକ ବିଶାଳ ରାଜ୍ୟ ସ୍ତରୀୟ ସମ୍ମିଳନୀ ସ୍ଥାନୀୟ ଆମ୍ବପୁଆ ନିକଟସ୍ଥ ବିବେକ ବିହାର ପରିସରରେ ରାଜ୍ୟ ସଭାପତି
ଶ୍ରୀଯୁକ୍ତ ସି ଏଚ୍. ଡିଲେଶ୍ବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ହେଲା,ଓଡିଶା ରେଡ୍ଡି ଜାତିକୁ ଓ.ବି.ସି (ଅନ୍ୟାନ୍ୟ ପଛୁଆ ବର୍ଗ)ରେ ସାମିଲ କରି ରେଡ୍ଡି ଜାତିର ଶିକ୍ଷିତ ଯୁକକ, ଯୁବତୀ ମାନଙ୍କୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧିନରେ ଖାଲିଥିବା ପଦ ପଦବୀରେ ନିଯୁକ୍ତି ସୁବିଧା ଏବଂ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ
ଉଦ୍ଧିଷ୍ଟ ସମସ୍ତ ସୁବିଧା ପ୍ରଦାନ ଏହାର ମୂଖ୍ୟ ଲକ୍ଷ । ଏହି ସମ୍ମିଳନୀରେ ତିନି ଜିଲ୍ଲା ଯଥା: ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ତିନିଗୋଟି ଜୋନ୍ ଯଥା: ଆସ୍କା, ଛତ୍ରପୁର, ଦିଗପହଣ୍ଡି ଏବଂ ୨୩ ଗୋଟି ତାଲୁକା ଅଧୀନରେ ଥିବା ପାଖାପାଖ୍ ୨୭୦ ଗୋଟି ଗ୍ରାମର ପ୍ରାୟ ୫୦୦୦ ପଦାଧିକାରୀ ଅଂଶ ଗ୍ରହଣ କରିଥିଲେ |ଏହି ସମ୍ମିଳନୀରେ ସଭାପତିତ୍ବ କରିଥିଲେ ଓଡିଶା ରାଜ୍ୟ ରେଡି ମହାଜନ ସଂଘମର ସଭାପତି ସି ଏଚ୍.ଡିଲେଶ୍ବର ରେଡ୍ଡି ସ୍ବାଗତ ଭାଷଣ ସହ ରେଡ୍ଡି ସଂଘମ୍‌ର ଆଭିମୂଖ୍ୟ ସାମାଜିକ ମଙ୍ଗଳ କାର୍ଯ୍ୟକ୍ରମ ଉପରେ ସଂକ୍ଷିପ୍ତ ବିବରଣୀ ପଠନ କରିଥିଲେ ,ଓଡିଶା ରାଜ୍ୟ ରେଡି ମହାଜନ ସଂଘମର ଉପ-ସଭାପତି ଶ୍ରୀ କେ. ଦୁର୍ଯ୍ୟୋଧନ ରେଡି,ରେଡି ସଂଘମ୍‌ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ରାଜ୍ୟ/କେନ୍ଦ୍ର ସରକାର ରେଡି ଜାତିକୁ କିପରି ଶିଘ୍ର ଓ.ବି.ସି ରେ ପରିଗଣିତ କରାଯିବ ସେଥ୍‌ଉପରେ ଆଲୋକପାତ କରିଥିଲେ । ସ୍ବାଗତ ଭାଷଣ ପରେ ଜିଲ୍ଲା ସଭ୍ୟ ଏସ ଚକ୍ରପାଣି ରେଡ୍ଡୀ , ଜିଲ୍ଲା ଉପଦେଷ୍ଟା ତଥା ଛତ୍ରପୁର ଏନ ଏ ସି ଉପଧାକ୍ଷ ବି ପାପ ରାଓ ତାଙ୍କର ରେଡ୍ଡୀ ସଙ୍ଘମ ଆଭିମୁଖ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାପରେ ଛତ୍ରପୁର ଜୋନ୍ ସଭାପତି ଏସ୍. ବୈରାଗୀ ରେଡି, ଦିଗପହଣ୍ଡି ଜୋନ୍ ସଭାପତି ଏମ୍. ନିରଞ୍ଜନ ରେଡ୍ଡି, ଏବଂ ଆସ୍କା ଜୋନ୍ ସଭାପତି ଆର୍‌. ଭାଗିରଥି ରେଡ୍ଡି ତାଙ୍କର ଅଭିଭାଷଣରେ ଗ୍ରାମାଞ୍ଚଳରେ ଉର୍ନୟନ କାର୍ଯ୍ୟରେ ରେଡ୍ଡୀ ଜାତିର ଭୂମିକା ର ପ୍ରାଧାନ୍ୟ ନେଇ ଆଲୋଚନା କରିଥିଲେ । ମୂଖ୍ୟ ଅତିଥି ଓଡିଶା ରାଜ୍ୟ ରେଡି ମହାଜନ ସଂଘମର ସଭାପତି ସି ଏଚ୍. ଡିଲେଶ୍ବର ରେଡି ତାଙ୍କ ଅଭିଭାଷଣରେ ବର୍ତ୍ତମାନ ସୁଦ୍ଧା
ଓ.ବି.ସି ଉପରେ କ’ଣ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ପ୍ରାଞ୍ଜଳ ଭାବରେ ବକ୍ତବ୍ୟ ରଖିଥିଲେ । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ସଂଘମ୍ ତରଫରୁ ଦେଇଥିବା ଦାବିକୁ ସାଦରେ ଗ୍ରହଣ କରି ଏହି ଚିଠିକୁ ଉପରିସ୍ଥ ମହଲ ଗୁଡିକୁ ସୁପାରିଶ କରିଛନ୍ତି । ଆଶା କରାଯାଉଛି ରେଡି ସଂଘମ୍‌ର ଏହି ନ୍ୟାର୍ଯ୍ୟ ଦାବିକୁ ରାଜ୍ୟ/କେନ୍ଦ୍ର ସରକାର ନିଶ୍ଚିତ ଭାବେ
ହୃଦୟଙ୍ଗମ କରି ମାନ୍ୟତା ପ୍ରଦାନ କରିବେ ବୋଲି ଅନୁରୋଧ କରିଥିଲେ । ଆଗାମି ଦିନରେ ଉପରୋକ୍ତ ଦାବିକୁ
ତୁରାନ୍ବିତ କରିବା ପାଇଁ ଗ୍ରାମ ଗ୍ରାମରେ ସଭା ସମିତି କରି ଲୋକ ଲୋଚନର ଦୃଷ୍ଟିକୁ ଅଣାଯିବ । ମଞ୍ଚ ପରିଚାଳନା କରିଥିଲେ କେ ଆବଲ୍ୟ ରେଡ୍ଡୀ । ଶେଷରେ ବ୍ରହ୍ମପୁର ଡେପୁଟି ମେୟର ଏମ୍. ବିବେକ ରେଡ୍ଡି ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।ଏହି ସମ୍ମିଳନୀରେ ମଞ୍ଚାସୀନ ସମ୍ମାନିତ ଅତିଥି ଭାବେ ଓଡିଶା ରାଜ୍ୟ ରେଡି ମହାଜନ ସଂଘମର ସମ୍ପାଦକ ଆର.ଶ୍ରୀନିବାସ ରେଡ୍ଡି, ଉପଦେଷ୍ଟା ସାଲା କ୍ରିଷ୍ଣା ରେଡ୍ଡି, ଚେନପାନି କ୍ରିଷ୍ଣା ରେଡି, କର୍ପୋରେଟର ଆପା ରାଓ, ଓ ଅନ୍ୟାନ୍ୟ ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here