“ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଦ୍ଵାରା ଆୟୋଜିତ “୩୭ ତମ ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ ‘ଉମଙ୍ଗ-୨୦୨୪’ ଉଦଯାପନୀ ଉତ୍ସବ ପାଳିତ। “ନିଜର ଅନ୍ତର୍ନିହିତ କଳାକୁ ପ୍ରଦର୍ଶିତ କରିବା ପାଇଁ ଗଞ୍ଜାମ ହେଉଛି ଉପଯୁକ୍ତ ସ୍ଥାନ : କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ

0
68

ବ୍ରହ୍ମପୁର,୨୦/୦୨/୨୦୨୪: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆୟୋଜିତ ହେଉଥିବା ୩୭ ତମ ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ୫ ଦିନିଆ ଯୁବ ମହୋତ୍ସବ ‘ଉମଙ୍ଗ ୨୦୨୪’ ର ଉଦଯାପନୀ ଉତ୍ସବ ଆଜି ବିଶ୍ଵ ବିଦ୍ୟାଳୟ ର କ୍ରୀଡା ପ୍ରାଙ୍ଗଣ ରେ ପାଳିତ ହୋଇଯାଇଛି । ଏହି ଉଦ୍ ଜାପନୀ ଉତ୍ସବ ରେ ବ୍ରହ୍ମପୁରର ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଛତିଶଗଡ ର ହେମ୍ ଚାନ୍ଦ ଯାଦବ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଅରୁଣା ପଲ୍ଟା ଏବଂ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାୟ ଯୋଗଦେଇଥିଲେ । ଏହା ସହିତ ଏ. ଆଇ. ୟୁ ଦ୍ଵାରା ନିୟୋଜିତ ଦୁଇଜଣ ବିଶିଷ୍ଟ ଅତିଥି ତଥା ପର୍ଯ୍ୟବେକ୍ଷକ ପ୍ରଫେସର ସୋରୋଭ ଲଖନପାଲ୍ ଓ ଯାନ୍ତ୍ରିକ ପର୍ଯ୍ୟବେକ୍ଷକ ପ୍ରଫେସର ଦୀପକ ମିଶ୍ର ମଧ୍ୟ ଯୋଗଦେଇଥିଲେ । ସେହିପରି ମଞ୍ଚ ରେ ମଞ୍ଚାସିନ ଥିଲେ ଉମଙ୍ଗ ର ସଭାପତି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଏବଂ କୁଳସଚିବ ସଚ୍ଚିଦାନନ୍ଦ ନାୟକ ଓ ପିଜି କାଉନସିଲ୍ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ । ସେହିପରି ଉମଙ୍ଗ ର ସଂଜଯୋକ ପ୍ରଫେସର ଗଣେଶ ସେଠୀ ଓ ସାଙ୍ଗଠିକ ଅଧିକାରୀ ଡ଼ ସରିତା ଦାସ ।
ଏହି ଅବସରରେ ଆଜି, ଅଂଶ ଗ୍ରହଣ କରିଥିବା ବିଶ୍ଵବିଦ୍ୟାଳୟ ମାନଙ୍କୁ ମାନପତ୍ର ଓ ମେଡାଲ ପ୍ରଦାନ କରିବା ସହ ପ୍ରତ୍ୟେକ ବିଶ୍ଵବିଦ୍ୟାଳୟ ମାନଙ୍କର ଗ୍ରୁପ୍ ଫୋଟ ଉଠାଯାଇଥିଲା ।ଏହାପରେ ଆୟୋଜକ ବିଶ୍ଵବିଦ୍ୟାଳୟ ତରଫରୁ ନୃତ୍ୟ ଓ ସଙ୍ଗୀତ ପରିବେଷଣ ସହିତ ଜନଜାତି ଦଳ ନୃତ୍ୟ ଏବଂ ଭାରତୀୟ ଦଳ ସଙ୍ଗୀତ ପ୍ରସ୍ତୁତ କରାଯାଇଥିଲା । ପରେ ମଞ୍ଚ ରେ ମଞ୍ଚାଷିନ ଥିବା ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ମଞ୍ଚ ରେ ରଖା ଯାଇଥିବା ପ୍ରଭୁ ଜଗନ୍ନାଥ ଓ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଳା ଅର୍ପଣ କରାଯାଇଥିଲା । ଏହାପରେ ଉମଙ୍ଗ ଯୁବ ମହୋତ୍ସବ ର ସଂଜଯୋକ ପ୍ରଫେସର ଗଣେଶ ସେଠୀ ସ୍ବାଗତ ଭାଷଣ ଦେଇ ଉଦ୍ ଜାପନୀ ଉତ୍ସବ ରେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ । ଏହାପରେ ଯୁବ ମହୋତ୍ସବ ଉମଙ୍ଗ ର ସାଙ୍ଗଠିକ ଅଧିକାରୀ ଡ଼ ସରିତା ଦାସ ଗତ ୫ ଦିନ ରେ ହୋଇଥିବା କାର୍ଯ୍ୟକଳାପ ଉପରେ ବିବରଣୀ ଉପସ୍ଥାପନା କରିଥିଲେ ।ମଞ୍ଚ ରେ ମଞ୍ଛାସିନ ଥିବା ସମସ୍ତ ଅତିଥି ବୃନ୍ଦ ନିଜ ନିଜ ଅଭିଭାଷଣରେ ପ୍ରତିଯୋଗିତା ରେ ଭାଗନେଇ ବିଜେତା ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ପ୍ରତିଯୋଗିତା ରେ ପରାଜିତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସଫଳତାର ମନ୍ତ୍ର ଦେବା ସହିତ ପଛକୁ ନା ଚାହିଁ କେମିତି ଆଗକୁ ବଢିବା ସହ ଆଗାମୀ ଦିନରେ କିପରି ବିକଶିତ ଭାରତରେ ଅଂଶୀଦାର ହୋଇପାରିବା ସେ ଉପରେ ନିଜର ଯୁକ୍ତି ଉପସ୍ଥାପନା କରିଥିଲେ ।
ପରିଶେଷରେ ଗତ ତିନି ଦିନ ରେ ହୋଇଥିବା ମୋଟ୍ ୨୮ ଗୋଟି ବିଭାଗ ରେ ଆୟୋଜିତ ହୋଇଥିବା ସମସ୍ତ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ବିଜେତା ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ବିଭାଗରେ ଚମ୍ପିୟାନ ହୋଇଥିବା ବିଶ୍ଵବିଦ୍ୟାଳୟ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ଏହି ପୁରସ୍କାର ବିତରଣୀ ଉତ୍ସବ ରେ ପ୍ରଥମ ଦିନ ରେ ହୋଇଥିବା ସାଂସ୍କୃତିକ ଶୋଭାଯାତ୍ରା ରେ ବିଜେତା ହୋଇଥିବା ଚାରିଗୋଟି ବିଶ୍ଵ ବିଦ୍ୟାଳୟ କୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ , ତୃତୀୟ ଓ ଚତୁର୍ଥ ସ୍ଥାନରେ ବିଜେତା ଘୋଷଣା କରାଯାଇଥିଲା ଏହି ଶୋଭାଯାତ୍ରା ରେ ପଶ୍ଚିମବଙ୍ଗ ରାଜ୍ୟ ର “ବିଶ୍ଵ ଭାରତୀ ବିଶ୍ଵବିଦ୍ୟାଳୟ” ପ୍ରଥମ ସ୍ଥାନ, ଝାଡ଼ଖଣ୍ଡ ର “ରାଞ୍ଚି ବିଶ୍ଵବିଦ୍ୟାଳୟ” ଦ୍ୱିତୀୟ , ଓଡ଼ିଶାର “ଉତ୍କଳ ବିଶ୍ଵବିଦ୍ୟାଳୟ ଅଫ କଲ୍ଚର୍” ତୃତୀୟ ସ୍ଥାନ ରେ ଥିବା ବେଳେ ଚତୁର୍ଥ ସ୍ଥାନ ରେ ଆୟୋଜକ ବିଶ୍ଵବିଦ୍ୟାଳୟ “ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ” ସ୍ଥାନ ପାଇଥିଲା । ଠିକ୍ ସେହିପରି ଏ ବର୍ଷର ଆନ୍ତ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ ର ଚମ୍ପିୟାନ ହୋଇଥିବା ଯଥା ପ୍ରଥମ, ଦ୍ଵିତୀୟ , ତୃତୀୟ , ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଥିବା ବିଶ୍ଵବିଦ୍ୟାଳୟ କୁ ଟ୍ରଫି ପ୍ରଦାନ କରାଯାଇଥିଲା, ଏହି ଚମ୍ପିୟାନ ବିଭାଗରେ ପଶ୍ଚିମ ବଙ୍ଗ ରାଜ୍ୟ ର ବିଶ୍ଵ ଭାରତୀ ବିଶ୍ଵବିଦ୍ୟାଳୟ ପ୍ରଥମ, ବିହାର ରାଜ୍ୟ ର “ମିଥିଳା ନାରାୟଣ ବିଶ୍ଵବିଦ୍ୟାଳୟ” ଦ୍ଵିତୀୟ, ଓଡ଼ିଶାର “ଉତ୍କଳ ବିଶ୍ଵବିଦ୍ୟାଳୟ ଅଫ କଲ୍ଚର୍” ତୃତୀୟ, ସ୍ଥାନ ରେ ଥିବା ବେଳେ ଝାଡ଼ଖଣ୍ଡ ରାଜ୍ୟ ର ଦୁଇଗୋଟି ବିଶ୍ଵବିଦ୍ୟାଳୟ ଚତୁର୍ଥ ଓ ପଞ୍ଚମ ସ୍ଥାନ ହାସଲ କରିଛନ୍ତି, ଯଥା ଚତୁର୍ଥ ସ୍ଥାନ ରେ “ବିନୋଦ ବିହାରି ମହୋତ ବିଶ୍ଵବିଦ୍ୟାଳୟ” , ଓ ପଞ୍ଚମ ସ୍ଥାନରେ “ବିନୋବା ଭାବେ ବିଶ୍ଵବିଦ୍ୟାଳୟ” ।
ଶେଷରେ ଯୁବ ମହୋତ୍ସବ ଉମଙ୍ଗ ର ସହ ସଂଜଯୋକ ଡ଼ ଜୟନ୍ତ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ ଦେଇ ଉଦ୍ ଜାପନୀ ଉତ୍ସବ କାର୍ଯ୍ୟକ୍ରମ କୁ ସମାପ୍ତି ଘୋଷଣା କରିଥିଲେ ।
ଉଲ୍ଲେଖନୀୟ ଅଛି କି ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ତରଫରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପାଞ୍ଚ ଦିନ(୧୬ରୁ ୨୦) ଧରି ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଯୁବ ମହୋତ୍ସବ ରେ ଭାରତର ପୂର୍ବାଞ୍ଚଳ ର ଚାରୋଟି ରାଜ୍ୟ (ଓଡ଼ିଶା, ବିହାର, ଖଦଖଣ୍ଡ , ପଶ୍ଚିମ ବଙ୍ଗ) ରୁ ୧୬ ଟି ବିଶ୍ଵବିଦ୍ୟାଳୟ ରୁ ପାଖାପାଖି ୬୦୦ ରୁ ଅଧିକ ଛାତ୍ରଛାତ୍ରୀ ଓ ଟିମ୍ ମ୍ୟାନେଜର, ଅଧ୍ୟାପକ ମାନେ ଯୋଗ ଦେଇଛନ୍ତି । ଏହି ମହୋତ୍ସବ ପାଇଁ ଚାରୋଟି ରାଜ୍ୟର ୧୧୫ ଟି ବିଶ୍ଵବିଦ୍ୟାଳୟ ଓ ସେମାନଙ୍କ ମଧ୍ୟରେ ଅନୁବନ୍ଧିତ ଥିବା ୪୫୦୦୦ ମହାବିଦ୍ୟାଳୟ ଗୁଡ଼ିକୁ ନିମନ୍ତ୍ରଣ କରାଯାଇଥିଲା । ଏଥିମଧ୍ୟରୁ ୧୬ ଟି ବିଶ୍ଵବିଦ୍ୟାଳୟ ଯୋଗ ଦେଇଥିଲେ । ମହୋତ୍ସବ ରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ମାନେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଯୁବ ପ୍ରତିଭା ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ନିଜ, ନିଜ ରାଜ୍ୟର ସଂସ୍କୃତି ଓ ଲୋକକଳାକୁ ପ୍ରଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here