ବୁଗୁଡା ୨୧/୨/୨୪ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଗଞ୍ଜାମ ଜିଲ୍ଲାରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ ଫେବୃୟାରୀ ୨୧ ତାରିଖ ଡିନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକକୁ ପ୍ରଥମ ପର୍ଯ୍ୟାୟରେ ଦୁଇଟି ଲକ୍ଷ୍ମୀ ବସ ଫେବୃୟାରୀ ୨୧ ତାରିଖ ଦିନ ଆସି ପହଞ୍ଚିଛି। ଫେବୃୟାରୀ ୨୨ ତାରିଖ ଠାରୁ ବୁଗୁଡା ବ୍ଳକର ଦୁଇଟି ରୁଟରେ ବ୍ଲକରୁ ପଞ୍ଚାୟତକୁ ଲକ୍ଷ୍ମୀ ବସ ଗଡିବ। ମହିଳା ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କାରେ ନିଜ ଗ୍ରାମରୁ ବୁଗୁଡାକୁ ଆସିପାରିବେ। ବୁଗୁଡା ବ୍ଳକର ୨୧ ଟି ଗ୍ରାମ ପଞ୍ଚାୟତରୁ ବୁଗୁଡାକୁ ଆସିବା ପାଇଁ ୧୨ ଟି ରୁଟ ରେ ୧୨ ଟି ଲକ୍ଷ୍ମୀ ବସ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଦୁଇଟି ବସ ଆସିଥିବା ବେଳେ ପର୍ଯ୍ୟାୟ କ୍ରମେ ଅନ୍ୟ ୧୦ ଟି ଲକ୍ଷ୍ମୀ ବସ ଆସିବ ବୋଲି ବୁଗୁଡା ବିଡ଼ିଓ ସନ୍ତୋଷ କୁମାର ଜେନା ପ୍ରକାଶ କରିଛନ୍ତି।