ବିଜେପିରେ ଯୋଗ ଦେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଜରୁରୀ : ପ୍ରଦୀପ ପାଣିଗ୍ରାହୀ। ମୋଦି ସରକାର ଏବଂ ମୋଦି ଗ୍ୟାରେଣ୍ଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି

0
29

ଭୁବନେଶ୍ୱର,୨୧/୦୨/୨୦୨୪: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ଓ ଓଡିଶାର ବିକାଶ ପାଇଁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସମର୍ଥକମାନେ ଶଙ୍ଖ ଛାଡି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସଭାପତିତ୍ୱ ଓ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ରାଜ୍ୟ କାର୍ଯ୍ୟାଳୟଠାରେ ପଦ୍ମ ଧରିଛନ୍ତି । ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଜରୁରୀ । ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ଏବେ ଓଡ଼ିଶାରେ ଦିନକୁ ଦିନ ବିଜେପି ବଢ଼ୁଛି ବିଜୁ ଜନତା ଦଳ ତଳକୁ ତଳ ଖସୁଛି ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ସାମଲ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା । ଏହାପରେ ଶ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସାରା ବିଶ୍ୱରେ ସମ୍ମାନିତ କରିଛନ୍ତି । ମୋଦିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ମିଶିଛି । ଓଡ଼ିଶାରେ ଅନ୍ଧ, ମୂକ, ବଧିର, ଗର୍ବୀ, ଅହଙ୍କାରୀ ସରକାରକୁ ହଟାଇବାର ସମୟ ଆସିଛି । ନବୀନ ବାବୁ ଅଟଳ ବିହାରୀ ବାଜପେୟୀଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ପରେ ନିଜର ସ୍ୱାର୍ଥ ଲାଗି ବିଜେପିର ହାତ ଛାଡିଥିଲେ । ନବୀନ ବାବୁଙ୍କୁ ହଟାଇବା ଓ ବିଜେପିକୁ କ୍ଷମତାକୁ ଆଣିବାର ସମୟ ଆସିଛି । ପୂର୍ଣ୍ଣ ସମର୍ଥନ ଦେଇ ଥରେ ବିଜେପିକୁ ଓଡ଼ିଶାରେ କ୍ଷମତାସୀନ କରିବାକୁ ସେ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି । ଲୋକଙ୍କ ପାଇଁ ସମର୍ପିତ ହେବ ବିଜେପି ସରକାର । ବିଜେପି ସରକାର ହେଲେ ରାଜ୍ୟରେ ସଚିବାଳୟଠାରୁ ମନ୍ତ୍ରାଳୟ ସମସ୍ତଙ୍କ ପାଇଁ ଖୋଲା ରହିବ ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପାଇଁ ଦେଶରେ ଅଭୁତପୂର୍ବ ଜନଜାଗରଣ ସୃଷ୍ଟି ହୋଇଛି । “ଶ୍ରେଷ୍ଠ ଭାରତ, ଶ୍ରେଷ୍ଠ ଓଡ଼ିଶା ଗଠନର ପ୍ରକୃଷ୍ଠ ସମୟ ଆସିଛି । ବର୍ତମାନ ଓଡ଼ିଶାବାସୀ ପରିବର୍ତନ ମୁହାଁ ହୋଇଛନ୍ତି । ସୁଦୃଢ଼ ଭାରତ ଗଠନ ପାଇଁ ସୁଦୃଢ଼ ଓଡ଼ିଶା ଗଠନର ଆବଶ୍ୟକତା ଅଛି । ଓଡ଼ିଶାରେ ଏକଛତ୍ରବାଦୀ ସରକାର ହଟାଇ ଲୋକତନ୍ତ୍ର ସରକାର ଆଣିବା ଦରକାର । ସଂକୀର୍ଣ୍ଣ ବିଚାରରୁ ଊର୍ଦ୍ଧ୍ୱକୁ ଯାଇ ଜାତୀୟତାର ମୁଖ୍ୟ ସ୍ରୋତରେ ଯୋଡି ହେବାକୁ ଆହ୍ୱାନ ଦେଇଛନ୍ତି । “ଓଡ଼ିଶାରେ ଡବଲ ଇଞ୍ଜନ”ର ସରକାର ଗଠନ ହେଲେ ବିକାଶ ଧାରା ତ୍ୱରାନ୍ୱିତ ହୋଇପାରିବ । କୃଷକ, ଗରିବ, ଯୁବକ ଓ ମହିଳା ଗୋଷ୍ଠୀଙ୍କ ପାଇଁ ମୋଦିଜୀଙ୍କ ପ୍ରାଥମିକତାକୁ ପ୍ରଶଂସା କରିଛନ୍ତି ଶ୍ରୀ ପାଣିଗ୍ରାହୀ ।
ଏହି ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଦିଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here