ବାରମ୍ବାର ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ରାଜ୍ୟ ସରକାରଙ୍କର ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ପ୍ରତି ଖେଳ – ଏବିଭିପି

0
61

ବ୍ରହ୍ମପୁର,୨୭/୦୨/୨୦୨୪:ରାଜ୍ୟରେ ବିଗତ କିଛି ବର୍ଷ ଧରି ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସାମ୍ନାକୁ ଆସୁଥିବା ବେଳେ ସରକାର ଏବଂ ଗଣଶିକ୍ଷା ମନ୍ତ୍ରାଳୟ ଆଜି ଦାରୁଭୂତ ମୁରାରି ସାଜି ବସିଛନ୍ତି।ଗତ ୨୩ ତାରିଖ ଦିନ ମୟୂରଭଞ୍ଜ ଏବଂ କେଉଁଝର ଜିଲ୍ଲାରେ ମାଟ୍ରିକ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେବା ଆଗରୁ ସକାଳ ୦୮.୩୬ ମିନିଟ ସମୟରେ ଦ୍ଵିତୀୟ ଭାଷା ଇଂରାଜୀ ପ୍ରଶ୍ନପତ୍ର ଏବଂ ୨୬ ତାରିଖ ଦିନ ଗଣିତ ପ୍ରଶ୍ନପତ୍ର ସାମାଜିକ ଗଣମାଧ୍ୟମ ଜରିଆରେ ଚାରିଆଡ଼େ ଖେଳେଇ ହେଇଗଲା ।ଏବଂ ପରବର୍ତ୍ତୀ ସମୟରେ ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନପତ୍ର ସହ ମଧ୍ୟ ତାର ସାମଞ୍ଜସ୍ୟ ରହିଲା। ଯାହା ବିଦ୍ୟାର୍ଥୀଙ୍କ ଭବିଷ୍ୟତ ସହ ଖେଳିବା ସହିତ ସମାନ ଏବଂ ଏହା କଦାପି ଗ୍ରହଣୀୟ ନୁହେଁ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଞ୍ଜାମ ପକ୍ଷରୁ ଆଜି ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ ସମ୍ମୁଖରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମା ରାଣ୍ଡି ଏବଂ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।ଏଥିରେ ଏବିଭିପି ର ଗଞ୍ଜାମ ବିଭାଗ ସଂଯୋଜକ ଅନିଲ କୁମାର ସ୍ୱାଇଁ,ରାଜ୍ୟ ଗଣମାଧ୍ୟମ୍ ସଂଯୋଜକ ବିଶ୍ୱଜିତ ପାତ୍ର,ବିଭାଗ ସଂଗଠନ ସମ୍ପାଦକ ଟୁକୁନା କୁମାର ମଲିକ, ରାଜ୍ୟ ସାମାଜିକ ଗାଣମାଧ୍ୟମ ସହ ସଂଯୋଜକ ସୁନୀଲ ଡୋରା, ଗଞ୍ଜାମ ଜିଲ୍ଲା ସହ ସଂଯୋଜକ ଆୟୁଷ ରଥ,କାର୍ଯ୍ୟାଳୟ ସମ୍ପାଦକ ଅଜୟ କୁମାର ଦାସ, ବିଭାଗ sfs କିରନ ସେଠୀ, ଯଶୋବନ୍ତ ମଲିକ, ସନତ ପ୍ରଧାନ ଆଦି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

ଆଗାମୀ ଦିନରେ ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ବିଦ୍ୟାର୍ଥୀ ପରିଷଦ ଆନ୍ଦୋଳନ ଜାରି ରଖିବ ବୋଲି ବିଭାଗ ସଂଯୋଜକ ଅନିଲ କୁମାର ସ୍ୱାଇଁ କହିଛନ୍ତି

LEAVE A REPLY

Please enter your comment!
Please enter your name here