ବ୍ରହ୍ମପୁର,୨୮/୦୨/୨୦୨୪:ଆଜି ସ୍ଥାନୀୟ ଗଞ୍ଜାମ କଳାପରିଷଦ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ର ସଭା ନେତ୍ରୀ ଅନୁଜl ନନ୍ଦ ବିଶ୍ଵାଳ ନେତୃତ୍ୱ ନେଇଥିଲେ । ଜିଲ୍ଲା ସଭାପତି ଡକ୍ଟର ସୁବାଷ୍ ସାହୁ କଂ ପୌରହିତ୍ୟ କରିଥିବା ବେଳେ ଲୋକ ସଭା ପ୍ରଭାରୀ ଅଶୋକ ମିଶ୍ର, ରାଜ୍ଯ ସମ୍ପାଦିକା ବବିତା ପାତ୍ର, ରାଜ୍ଯ ମହିଳା ମୋର୍ଚ୍ଚା ପ୍ରଭାରୀ ଉନ୍ନତି ପରିଡା, ବିଜେପି ଜିଲ୍ଲା ମୋର୍ଚ୍ଚା ପ୍ରଭାରୀ ୟୋଗୀ ଦେବଦୂତ ମହାରାଜ, ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ବର୍ଷା ବିଦୁସ୍ମିତା ପ୍ରଧାନମନ୍ତ୍ରୀ ମୋଦି ସରକାର କଂ ଗ୍ୟାରେଣ୍ଟି , ଯୋଜନା ଉପରେ ଆଲୋକପାତ କରି ଡବଲ ଇଞ୍ଜିନ ସରକାର ଗଢିବା ପାଇଁ ସଂକଳ୍ପବଦ୍ଧ ହେବା ପାଇଁ ନିବେଦନ କରିଥିଲେ l ସଭାନେତ୍ରୀ ମଧୁସ୍ମିତା ଠାକୁର
ସଭା କୁ ପରିଚାଳନା କରିଥିଲେ।
ଶେଷରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା l ବୈଠକ କୁ ସଭାନେତ୍ରୀ ତଥା ବ୍ରହ୍ମପୁର ଓକିଲ ସଂଘ ର ସଭାନେତ୍ରୀ ମୀନତି ରଥ ଧନ୍ୟବାଦ ଅର୍ପଣ କରିଥିଲେ l