ଯୁକ୍ତ ୨ ରାଜନୀତି ବିଜ୍ଞାନରେ ୨୦, ବି.ଏମ୍.ଏସ୍.ରେ ଜଣେ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍

0
77

ବ୍ରହ୍ମପୁର, ୦୧/୦୩/୨୦୨୪: ଆଜି ଥିଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବାର୍ଷିକ ପରୀକ୍ଷାର ଅଷ୍ଟମ ଦିବସ l ଆଜି କଳା ସ୍ରୋତର ରାଜନୀତି ବିଜ୍ଞାନ ଓ ବାଣିଜ୍ୟ ସ୍ରୋତର ବିଜିନେସ୍ ମାଥମେଟିକ୍ସ ଆଣ୍ଡ୍ ଷ୍ଟାଟିଷ୍ଟିକ୍ସ (ବି.ଏମ୍.ଏସ୍.) ପରୀକ୍ଷା ଦକ୍ଷିଣାଞ୍ଚଳ ଅଧୀନସ୍ଥ ଆଠଟି ଜିଲ୍ଲାର ୨0୫ଟି ପରୀକ୍ଷା କେନ୍ଦ୍ରରେ ଶୃଙ୍ଖଳିତ ଭାବେ ସଂପନ୍ନ ହୋଇଯାଇଛି l ତେବେ ଆଜି କଳା ସ୍ରୋତର ରାଜନୀତି ବିଜ୍ଞାନରେ ୨0 ଜଣ ଓ ବାଣିଜ୍ୟ ସ୍ରୋତର ବି.ଏମ୍.ଏସ୍.ରେ ଜଣେ ପରୀକ୍ଷାର୍ଥୀ କପି ଅଭିଯୋଗରେ ବ୍ରହ୍ମପୁର ଜୋନାଲ୍ ସ୍କ୍ୱାଡ୍ ସଦସ୍ୟଙ୍କ ହାତରେ ଧରା ପଡ଼ିଥିବା ଜଣାପଡ଼ିଛି l
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଅଧୀନସ୍ଥ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବିକ୍ରମ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ବାଣିଜ୍ୟ ସ୍ରୋତର ବି.ଏମ୍.ଏସ୍.ରେ ଜଣେ ପରୀକ୍ଷାର୍ଥୀ କପି ଅଭିଯୁକ୍ତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ଏମ୍.ଭି.-୭୯ ସ୍ଥିତ ଡ. ଶ୍ୟାମାପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ କଳା ସ୍ରୋତର ରାଜନୀତି ବିଜ୍ଞାନରେ ୬ ଜଣ, ପଡ଼ିଆ ସ୍ଥିତ ରିଜିଓନାଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଜଣେ, ନବରଙ୍ଗପୁର ଜିଲ୍ଲା ମଇଦଲପୁର ସ୍ଥିତ ମଇଦଲପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୩ ଜଣ, ରାୟଗଡ଼ା ଜିଲ୍ଲାର ରାୟଗଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଜଣେ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସ୍ଥିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୬ ଜଣ, ଲାଇନପଡ଼ା ସ୍ଥିତ କେ.ଆଇ.ଜି.ଏମ୍. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଜଣେ ଓ ଶଙ୍କରାଖୋଲ ସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨ ଜଣ ପରୀକ୍ଷାର୍ଥୀ ରାଜନୀତି ବିଜ୍ଞାନ ପରୀକ୍ଷାରେ କପି ଅଭିଯୁକ୍ତ ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି l

LEAVE A REPLY

Please enter your comment!
Please enter your name here