ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଚଣ୍ଡିଖୋଲ ଗସ୍ତ ଜନତା ଓ କାର୍ଯ୍ୟକର୍ତାଙ୍କୁ ନୂତନ ଉର୍ଜ୍ଜା ଯୋଗାଇବ: ମନମୋହନ ସାମଲ

0
62

ଭୁବନେଶ୍ୱର,ତା.୦୪/୦୩: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମାଦିଜୀ ମଙ୍ଗଳବାର ଅପରାହ୍ନ ୨ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ସେଠାରୁ ହେଲିକପ୍ଟର ଯୋଗେ ସିଧା ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ । ଅପରାହ୍ନ ୩ଟା ୧୫ରେ ଲୋକାର୍ପଣ ଓ ଶିଳାନ୍ୟାସର ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାପରେ ୩.୩୦ମିନିଟ୍‌ରେ ପାଖ ପଡିଆରେ ଆୟୋଜିତ “ମୋଦି ଗ୍ୟାରେଂଟି” ବିଶାଳ ସଭାରେ “ବିକଶିତ ଓଡ଼ିଶା-ବିକଶିତ ଭାରତ” ଯୋଦ୍ଧାମାନଙ୍କୁ ସମ୍ବୋଧିତ କରିବେ । ମୋଦିଜୀଙ୍କ ସଭାରେ ସେ ଅଂଚଳବାସୀବାସୀଙ୍କୁ ଉପସ୍ଥିତ ରହିବାକୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଅନୁରୋଧ କରିଛନ୍ତି ।ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ମୋଦିଜୀ ଚଣ୍ଡିଖୋଲରେ ୧୯ହଜାର ୬ଶହ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଓଡିଶାର ପ୍ରାଚୀନ ସଂସ୍କୃତି, ଗାରିମାମୟ ଇତିହାସ, ବୈଭବଶାଳୀ ପରମ୍ପରା, ପ୍ରାଚୁର୍ଯ୍ୟମୟ ଐତିହ୍ୟ ଓ କଳା, ଖାଦ୍ୟପେୟ, ବେଶଭୂଷାକୁ ବିଶ୍ୱଦରବାରରେ ପଂହଚାଇଛନ୍ତି । ମୋଦିଜୀ ୨୦୧୯ ମସିହାରେ ଓଡ଼ିଶାବାସୀଙ୍କୁ କହିଥିଲେ “ ମୁଁ ଆପଣଙ୍କ ଭଲ ପାଇବାକୁ ସୁଧ ସହିତ ଫେରେଇବି” । ବିଗତ ୧୦ବର୍ଷ ଭିତରେ ମୋଦି ସରକାର “ଓଡ଼ିଶାର ବିକାଶ ପାଇଁ ୧୮.୮୩ଲକ୍ଷ କୋଟି ଟଙ୍କା ଦେଲେ ଓ ଓଡିଆଙ୍କୁ ଅଗ୍ରାଧିକାର ଓ ଉପଯୁକ୍ତ ମର୍ଯ୍ୟାଦା ଦେଲେ” । ଓଡିଆଙ୍କ ପାଇଁ ମୋଦିଜୀଙ୍କ ମର୍ଯ୍ୟାଦାକୁ ୨୦୨୪ ସାଧାରଣ ନିର୍ବାଚନରେ ଓଡିଶାବାସୀ ଲୋକସଭା ଓ ବିଧାନସଭା ଆସନରେ ଆଶୀର୍ବାଦ ଦେଇ ତୃତୀୟଥର ପ୍ରଧାନମନ୍ତ୍ରୀଭାବେ ବିଜୟ ମୁକଟ ପିନ୍ଧାଇ ସ୍ୱାଗତ କରିବେ । ମୋଦି ଯାହା କହନ୍ତି ତାହା କରନ୍ତି, ଏହା ହିଁ ମୋଦି ଗ୍ୟାରେଂଟି ଅଟେ । ଏହାର ପ୍ରତିଫଳନ ଜି-୨୦ ସମ୍ମିଳନୀ ସମୟରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ କୋଣାର୍କ ଚକ୍ରକୁ ବିଶ୍ୱ ଦରବାରରେ ପୁନଃଉପସ୍ଥାପିତ କରିଥିଲେ ମୋଦି । ସେହିପରି ମୋଦିଜୀ ଓଡ଼ିଆ ମହିଳାଙ୍କୁ ସର୍ବୋଚ୍ଚ ଆସନରେ ବସାଛନ୍ତି । ମୋଦିଜୀଙ୍କ ଓଡ଼ିଆ ପ୍ରୀତି ଓ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧତା ପୁଣି ତାଙ୍କୁ ଓଡ଼ିଶାମାଟିକୁ ଟାଣିଆଣିଛି । ଚଣ୍ଡିଖୋଲ ଜନସଭାରେ ମୋଦିଜୀଙ୍କ ଉଦ୍‌ବୋଧନ କାର୍ଯ୍ୟକର୍ତାଙ୍କୁ ନୂତନ ଉର୍ଜ୍ଜା ଯୋଗାଇବ ବୋଲି ଶ୍ରୀ ସାମଲ କହିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here