ବିଜୁ ପଟ୍ଟନାୟକ ହୋମିଓପାଥିକ କଲେଜ ପରିସରରେ ଅଦ୍ୱିତିୟ- ୨୦୨୪ ଅନୁଷ୍ଠିତ

0
18

ବ୍ରହ୍ମପୁର,୧୨/୦୩/୨୦୨୪: ସ୍ଥାନୀୟ ସିଟି ହସ୍ପିଟାଲ ରୋଡ ଠାରେ ଥିବା ବିଜୁ ପଟ୍ଟନାୟକ ହୋମିଓପାଥିକ ମେଡିକାଲ କଲେଜର ବାର୍ଷିକ ଉତ୍ସବ ଅଦ୍ୱିତିୟ -୨୦୨୪ କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ଛାତ୍ର ସଂସଦ ସଭାପତି ଜ୍ୟୋତି ପ୍ରକାଶ ନାଥଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜର ପୂର୍ବତନ ଅଧକ୍ଷ ତଥା ବରିଷ୍ଟ ଚିକିତ୍ସ୍ୟକ ଉପେନ୍ଦ୍ରନାଥ ଦାସ ଯୋଗ ଦେଇଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ବରିଷ୍ଟ ଚିକିତ୍ସ୍ୟକ ଏ ପି ସଡଙ୍ଗୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଲେଇ, ପୂର୍ବତନ କର୍ପୋରେଟର ମମତା ବିଷୋୟୀ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କଲେଜ ଅଧକ୍ଷ ଡା. ପ୍ରଦିପ କୁମାର ବେବର୍ତ୍ତା, ଛାତ୍ର ସଂସଦ ଉପଦେଷ୍ଟା ପ୍ରଫେସର ଗିତାଞ୍ଜଳୀ ପଟ୍ଟନାୟକ, ଛାତ୍ର ସଂସଦ ସମ୍ପାଦକ ରଶ୍ମି ରଞ୍ଜନ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ କଲେଜ ପକ୍ଷରୁ ପ୍ରସ୍ତୁତ ହୋଇଥିବା ବାର୍ଷିକ ପତ୍ରିକା ସମ୍ଭବ୍ୟକୁ ଅତିଥିମାନେ ଲୋକାର୍ପଣ କରିଥିଲେ। ସେହିପରି କଲେଜ ଅଧକ୍ଷ ଡା. ବେବର୍ତ୍ତା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ର ସଂସଦ ସାଧାରଣ ସମ୍ପାଦକ ଶ୍ରୀ ନାୟକ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ହୋମିଓପାଥିକ ଚିକିତ୍ସ୍ୟକଙ୍କ ଭୂମିକା ଏବଂ ଦାୟିତ୍ୱ ବୋଧକୁ ମୁଖ୍ୟ ଅତିଥି ବୁଝାଇବା ସହ ତାହାକୁ ସୂଚାରୁ ରୂପେ ତୁଲାଇବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ଦେଶର ଦାୟିତ୍ୱବାନ ଯୁବକ ଯୁବତୀମାନେ ଡାକ୍ତରୀ ସେବାକୁ ଆପଣେଇଥାନ୍ତି। ସେମାନ ନିଜର ସେବା ମନବୃତ୍ତିକୁ ନେଇ ଏହି କ୍ଷେତ୍ରକୁ ଚୟନ କରିଥାନ୍ତି ବୋଲି ମେୟର କହିଥିଲେ। ସେହିପରି ବିଜୁଙ୍କ ନାମନେ ନାମିତ ଏଙି ହସ୍ପିଟାଲର ସମସ୍ତ ଛାତ୍ରଛାତ୍ରୀ ବିଜୁଙ୍କ ପରି ହେବା ସହ ଲୋକଙ୍କ ପାଇଁ ନିଜର ନିସ୍ୱାର୍ଥପର ସେବା ଜାରି ରଖନ୍ତୁ ବୋଲି ଅନ୍ୟ ଅତିଥି ମାନେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରୀ ଇପସିତା ଚୌଧୁରୀ, ମୋନାଲିସା ମଲ୍ଲିକ ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ ଛାତ୍ର ସଂସଦ ସଦସ୍ୟ ସଦସ୍ୟା ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here