ବ୍ରହ୍ମପୁର,୧୬/୦୩/୨୦୨୪:ଆଜି ସ୍ଥାନୀୟ ଅନୁପଚାରୀ ସ୍ୱତନ୍ତ୍ର ପୋକ୍ସ ବିଚାରପତି ଶ୍ରୀ ଗଣେଶ୍ୱର ପତି ଏକ ଦୁଷ୍କର୍ମ ଉଦ୍ୟମ ମାମଲାର ଶୁଣାଣି କରି ଅଭିଯୁକ୍ତ ପି ଅଜୟ ଓ ଜି. ନାରାୟଣ ଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ରେ ଖଲାସ କରିଛନ୍ତି l ଉଲ୍ଲେଖଯୋଗ୍ୟ ଯେ,ଗତ ବର୍ଷ ଅଗଷ୍ଟ ୨୯ ତାରିଖ ଦିନ ଜନୈକ ପୀଡିତା ଛତ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ସେ ୨୦୧୮ ମସିହାରେ ଛତ୍ରପୁର ସାଇନ୍ସ କଲେଜ ରେ ପାଠ ପଢୁଥିବା ସମୟ ରେ ଅଭିଯୁକ୍ତ ପି.ଅଜୟ ତାର ପଛରେ ଗୋଡ଼ାଇ ଅଶ୍ଳୀଳ ଇଙ୍ଗିତ କରୁଥିଲା ଏବଂ ପାଖରେ ଠିଆ ହୋଇ ଫୋଟ ତାର ସାଙ୍ଗ ଉଠାଉଥିଲା ଏବଂ କହୁଥିଲା ତା ସହିତ ଶାରୀରିକ ସମ୍ପର୍କ ନ ରଖିଲେ ଫୋଟ ଭାଇରଲ କରିଦେବ କହି ଧର୍ଷଣ କରିଥିଲା ଏବଂ ତାର ବାପା ଠାରୁ ଦଶ ଲକ୍ଷ ଟଙ୍କା ବ୍ଲାକମେଲ କରି ନେଇଥିଲା ଦୁଇମାସ ପରେ ମାଗିବାରୁ ଅଭିଯୁକ୍ତ ମାନେ ପୀଡ଼ିତାକୁ ମରଣାତ୍ମକ ଆକ୍ରମଣ କରି ହତ୍ୟା ଧମକ ଦେଇଥିଲେ । ପୀଡିତା ର ଏତଲା କ୍ରମେ ପୁଲିସ [ଛତ୍ରପୁର ଥାନା ସଂଖ୍ୟା ୫୬୫ ଭାରତୀୟ ଦଣ୍ଡ ଵିଧି ଆଇନ ର ଦଫା ୩୦୭, ୩୫୪, ୫୦୬ ଏବଂ ପୋକ୍ସ ଆଇନ ର ୬ ଦଫା ]ଅନୁଯାଇ ପୁଲିସ ଅଭିଯୁକ୍ତ କୁ
ଗିରଫ କରି ଅଦାଲତ କୁ ବିଚାରଣା ପାଇଁ ପଠାଇଥିଲା lପୋକ୍ସ ବିଚାରପତି ଶ୍ରୀ ପତି ୩ଜଣ ସାକ୍ଷୀ ଙ୍କୁ ବିଚାରଣା କରି ପ୍ରମାଣ ଅଭାବରୁ ଅଭିଯୁକ୍ତ ପି ଅଜୟ ଓ ଜି. ନାରାୟଣ କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି lଅଭିଯୁକ୍ତ ପକ୍ଷରୁ ଆଇନଜୀବୀ ମନୋଜ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ଚନ୍ଦ୍ରଗୁପ୍ତ ପଟ୍ଟନାୟକ, ନଦିଆଚାନ୍ଦ ବିଶ୍ୱାଳ, ମନୋଜ ସିଂ ସାମନ୍ତ ମୋକଦ୍ଦମା ପରିଚାଳନା ବେଳେ ସରକାରଙ୍କ ତରଫରୁ ମୋହନ ସିଙ୍ଗାରି ମୋକଦ୍ଦମା ପରିଚାଳନା କରୁଥିଲେ l