ବିଜେପିରେ ସାମିଲ ହେଲେ ମାହାଙ୍ଗାର ଯୁବ ସମାଜସେବୀ ସୁମନ୍ତ ଘଡେଇ। ନୂତନ ସଦସ୍ୟଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ, ସମୀର ମହାନ୍ତି ପ୍ରମୁଖ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଲେ

0
16

ଭୁବନେଶ୍ୱର,୧୭/୦୩/୨୦୨୪: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଗତ ୧୦ ବର୍ଷ ଶାସନରେ ଦେଶର ଗରିବ, ଯୁବକ, କୃଷକ ଓ ମହିଳାଙ୍କ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଆଜି “ବିଶ୍ୱ ନେତୃତ୍ୱ ରାଷ୍ଟ୍ର”ଭାବେ ଅଗ୍ରସର ହେବାରେ ଲାଗିଛି ଭାରତବର୍ଷ । ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିବା ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ସଶକ୍ତ କରିବା ପାଇଁ ଆଜିର ଯୁବବର୍ଗ ସଂକଳ୍ପ ନେଇଛନ୍ତି । ଓଡିଶାରେ ଶାସନ ବ୍ୟବସ୍ଥାର ପରିବର୍ତନ ନିହାତି ଜରୁରୀ ଏବଂ ଓଡିଶାର ସ୍ୱାଭିମାନୀ ଯୁବସମାଜ ଏଥି ପାଇଁ ସଂକଳ୍ପ ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଦେଶପ୍ରତି ଉତ୍ସର୍ଗୀକୃତ ଏବଂ ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ମାହାଙ୍ଗା ନିର୍ବାଚନମଣ୍ଡଳୀର ବିଶିଷ୍ଟ ଯୁବ ସମାଜସେବୀ ଶ୍ରୀ ସୁମନ୍ତ ଘଡେଇ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟ।।ଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ ଓ ସମୀର ମହାନ୍ତି ପ୍ରମୁଖ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।
ଶ୍ରୀ ଘଡେଇଙ୍କ ସମେତ ଗୋକନ ପଂଚାୟତର ପୂର୍ବତନ ସରପଂଚ ପଦ୍ମନାଭ ସେଠୀ, ଯୁବନେତା ସ୍ନେହାଂଶୁ ପରିଡା, ବିକାଶ କୁମାର ଗୋଚ୍ଛାୟତ, ଜନ୍ମେଜୟ ବେହେରା, ସତ୍ୟରଂଜନ ମିଶ୍ର, ସ୍ମୃତିରଂଜନ ମହାନ୍ତି, ସିପୁନା ମଲ୍ଲିକ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।
ରାଜ୍ୟରେ ଗଣତନ୍ତ୍ର ବ୍ୟବସ୍ଥା ସବୁ ଭୁଷୁଡି ଯାଇଛି । ଭ୍ରଷ୍ଟାଚାର, ବ୍ୟଭୀଚାର ଓ ଦୁର୍ନୀତି ରାଜ୍ୟ ବିକାଶରେ ବାଧକ ସାଜିଛି । ରାଜ୍ୟରେ ଶାସନ ବ୍ୟବସ୍ଥାର ପରିବର୍ତନ ନିହାତି ଜରୁରୀ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ କାର୍ଯ୍ୟକ୍ରମ ଓ ବିଜେପିର ନୀତି ଆଦର୍ଶ ଅନୁପ୍ରାଣିତ କରିଛି ବୋଲି ଶ୍ରୀ ଘଡେଇ କହିଛନ୍ତି ।
ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଅରବିନ୍ଦ ଢାଲି, ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ମହିଳାମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିନୋଦ ଦାସ, ବିଷ୍ଣୁ ଦାସ, କେନ୍ଦ୍ରାପଡା ଜିଲ୍ଲା ସଭାପତି କିଶୋର ପଣ୍ଡା, ଅରିନ୍ଦମ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here