“ନମୋ ଏଗେଇନ୍ ହଙ୍ଗାମା” କ୍ରିକେଟ ଟୁର୍ଣ୍ଣାମେଣ୍ଟ” ଅନୁଷ୍ଠିତ

0
65

ବ୍ରହ୍ମପୁର, ୧୯/୦୩/୨୦୨୪: ଭାରତୀୟ ଜନତା ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ “ନମୋ ଏଗେଇନ୍ ହଙ୍ଗାମା ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ” ଅନୁଷ୍ଠିତ ହୋଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟ କୁ ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି,ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁନିଲ ପାତ୍ର ପ୍ରମୁଖ ଉପସ୍ଥିତ ରହି ମାଣ୍ଡିଆପଲ୍ଲୀ ଡ଼ିଫେନ୍ସ କଲୋନୀ (ପ୍ରେମ୍ ସଂସ୍ଥା) ନିକଟସ୍ଥ ଖେଳ ପଡ଼ିଆ ଠାରେ ଉଦଘାଟନ କରିଥିଲେ । ରମ୍ଭା ଏବଂ ଅଲ୍ଲୀପୁର ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା । ଏଥିରେ ଅଲ୍ଲୀପୁର ଦଳ ବିଜୟୀ ହେଇଥିଲେ । ଟୁର୍ଣ୍ଣାମେଣ୍ଟ ଶେଷରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ,ଗଞ୍ଜାମ ଜିଲ୍ଲାର ପୂର୍ବତନ ସଭାପତି ବିଭୂତି ଭୂଷଣ ଜେନା,ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ ପ୍ରମୁଖ ଉପସ୍ଥିତ ରହି ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏଲ. ମୋହନ ଦାସ,ଏନ.ଗଙ୍ଗାଧର, ସମିତି ସଭ୍ୟ ଚଣ୍ଡି ଚରଣ ସାହୁ,କୃଷ୍ଣ ନାୟକ,ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ କେ.ରବି ରାଓ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସମ୍ପାଦକ ସୋମନାଥ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here