ବନ୍ୟଜନ୍ତୁ ସୁରକ୍ଷା ଓ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ଜନସଚେତନତା କାର୍ଯ୍ୟକ୍ରମ

0
24

ପୋଲସରା ୧୯/୩/୨୪ ଗଞ୍ଜାମ ଜିଲ୍ଲାର ଘୁମୁସର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ପୋଲସରା ବନାଞ୍ଚଳ ପକ୍ଷରୁ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ବନ୍ୟଜନ୍ତୁ ସୁରକ୍ଷା ଓ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନେଇ ପୋଲସରା ବନାଞ୍ଚଳ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୧୯ ତାରିଖ ଦିନ ପୋଲସରା ସହକାରୀ ବନ ସଂରକ୍ଷକ ସଚିନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପ୍ରସିଦ୍ଧ ଐତିହାସିକ ପୀଠ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିସରରେ ଏହି ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଦକ୍ଷିଣ ଘୁମୁସର ଡିଏଫଓ ବିନୋଦ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ସୁରକ୍ଷା ବିଷୟରେ ବକ୍ତବ୍ୟ ରଖିଥିଲେ। ଜଙ୍ଗଲ ବୃଦ୍ଧି ହେଲେହିଁ ପରିବେଶ ସୁରକ୍ଷିତ ହୋଇପାରିବ ଓ ଜୀବ ଜଗତ ସୁରକ୍ଷିତ ହୋଇପାରିବେ। ବନ୍ୟଜନ୍ତୁ ଫସଲ ଓ ଅନ୍ୟାନ୍ୟ ଜିନିଷ କ୍ଷତି କଲେ ବନ ବିଭାଗ କ୍ଷତିପୂରଣ ଅର୍ଥ ପ୍ରଦାନ କରୁଥିବା ପ୍ରକାଶ କରିଥିଲେ। କେତେକ ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଇବା ଯୋଗୁ ବହୁ ମୂଲ୍ୟବାନ ବୃକ୍ଷ ପୋଡି ନଷ୍ଟ ହେବାସହ ବାୟୁମଣ୍ଡଳ ଦୂଷିତ ହୋଇଥାଏ। ଜଙ୍ଗଲରେ ନିଆଁ ଲାଗିବା ଜାଣିବା କ୍ଷଣି ବନ ବିଭାଗକୁ ଜଣାଇବାକୁ କହିଥିଲେ। ବନ୍ୟଜନ୍ତୁ ଶିକାର ଓ ଜଙ୍ଗଲରେ ଅଗ୍ନି ସଂଯୋଗ ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ଜନସାଧାରଣ ବନ ବିଭାଗ କର୍ମଚାରୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସହକାରୀ ବନ ସଂରକ୍ଷକ ରଜତ କୁମାର ମିଶ୍ର, ପୋଲସରା ତହସିଲଦାର ରୁବି ବେହେରା, ପୋଲସରା ଅତିରିକ୍ତ ପ୍ରାଣୀଧନ ଚିକିତ୍ସିକା ବିଷ୍ଣୁପ୍ରିୟା ଦାସ, ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଅନୁପମ ବାନାର୍ଜୀ, ୱାଇଲଡ଼ ଲାଇଫ ୱାଡେନ ସୁରେଶ ଚନ୍ଦ୍ର ସ୍ୱାଇଁ ଓ ଧନେଶ୍ୱର ବିଧାର ଏବଂ ସମାଜସେବୀ ଶୁଳପାଣି ଶତପଥୀ ଯୋଗଦେଇଥିଲେ। ଦାସ କାଠିଆ ଲୋକନୃତ୍ୟ ମାଧ୍ୟମରେ ମଧ୍ୟ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ପୋଲସରା ବନାଞ୍ଚଳ ଅନ୍ତର୍ଗତ ସମସ୍ତ ବନପାଳ, ବନରକ୍ଷୀ ଓ କର୍ମଚାରୀ ବୃନ୍ଦ ଏବଂ ମଙ୍ଗୁଳୁ ସାହୁ ପରିଚାଳନାରେ ସହଯୋଗ କରିଥିବା ବେଳେ ବହୁ ଜବସାଧାରଣ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here