ବିଜେପି ରେ ମିଶ୍ରଣ ପର୍ବ।ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିରେ ଯୋଗ ଦେଲେ ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଶ୍ରୀ ଡମ୍ବରୁଧର ସିସା।ବରିଷ୍ଠ କଂଗ୍ରେସ ନେତ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ।ଜଟଣୀ ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ଶ୍ରୀ ସନ୍ତୋଷ ଜେନା ଆନୁଷ୍ଠାନିକ ଭାବେ ବିଜେପିରେ ହେଲେ ସାମିଲ।ଧାମନଗର ନିର୍ବାଚନମଣ୍ଡଳୀର ବରିଷ୍ଟ ବିଜେଡି ନେତା ତୁଷାର ମିଶ୍ର, ବ୍ଲକ ବିଜେଡି ଉପସଭାନେତ୍ରୀ ସଞ୍ଜିତା ମିଶ୍ର ପ୍ରମୁଖଙ୍କ ବିଜେପିରେ ଯୋଗଦାନ। ବିଶିଷ୍ଟ ଶିକ୍ଷାବିତ୍ ଡ.ସସ୍ମିତା ସାମନ୍ତଙ୍କ ବିଜେପିରେ ଯୋଗଦାନ।ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନମଣ୍ଡଳୀର ଶହ ଶହ ବିଜେଡି ନେତା ଓ କର୍ମୀଙ୍କ ସାମୁହିକ ଭାବେ ବିଜେପିରେ ଯୋଗଦାନ

0
52

ଭୁବନେଶ୍ୱର,୩୦/୦୩/୨୦୨୪: ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଶ୍ରୀ ଡମ୍ବରୁଧର ସିସା ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ସହ ରାହୁଲ ଖେମଜି, ପ୍ରକାଶ ପ୍ରଧାନ, ସାଂଟୋ ହାଲଦାର, ଦେବ ପୋଡିଆମୀ, ଅର୍ଜୁନ କିର୍ଶାନୀ, ପ୍ରଦ୍ୟୁମ୍ନ ଦାସ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।

ବରିଷ୍ଠ କଂଗ୍ରେସ ନେତ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର, ଜିଲ୍ଲା କିଷାନ କଂଗ୍ରେସ ସଭାପତି କ୍ଷୀରୋଦ ବେହେରା, ମହିଳା ନେତ୍ରୀ ସ୍ୱର୍ଣ୍ଣଲତା ସାହୁ, ରୀନା ସାହୁ, ପୂର୍ବତନ ସଭାପତି ଚନ୍ଦ୍ରଧର ସାହୁ, ରମାକାନ୍ତ ସାହୁ, ନିରଞ୍ଜନ ମିଶ୍ର, ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।ଖୋର୍ଦ୍ଧ ଜିଲ୍ଲା ଜଟଣୀ ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ଶ୍ରୀ ସନ୍ତୋଷ ଜେନା ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ଶ୍ରୀ ଜେନାଙ୍କ ସମେତ ଭୁବନେଶ୍ୱର ବ୍ଲକ ପୂର୍ବତନ ବିଜେଡି ସଭାପତି ଚିତରଞ୍ଜନ ପଟ୍ଟନାୟକ, ପୂର୍ବତନ ସରପଂଚ ଦିବାକର ମଙ୍ଗରାଜ, ଅଜୟ ସାହୁ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ରାୟ, ପୂର୍ବତନ ସମିତି ସଭ୍ୟ ବିଜୟ କେତନ ମଙ୍ଗରାଜ, ସମିତି ସଭ୍ୟ ପ୍ରତାପ ବିଶ୍ୱାଳ, ବୁଦ୍ଧାଦିତ୍ୟ ମାଝୀ, ବସନ୍ତ ନାୟକ, ଦୁର୍ଗାଶଙ୍କର ଭଞ୍ଜଦେଓ, ସୋନାଲିସା ସାମଲ, ସଞ୍ଜୟ ସାହୁ, ସୁରଥ ରାୟ, ମିନତୀ ମହାପାତ୍ର, ଅଶୋକ ସୁବୁଦ୍ଧି, ସମାଜସେବୀ ଫତିମା ବେଗମ, ରହିମା ବିବି, ନୈମୁଲ ହକ୍ ଖାନ, ସେଖ ଆଜିଜୁଲ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।ଭଦ୍ରକ ଜିଲ୍ଲା ଧାମନଗରର ବରିଷ୍ଟ ବିଜେଡି ନେତା ତଥା ପ୍ରତିଷ୍ଠିତ ବ୍ୟବସାୟୀ ତୁଷାର ମିଶ୍ର, ଧାମନଗର ବ୍ଲକ ବିଜେଡି ଉପସଭାନେତ୍ରୀ ସଞ୍ଜିତା ମିଶ୍ର, ବିଜେଡି ନେତା ଗଙ୍ଗାଧର ପାଣିଗ୍ରାହୀ, କାର୍ତିକ ପଣ୍ଡା, ଆଲୋକ କୁମାର ମହାନ୍ତି, ନିରଞ୍ଜନ ପଣ୍ଡା, ଶରତ ବାରିକ,ବାୟାଧର ପାଢ଼ୀ, ସୁବ୍ରତ ପଣ୍ଡା, ନୀଳମଣି ଜେନା ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି ନେତା ଓ କର୍ମୀ ଆନୁଷ୍ଠାନିକ ବିଜେପିରେ ସାମିଲ ହୋଇଛନ୍ତି ।
ବିଶିଷ୍ଟ ଶିକ୍ଷାବିତ୍ ଡ.ସସ୍ମିତା ସାମନ୍ତଙ୍କ ବିଜେପିରେ ଯୋଗଦାନ କରିଛନ୍ତି । ସେହିପରି ସମାଜସେବୀ ସଂଯୁକ୍ତା ମହଲା, ନିବେଦିତା ମହାନ୍ତି, ସବିତା ଚମ୍ପତି, ସନ୍ଧ୍ୟାରାଣୀ ବରାଳ, ସସ୍ମିତା ମହାନ୍ତି, ମୌସୁମୀ ଦାସ, ଆରତୀ ସେନାପତି, ପୁଷ୍ପା ସାମନ୍ତରାୟ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନମଣ୍ଡଳୀର ମାନସ ରଞ୍ଜନ ବେହେରା, ବବିତା ସାହୁ, ସୁଶାନ୍ତ କୁମାର ସାହୁ, ପ୍ରଦେଶ କୁମାର ଜେନା, ଟିକିନା ଭାଇ, ହେମନ୍ତ ନାୟକ, ନାରଣ ସାହୁ, ପ୍ରସନ୍ନ ବେହେରା, ନୂଆଗାଁର ପ୍ରର୍ଶୁରାମ ସ୍ୱାଇଁ, ଅଶିତ ପଟ୍ଟନାୟକ, ରବିନ୍ଦ୍ର ନାୟକ, ସନ୍ତୋଷ ପ୍ରଧାନ, ଯୋଗେଶ ରାଉତ, ଉମେଣ ସେଠୀ, ଜିତେନ୍ଦ୍ର ବରାଡ, ସନ୍ତୋଷ ସେଠୀ, ନାୟବ ସରପଂଚ ଇଶ୍ୱର ପ୍ରଧାନ ଏବଂ ଗଣିଆ ବ୍ଲକର ମହେଶ୍ୱର ମହାରଣା, ପ୍ରଫୁଲ୍ଲ ବେହେରା, ଅନାଦି ସ୍ୱାଇଁ, ସନ୍ତୋଷ ମହାଲିକ, ଶରତ ବାରିକ, ପ୍ରମୋଦ ମଲ୍ଲିକ, ଚିତରଞ୍ଜନ ସାମଲ, ମହେନ୍ଦ୍ର ବାରିକ, କୁନା ପରିଡା ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ ।
ଏହି ମିଶ୍ରଣ ପର୍ବରେ ପ୍ରଶାନ୍ତ ଜଗଦ୍ଦେବ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲି, ବରିଷ୍ଠ ବିଜେପି ନେତା ନିରଞ୍ଜନ ମିଶ୍ର, ଅରିନ୍ଦମ ରାୟ, ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ବିଜେଡି ଅପଚେଷ୍ଟା କରୁଥିଲା, ତାହାର ପରିସମାପ୍ତି ଘଟିବ । ବିଜେପି ସରକାରକୁ ଆସିଲେ ଓଡିଶାର ରାଜନୈତିକ ସ୍ଥିତିର ପରିବର୍ତନ ଆସିବ । ପ୍ରତିଦିନ ଓ ପ୍ରତି ମୁର୍ହୂତରେ ବିଜେପି ପ୍ରତି ଆକୃଷ୍ଟ ହୋଇ ବିଜେଡି ଓ କଂଗ୍ରେସ ନେତାମାନେ ଆମର ପରିବାରରେ ସାମିଲ ହେଉଛନ୍ତି । ବିଜେପି ବଢ଼ୁଛି ଓ ଶକ୍ତିଶାଳୀ ହେଉଛି । ମୋଦିଜୀଙ୍କ ଚିନ୍ତାଧାରା, ଭାବନା, ବିକାଶକୁ ଆଗକୁ ଆଣିବା ପାଇଁ ଓଡ଼ିଶାରେ ବିଜେପିର “ଡବଲ ଇଞ୍ଜିନ ସରକାର” କାର୍ଯ୍ୟ କରିବ । ଓଡ଼ିଶାର ସାମଗ୍ରିକ ବିକାଶ ହେବ । ଭାରତ ବର୍ଷର ଏକ ନମ୍ବର ରାଜ୍ୟ ଓଡ଼ିଶା ହେବ ବୋଲି ଶ୍ରୀ ସାମଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here