ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘର ଆଞ୍ଚଳିକ ସମାବେଶ ଅନୁଷ୍ଠିତ

0
88

ମଞ୍ଜୁଷା,(ଆନ୍ଧ୍ର ପ୍ରଦେଶ)୦୧/୦୪/୨୦୨୪:ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘ ପକ୍ଷରୁ ଏକ ଆଞ୍ଚଳିକ କଳାକାର ସମାବେଶ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲା ଲକ୍ଷୀପୁରମ୍ ଲିମେଶ୍ବରୀ ଆମ୍ମଭାରୀ ମନ୍ଦିର ପରିସରରେ ଖଗେଶ୍ବର ଗୌଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍, ମହାସଂଘର ସଭାପତି ସୀମାନ୍ତ ନଟରାଜ ଡା. ତିରୁପତି ସାହୁ, ସଂପାଦକ ସୁରେଶ କୁମାର ପାଣିଗ୍ରାହୀ, ଉପସଭାପତି କୁମାର ନାୟକ, ଜିଲ୍ଲା କର୍ମକର୍ତ୍ତା ନାଲ୍ଲା ନୀଳକଣ୍ଠ, ଜଳନ୍ଧର ସାହୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ସମାଜର ଉନ୍ନତିକଳ୍ପେ ନାନାବିଧ ଆଲୋଚନା କରିଥିଲେ। କଳାକାର ମହାସଂଘ ହିଁ ଆନ୍ଧ୍ରବାସୀ ଓଡିଆ ସମାଜର ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ଏକ ସୁଦୃଢ଼ ଭିତ୍ତିପ୍ରସ୍ତର ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କଳାକାର ଭତ୍ତା ପ୍ରାପ୍ତି ନିମନ୍ତେ ମହାସଂଘ ପକ୍ଷରୁ ଯଥୋଚିତ ପଦକ୍ଷେପ ନେବା ସହିତ ଜୁନ୍ ମାସ ପୂର୍ବରୁ ବୁଡାରସିଂ ଠାରେ ମହାସଂଘର ସଭାଗୃହ ଉଦ୍ଘାଟନ ଅବସରରେ ଏକ ଲୋକକଳା ମହୋତ୍ସବ ଆୟୋଜନ ନିସ୍ପତ୍ତି ସଂପର୍କରେ ସଂପାଦକ ପାଣିଗ୍ରାହୀ ସୂଚନା ଦେଇଥିଲେ। ଏହି ଅବସରରେ ମହାସଂଘ ପକ୍ଷରୁ ଓଡ଼ିଆ କଳାକାର ମାନଙ୍କୁ ସଂଘୀୟ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ନରେନ୍ଦ୍ର ନାୟକ, ଜଗନ୍ନାଥ ବେହେରା, ରେଙ୍ଗା ପ୍ରଧାନ, ଦେବରାଜ ପ୍ରଧାନ, ନରସିଂହ ବାଡତ୍ଯା, ବଳରାମ ପ୍ରଧାନ, ଡିଲ୍ଲିଶ୍ବର ସାହୁ, କବିରାଜ ମହାପାତ୍ର, ସୁଦାମ ପ୍ରଧାନ, ନିରଞ୍ଜନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ହରିଶ୍ଚନ୍ଦ୍ର ମହାନ୍ତି ଆନୁଷ୍ଠାନିକ ଧନ୍ଯବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here