ବେତାର ନିରୀକ୍ଷକ ଅନୀଲ କୁମାର ରଥଙ୍କ ଅବସର ଗ୍ରହଣ

0
63

ଛତ୍ରପୁର,୦୧/୦୪/୨୦୨୪: ଗତ କାଲି ଅର୍ଥାତ୍ ମାର୍ଚ୍ଚ ୩୧ ତାରିଖ ଦିନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ବେତାର ନିରୀକ୍ଷକ ଅନୀଲ କୁମାର ରଥ ଅବସର ଗ୍ରହଣ କରିଛନ୍ତି । ଶ୍ରୀ ରଥ ଜଣେ ମେଳାପୀ, ଅମାୟିକ ଓ କର୍ତ୍ତବ୍ୟ ନିଷ୍ଠ କର୍ମଚାରୀ ଭାବେ ଜଣାଶୁଣା ଥିଲେ । ସେ ପ୍ରଥମେ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଓ ବଲାଙ୍ଗୀର ଜିଲ୍ଲା କର୍ଯ୍ୟାଳୟରେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ । ଅବସର ଗ୍ରହଣ ଦିନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଶ୍ରୀ ରଥଙ୍କୁ ପୁଷ୍ପଗୁଚ୍ଛ ଦେଇ ତାଙ୍କର ଦୀର୍ଘ ଜୀବନ କାମନା କରିବା ସହ ନିଜ ଶରୀରର ଠିକ ଭାବେ ଯତ୍ନ ନେବାପାଇଁ ପରାମର୍ଶ ଦେଇଥିଲେ ।
ଏହି ବିଦାୟକାଳୀନ ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ଦୀର୍ଘ ଜୀବନ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here