ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରର ସ୍ଵନକ୍ଷତ୍ର ଦିବସ ପାଳିତ

0
40

ବ୍ରହ୍ମପୁର,୦୧/୦୪/୨୦୨୪: ଲୋକକଳା ,ଲୋକନୃତ୍ୟ,ସଂସ୍କୃତି, ସାହିତ୍ୟର ଅନ୍ତୁଡ଼ିଶାଳ ଗଞ୍ଜାମ ଜିଲ୍ଲା । ଲୁପ୍ତପ୍ରାୟ ଲୋକ କଳା କୁ ପ୍ରଚାର ଓ ପ୍ରସାର ଉଧ୍ୟେଶ୍ୟରେ ୧୯୯୩ ମସିହା ଏପ୍ରିଲ ମାସ ଏକ ତାରିଖ ରେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ରେଶମ ନଗର ବ୍ରହ୍ମପୁର ଠାରେ ପ୍ରତିଷ୍ଠା ହୋଇଥିଲା । ଦୀର୍ଘ ତିନି ଦଶନ୍ଧି ର ପ୍ରଲିମ୍ବିତ ଯାତ୍ରା ପଥରେ ଆକାଶ ବାଣୀ ବ୍ରହ୍ମପୁର କେନ୍ଦ୍ର ତାର ୩୧ ତମ ସ୍ଵନକ୍ଷତ୍ର ଦିବସ ପାଳନ କରିଛି । ପ୍ରତିଷ୍ଠା ଦିବସ ଉତ୍ସବ ପାଳନ ଅବସରରେ ଏହି କେନ୍ଦ୍ର ର ଇଞ୍ଜିନିୟର ମୁଖ୍ୟ ଶ୍ରୀ ଅମର କୁମାର ସାହୁ ଙ୍କ ସଭାପତିତ୍ବରେ କେନ୍ଦ୍ର ପରିସରରେ ଏକ ସଭାର ଆୟୋଜନ ହୋଇଥିଲା । ବରିଷ୍ଠ ଉଦ୍ଘୋଷିକା ଶ୍ରୀମତୀ ଅମିତା ଦାଶ, କାର୍ଯ୍ୟାଳୟ ମୁଖ୍ୟ ଶ୍ରୀ ପାପା ରାଓ ପ୍ରମୁଖ ମଞ୍ଚାସୀନ ଥିଲେ । ବିଭିନ୍ନ ବିପର୍ଯ୍ୟୟ ସମୟର ବହୁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକ୍ରମ ପ୍ରସାର କରି ଶ୍ରୋତାଙ୍କ ଆଜି ମଧ୍ୟ ଆସ୍ତା ଭାଜନ ହୋଇପାରିଛି ଏହି କେନ୍ଦ୍ର। ବହୁ ସମସ୍ୟା ମଧ୍ୟରେ ଗତି କରିଥିଲେ ମଧ୍ୟ ଜନ ସାଧାରଣ ଙ୍କ ମନପସନ୍ଦର କାର୍ଯ୍ୟକ୍ରମ ପ୍ରସାର ଓ ପ୍ରଚାର କରି ଆସୁଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ ।ପ୍ରିୟଙ୍କା ପଟ୍ଟନାୟକ ପ୍ରାରମ୍ଭିକ ସଙ୍ଗୀତ ଗାନ କରି ଥିଲା ବେଳେ ଧରିତ୍ରୀ ସାହୁ ସଭା କାର୍ଯ୍ୟ ସଞ୍ଚାଳନ କରିଥିଲେ । ଏହି କେନ୍ଦ୍ରରେ କାର୍ଯ୍ୟରତ ସମସ୍ତ ଯନ୍ତ୍ରୀ ବିଭାଗ ର କର୍ମଚାରୀ , କର୍ମକର୍ତ୍ତା,ଉଦଘୋଷିକା, ଉଦ୍ଘୋଷକ ପ୍ରମୁଖ ଉପସ୍ଥିତ ରହି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରର ଅତୀତ ସ୍ମୃତିକୁ ମନେପକାଇ ଥିଲେ । । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଶେଷରେ ପାପା ରାଓ ଧନ୍ୟବାଦ୍ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here